ଆଉ ଜଣେ ପଜିଟିଭ୍‌ ଚିହ୍ନଟ

April 14, 2020, ଓଡ଼ିଶା, , Anupambharat News Bureau


ଆଉ ଜଣେ ପଜିଟିଭ୍‌ ଚିହ୍ନଟ
Anupambharat News Bureau
April 14, 2020

ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବମିଖାଲରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସିଛି । ସେ ବମିଖାଲରେ ପୂର୍ବରୁ ଚିହ୍ନଟ ୪ ଜଣ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସଥିଲେ । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେ ଗତକାଲି ରାତି ୧୨ ଟା ସୁଦ୍ଧା ୪,୧୭୦ଟି ରିପୋର୍ଟ ହସ୍ତଗତ ହୋଇଛି । ସେଥି ମଧ୍ୟରୁ ପଜିଟିଭ୍‌ଙ୍କ ସଂଖ୍ୟା ରହିଛି ୫୫ । ୧୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣଙ୍କର ମୃତୁ୍ୟ ଘଟିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କେସ୍‌ ରହିଛି ୪୧ । ବର୍ତ୍ତମାନ ସୁଦ୍ଧା୧୧୬ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି । ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଗସ୍ତ ବିବରଣୀ ଜାରୀ କରାଯାଇଛି । ଭୁବନେଶ୍ୱର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଚିହ୍ନଟ ବମିଖାଲ ଅଞ୍ଚଳର ୩୫ ବର୍ଷୀୟ ଯୁବକ ପୂର୍ବରୁ ଚିହ୍ନଟ ହୋଇଥିବା ଚାରି ଜଣ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ । ଚିହ୍ନଟ ହୋଇଥିବା ୭, ୮ , ୨୨ ଓ ୩୯ ତମ କରୋନା ପଜିଟିଭ୍‌ଙ୍କ ର ସମ୍ପୃକ୍ତ ଯୁବକ ହେଉଛନ୍ତି ପଡୋଶୀ । ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକ ମାର୍ଚ୍ଚ ୨୨ ତାରିଖ ଲକ୍‌ ଡାଉନ୍‌ ଘୋଷଣା ପରଠାରୁ ବମିଖାଲ ଜୟଦୂର୍ଗା ନଗର ସ୍ଥିତ ବେବିଲୋନ୍‌ ଆପାର୍ଟମେଣ୍ଟ ସ୍ଥିତ ଘରେ ରହିଥିଲେ ।
ତେବେ କଣ୍ଟେନମେଣ୍ଟ ଜୋନ୍‌ ରେ ସର୍ଭେଲାନ୍ସ ସମୟରେ ତାଙ୍କର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଥିଲା । ସୋମବାର ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ସୁସ୍ଥ ହେଲେ

ପାଞ୍ଚ ସୁସ୍ଥ ହେଲେ

Read More...

କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page