ଅବସର ନେଇପାରନ୍ତି ଯୁବରାଜ

May 19, 2019, କ୍ରୀଡ଼ା, , Anupambharat News Bureau


ଅବସର ନେଇପାରନ୍ତି ଯୁବରାଜ
Anupambharat News Bureau
May 19, 2019

ନୂଆଦିଲ୍ଲୀ,୧୯ ।୫: ସୀମିତ ଓଭର କ୍ରିକେଟ୍‌ରେ ଭାରତର ଅନ୍ୟତମ ମହାନ ଖେଳାଳି ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାକୁ ବିଚାର କରୁଛନ୍ତି । ଆଇସିସି ଅନୁମୋଦିତ ବିଦେଶୀ ଟି୨୦ ଲିଗ୍‌ରେ ଏକ ସ୍ୱାଧୀନ କ୍ୟାରିୟର ପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ବିସିସିଆଇ ଠାରୁ ଅନୁମତି ପାଇଲେ ସେ ତାଙ୍କ ଅବସର ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ । ଭାରତୀୟ ଦଳ ପକ୍ଷରୁ ସେ ଆଉ ଖେଳିବା ସମ୍ଭାବନା ନଥିବାବେଳେ ଏହି ବାମହାତି ବ୍ୟାଟ୍‌ସମ୍ୟାନ୍‌ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣିବାକୁ ଏକପ୍ରକାର ସ୍ଥିର କରିସାରିଥିବା କୁହାଯାଉଛି ।
ଅନ୍ତର୍ଜାତୀୟ କ୍ରିକେଟ୍‌ ସହ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ବି ସନ୍ନ୍ୟାସ ନେବେ । ଏ ସମ୍ପର୍କରେ ସେ ବିସିସିଆଇ ସହ ଆଲୋଚନା କରିବେ ଏବଂ ଜିଟି୨୦ (କାନାଡା), ୟୁରୋ ଟି୨୦ ସ୍ଲାମ୍‌ (ଆୟର୍ଲାଣ୍ଡ/ହଲାଣ୍ଡ) ଭଳି ବିଦେଶୀ ଲିଗ୍‌ରେ ଖେଳିବାକୁ ଅନୁମତି ଲୋଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ବିସିସିଆଇ ଜଣେ ଅଧିକାରୀ କହିଛନ୍ତି ।
ନିକଟରେ ଇର୍ଫାନ୍‌ ପଠାନ୍‌ କାରିବିୟାନ ପ୍ରିମିୟର ଲିଗ୍‌ରେ ନିଜ ନାମ ପଞ୍ଜିକୃତ କରିଥିଲେ । ତେବେ ପଠାନ୍‌ ଏବେ ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବି ସକ୍ରିୟ ରହିଥିବାବେଳେ ଉକ୍ତ ବିଦେଶୀ ଟି୨୦ ଲିଗ୍‌ ପାଇଁ ସେ ବିସିସିଆଇ ଠାରୁ ଅନୁମତି ଲୋଡ଼ିନଥିଲେ । ତେଣୁ କାରିବିୟାନ୍‌ ପ୍ରିମିୟର ଲିଗ୍‌ରୁ ଓହରିବାକୁ ତାଙ୍କୁ ବିସିସିଆଇ ତରଫରୁ କୁହାଯାଇଥିଲା ।
ଯୁବରାଜ ଯଦି ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ଚାହୁଁଛନ୍ତି ତେବେ ଏନେଇ କଣ ସବୁ ନିୟମ ରହିଛି ତାହା ଦେଖିବାକୁ ପଡିବ ବୋଲି ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କହିଛନ୍ତି । ଯଦି ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅବସର ନିଅନ୍ତି ତେବେ ବି ବିସିସିଆଇ ଅଧିନରେ ସେ ଜଣେ ସକ୍ରିୟ ଟି୨୦ ଖେଳାଳି ଭାବେ ରହିବେ । ଏନେଇ ନିୟମ କଣ କହୁଛି ତାହା ଅନୁଧ୍ୟାନ କଲାପରେ ଯୁବରାଜଙ୍କୁ ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ଅନୁମତି ଉପରେ ବିଚାର କରାଯିବ ବୋଲଇ ସେ କହିଛନ୍ତି ।
ସଦ୍ୟ ସମାପ୍ତ ଆଇପିଏଲ୍‌ରେ ଯୁବରାଜ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥିଲେ ବି ତାଙ୍କୁ କେବଳ ହାତଗଣତି ମ୍ୟାଚ୍‌ରେ ସୁଯୋଗ ମିଳିଥିଲା । ଜାତୀୟ ଦଳକୁ ଫେରିବା ରାସ୍ତା ବନ୍ଦ ହେବା ପରେ ଆଇପିଏଲ୍‌ରେ ବି ତାଙ୍କ ଗୁରୁତ୍ୱ ହ୍ରାସ ପାଇଥିବାରୁ ଯୁବରାଜ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ଗମ୍ଭୀରତାର ସହ ବିଚାର କରିବାକୁ ବାଧ୍ୟ ହୋଇଛନ୍ତି । ଯଦି ଯୁବରାଜ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ କାନାଡା ଓ ଆୟର୍ଲାଣ୍ଡ ଭଳି ବିଦେଶୀ ଟି୨୦ ଲିଗ୍‌ରେ ଖେଳନ୍ତି ତେବେ ତାଙ୍କ ଉପସ୍ଥିତିରୁ ଉକ୍ତ ଟି୨୦ ଲିଗଗୁଡି୍‌କୁ ଲାଭ ହେବ । ଯଦି ଜାହିର ଖାନ୍‌ ଓ ବୀରେନ୍ଦ୍ର ସେହ୍ୱାଗ୍‌ ଦୁବାଇରେ ଟି୧୦ ଲିଗ୍‌ରେ ଖେଳିପାରୁଛନ୍ତି ତେବେ ଯୁବରାଜ ବିଦେଶୀ ଲିଗ୍‌ରେ ଖେଳିବାରେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କିଛି ବିଶେଷଜ୍ଞ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ

ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ

Read More...

ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page