ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

May 16, 2021, ଓଡ଼ିଶା, , Anupambharat News Bureau


ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା
Anupambharat News Bureau
May 16, 2021


ପୁରୀ,୧୬ା୫(ଅନୁପମ ମିଡ଼ିଆ): ଆସନ୍ତା ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀମନ୍ଦିରର ସେବାୟତ ଓ କର୍ମଚାରୀମାନଙ୍କ ସହଯୋଗରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି କାନ୍ତି ଜାରି ରହିବ । ମହାମରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଭୟବହତାକୁ ଆଖିଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୂତନ ଏସ୍‌ଓପିଜାରି କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ଼କଫର କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଏସ୍‌ପି ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ମୁଖ୍ୟତଃ ନିୟମିତ ନୀତିକାନ୍ତିର ଅନୁପାଳନ,ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରା,ଆଗାମୀ ସ୍ନାନଯାତ୍ରା , ରଥଯାତ୍ରା ଓ ସେବାୟତଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଆସୁଥିବା ପରମ୍ପରା ବଜାୟ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । କୋଭିଡ଼ି କଟକଣା ମଧ୍ୟରେ ଚଳିତ ବର୍ଷ ଭକ୍ତଙ୍କ ବିନା ସମାଗମରେ ସ୍ୱଳ୍ପ ସଂଖ୍ୟକ ପାଳିଆ ସେବାୟତ, ଶ୍ରୀମନ୍ଦିରର ଅଧିକାରୀ ଓ କର୍ମଚାରୀଙ୍କୁ ସାମିଲ୍‌ କରି ଗତକାଲି ଠାରୁ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାତିଥିଠାରୁ ରଥନିର୍ମାଣର ଶୁଭ ଅନୁକୂଳ କରାଯାଇଛି । ସୂଚନାଯୋଗ୍ୟଯେ, ମହାମାରୀ କରୋନା ସଂକ୍ରମଣ ଜନିତ ଭୟାବହତା ଦୃଷ୍ଟିରୁ ଗତ ବର୍ଷ ବାହାର ଚନ୍ଦନ ଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌

ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌

Read More...

ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page