ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

June 17, 2019, ଓଡ଼ିଶା, , Anupambharat News Bureau


ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ
Anupambharat News Bureau
June 17, 2019

ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ):ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍‌ବି ଦଳ ଘୋଷଣା ହୋଇଛି । ଦଳରେ ଓଡ଼ିଶାରୁ ୭ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ହୁପି ମାଝୀ, ଲକ୍ଷ୍ମୀପ୍ରିୟା ସାହୁ, ମୀନାରାଣୀ ହେମ୍ବ୍ରମ୍‌, ଶୁଭଲକ୍ଷ୍ମୀ ବାରିକ, ସୁମିତ୍ରା ବାରିକ, ପାର୍ବତୀ କିସ୍‌କୁ ଓ ରଜନୀ ଶବର । ମୁମ୍ବାଇ ଓ ଲୁଧିଆନାରେ ଦୁଇଟି ଡିଭିଜନ୍‌ରେ ଅନୁଷ୍ଠିତ ଟୁର୍ଣ୍ଣାମେଂଟରେ ମନୋନୟନ କ୍ରମେ ଚଳିତ ମାସ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଜାତୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଏହି ୨୬ ଜଣିଆ ଦଳକୁ ଚୟନ କରାଯାଇଛି । ୨୦୨୧ରେ ନୁ୍ୟଜିଲାଣ୍ଡରେ ହେବାକୁ ଥିବା ମହିଳା ରଗବି ୱାର୍ଲଡ୍‌ କପ୍‌ରେ ମାନିଲା ଚମ୍ପିଅନ୍‌ସିପ୍‌ ଏକ କ୍ୱାଲିଫାୟର ହେବ । ମାନିଲା ଚମ୍ପିଅନ୍‌ସିପ୍‌ରେ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ସେମାନଙ୍କ ସଫଳତା କାମନା କରିଛନ୍ତି ।ଏହି ଦଳରେ ଓଡ଼ିଶାର ୭ ଜଣ ଖେଳାଳୀ ମନୋନୀତ ହୋଇଥିବାରୁ ଶ୍ରୀ ଦେବ ଏହା ରାଜ୍ୟ ପାଇଁ ଗୌରବ ବୋଲି ପ୍ରକାଶ କରିବା ସହିତ ରଗ୍‌ବି ନିମନ୍ତେ ଭିତିଭୂମି, ତାଲିମ ଓ ମାର୍ଗଦର୍ଶନ ଇତ୍ୟାଦି ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ । ମାନିଲାରେ ଭାରତୀୟ ଦଳ କୃତିତ୍ୱ ହାସଲ କରିବା ସହିତ ଓଡ଼ିଶାର ଖେଳାଳୀମାନେ ଆମ ପାଇଁ ଗୌରବ ଆଣିବେ ବୋଲି ଶ୍ରୀ ଦେବ ଆଶା ପ୍ରକଟ କରିଛନ୍ତି ।ଦଳର ଚିଫ୍‌ କୋଚ ଲୁଡ଼ୁଇଚି ଭାନ୍‌ ଦେବେନ୍ତର (ଦକ୍ଷିଣ ଆଫ୍ରିକା) କହିଲେ ଯେ ଭାରତୀୟ ଦଳର ପ୍ରସ୍ତୁତି ଉପଯୁକ୍ତ ତାଲିମ ଓ ଦକ୍ଷତା ତଥା ପ୍ରତିଶ୍ରୁତି ଉପରେ ପର୍ଯ୍ୟବେସିତ ଏବଂ ମାନିଲା ଟୁର୍ଣ୍ଣମେଂଟରେ ମହିଳା ଖେଳାଳୀମାନଙ୍କ କୃତିତ୍ୱ ପ୍ରତିଫଳିତ ହେବ ।
ମହରାଷ୍ଟ୍ରର ଭବିଜ୍‌ ଭାରୁଚାଙ୍କ ଅଧିନାୟକତ୍ୱରେ ମାନିଲା ଯାଇଥିବା ଭାରତୀୟ ଦଳରେ ଅନ୍ୟ ଖେଳାଳୀମାନେହେଲେ ନେହା ପରଦେଶୀ (ମହାରାଷ୍ଟ୍ର) ହିମାନୀ ଦତ, ଶୀତଲ ଶର୍ମା, ନମିତା ଭୋଜ୍‌, ପ୍ରିୟା, ନେହା, ପ୍ରିୟା ବଂଶଲ, ଜ୍ୟୋତି ଚୌଧୁରୀ, ଗୋହର ଆରା, ଶିଖା ଯାଦବ ଓ ସୁଲତାନା (ଦିଲ୍ଲୀ), ରାମ୍‌ନିକ୍‌ କୌର(ପାବ), ଲଛମୀ ଓରାଓଁ, ଆଶା ଓରାଓଁ, ଛନ୍ଦା ଓରାଓଁ, ସଂଗୀତା ବେରା (ପଶ୍ଚିମ ବଙ୍ଗ), ସ୍ୱିଟୀ କୁମାରୀ, ଶେ୍ୱତା ସାହି (ବିହାର) ।
ନାସ୍‌ ବୋଥା(ଦକ୍ଷିଣ ଆଫ୍ରିକା) ଭାରତୀୟ ଦଳର କୋଚ, ଜେନୀ ବ୍ରୁକ୍ସ୍‌ (ସାଉଥ୍‌ ଆଫ୍ରିକା) ସ୍ୱାସ୍ଥ୍ୟ ଓ ଦକ୍ଷତା ଦାୟିତ୍ୱରେ ରହିବେ । ସେହପରି ମହାରାଷ୍ଟ୍ରର ରେହେମୁଦିନ୍‌ ଶେଖ୍‌ ଦଳର ମ୍ୟାନେଜର ଭାବେ ରହିଥିବାବେଳେ ସବ୍ରେଜ୍‌ ମୁକଦମ୍‌(ମହାରାଷ୍ଟ୍ର) ଖେଳାଳୀମାନଙ୍କ ସ୍ୱାସ୍ଥ୍ୟ ଦାୟିତ୍ୱରେ ରହିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

Read More...

 ବିନା ହେଲମେଟ୍‌ ରେ ଖଣ୍ଡଗିରି - ରସୁଲଗଡ ଫ୍ଲାଏ ଓଭରରେ ବାଇକ୍‌ ଚଲାଇବା ମନା

ବିନା ହେଲମେଟ୍‌ ରେ ଖଣ୍ଡଗିରି - ରସୁଲଗଡ ଫ୍ଲାଏ ଓଭରରେ ବାଇକ୍‌ ଚଲାଇବା ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page