ପାଟକନାରେ ହାତୀଙ୍କ ଦୌରାତ୍ମ୍ୟ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନ ଓ ପନିପରିବା

June 30, 2019, ଓଡ଼ିଶା, , Anupambharat News Bureau


 ପାଟକନାରେ ହାତୀଙ୍କ ଦୌରାତ୍ମ୍ୟ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନ ଓ ପନିପରିବା
Anupambharat News Bureau
June 30, 2019

ଭଦ୍ରକ, ୩୦ା୬ (ଅନୁପମ ମିଡିା): ପୁଣି ପାଟକନାରେ ଆତଙ୍କ ଖେଳାଇଲେ ହାତୀପଲ । ବିଶଳକାୟ ଦନ୍ତାହାତୀ ସମେତ ୩ଗୋଟି ðହାତୀ ପାଟକନା ଗାଁ ଭିତରକୁ ପଶି ବିଭିନ୍ନ କ୍ଷେତବାଡ଼ି ନଷ୍ଟ କରୁଥିବା ବେଳେ ଗତକାଲି ରାତ୍ର ୨-୩୦ ମିନିଟ ସମୟରେ ଗ୍ରାମର ଏକାଧିକ ଲୋକଙ୍କର ଘରକାନ୍ଥ ଭାଙ୍ଗିବା ସହ ଚାଳକୁ ଉଲାରି ଫିଙ୍ଗି ଦେଇଥିଲା ଯାହାକୁ ନେଇ ଉକ୍ତ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳି ଯାଇଛି । ଘଟଣାରୁ ପ୍ରକାଶ ଯେ, ୩ ଗୋଟି ହାତୀ ପାଟକନା, ହଳଦିପହଣୀ, ମହାନ୍ତିପଡ଼ା ଆଦି ଗ୍ରାମର ନଦୀତଟରେ ଥିବା ତୋଟା ଓ ପାଳ ଗୁଡ଼ିକରେ ପଶି ବ୍ୟାପକ କ୍ଷତି ଘଟାଇବା ସହିତ ଶୁକ୍ରବାର ବିଳମ୍ବିତ ରାତ୍ରରେ ପାଟକନା ଗ୍ରାମର ବଳରାମ ନାୟକଙ୍କ ବାଡ଼ିରେ ପଶି ପନିପରିବା ନଷ୍ଟ କରିବା ସହିତ ଗତିପଥରେ ବାଧା ସୃଷ୍ଟି ହେବାରୁ ଘରର ଚାଳକୁ ଉଠାଇ ଫିଙ୍ଗି ଦେଇଥିଲା । ସେହିପରି ଶନିବାର ବିଳମ୍ବିତ ରାତ୍ରରେ ଉକ୍ତ ଗ୍ରାମର କାର୍ତ୍ତିକ ଘଡ଼େଇ, ପଦ୍ମନାଭ ପୃଷ୍ଟି, ରତିକାନ୍ତ ନାୟକଙ୍କ ବାଡ଼ିରେ ପଶି ହାତୀ ବ୍ୟାପକ କ୍ଷତି ଘଟାଇବା ସହ ଘରଭାଙ୍ଗି ଧାନ ଓ କୁଣ୍ଡାବସ୍ତାକୁ ଫିଙ୍ଗା ଫୋପଡ଼ା କରି ଚାଲି ଯାଇଥିଲା । ବିଶେଷ କରି କାର୍ତ୍ତିକ ଘଡ଼େଇଙ୍କ ଘରର କାନ୍ଥକୁ ଭାଙ୍ଗି ଦେଇଥିବା ବେଳେ ଗଚ୍ଛିତ ଧାନକୁ ଫିଙ୍ଗି ଦେଇଥିଲା । ହାତୀ ଏହି କାଣ୍ଡ ଭିଆଇବା ବେଳେ ପରିବାର ଲୋକେ ଚୁପଚାପ ଘର ଭିତରେ ଭାଗବାନଙ୍କୁ ଡ଼ାକି ନୀରବଦ୍ରଷ୍ଟା ସାଜିଥିଲେ । ତେବେ କିଛି ଗ୍ରାମବାସୀ ନିଜ ଜୀବନକୁ ବାଜି ଲଗାଇ ବାଣ ଫୁଟାଇ ଓ ଟାୟାର ଜାଳି ହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ । ସେହିପରି ପାଶ୍ୱର୍ବର୍ତ୍ତୀ ଗ୍ରାମ ସୋସୋ, କାନପୁର, ମରଚାଇପଦା, ବାଲିବରେଇ, ନୂଅଗାଁ, ଦନେଇପୁର ସ୍ଥିତ ପଣସ ଓ ଆମ୍ବ ତୋଟାରେ ହାତୀ ରହି ବହୁ ଚାଷୀଙ୍କର ସପୁରୀ, ପଣସ, ଆମ୍ବ ସମେତ ବିଭିନ୍ନ ପନିପରିବା ନଷ୍ଟ କରି ଚାଲିଥିବାର ଦେଖାଯାଇଛି । ଗତ କିଛିଦିନ ତଳେ ସୋସୋ ପଞ୍ଚାୟତ କାନପୁର ଗ୍ରାମର ମହିଳା ସଞ୍ଜୁଲତା ରାଉତ(୫୨) ନିଜ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିବା ବେଳେ ଉକ୍ତ ଦନ୍ତାହାତୀଟି ତାଙ୍କୁ ଦଳିଚକଟି ମାରିଦେଇ ଥିଲା । ସେହିପରି ନିକଟସ୍ଥ ଧନୁର୍ଜୟପୁର ପଞ୍ଚାୟତ ରଗୁଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକଙ୍କୁ ଏହି ଦନ୍ତା ହାତୀ ମାରିଦେଇଥିଲା । ସେହିଦିନ ଠାରୁ ଉକ୍ତ ସ୍ଥାନ ଛାଡ଼ି ହାତୀ ୩ଟି ଜଙ୍ଗଲକୁ ଫେରିବାକୁ ନାଁ ଧରୁ ନାହାନ୍ତି । ଖବର ପାଇ ଭଦ୍ରକ ଓ ହଦଗଡ଼ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ଡ଼େରାପକାଇ ହାତୀ ଘଉଡ଼ାଇବା ପାଇଁ ପଚାସଢା ମାଂସ ଟାଙ୍ଗିବା ସହ ବିଭିନ୍ନ ତରିକା ଆପଣାଉଥିଲେ ବି କୌଣସି କିଛି ପ୍ରଭାବ ପଡ଼ୁ ନଥିବାର ଦେଖାଯାଇଛି । ହାତୀମାନେ ବନରକ୍ଷୀ ମାନଙ୍କ ସହିତ ଲୁଚକାଳି ଖେଳ ଖେଳି ଖସି ଯାଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ତଃଜିଲ୍ଲା ବାଇକ୍‌ ର୍ୟାକେଟ ଠାବ   ୨୩ ମୋଟର ସାଇକେଲ ଜବତ , ୮ କୋର୍ଟଚାଲାଣ

ଆନ୍ତଃଜିଲ୍ଲା ବାଇକ୍‌ ର୍ୟାକେଟ ଠାବ ୨୩ ମୋଟର ସାଇକେଲ ଜବତ , ୮ କୋର୍ଟଚାଲାଣ

Read More...

କେନ୍ଦ୍ରାପଡା ଜିଲ୍ଲାକୁ ଗଡ଼ିବ ଟ୍ରେନ୍‌

କେନ୍ଦ୍ରାପଡା ଜିଲ୍ଲାକୁ ଗଡ଼ିବ ଟ୍ରେନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page