କାମରେ ଆସୁନି ଜନନୀ ଏକ୍ସପ୍ରେସ : ଚାଳକ ଓ ଆଶାକର୍ମୀଙ୍କ ବିରୋଧରେ ଫେରାଦ ହେଲେ ମହିଳା

December 30, 2019, ଓଡ଼ିଶା, , Anupambharat News Bureau


କାମରେ ଆସୁନି ଜନନୀ ଏକ୍ସପ୍ରେସ : ଚାଳକ ଓ  ଆଶାକର୍ମୀଙ୍କ ବିରୋଧରେ ଫେରାଦ ହେଲେ ମହିଳା
Anupambharat News Bureau
December 30, 2019

ବ୍ୟାସନଗର,୩୦ା୧୨(ଅନୁପମ ମିଡ଼ିଆ): ପ୍ରସୁତି ମହିଳାଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଜନନୀ ସୁରକ୍ଷା ଆମ୍ବୁଲାନ୍‌ସ ସେବା ଯୋଜନା । ପ୍ରସୁତି ମହିଳାଙ୍କ ସୁବିଧା ତଥା ଠିକ ସମୟରେ ବିନା ମୁଲ୍ୟରେ ଡାକ୍ତରଖାନାରେ ପଂହଚାଇବା ପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା । କିନ୍ତୁ ଏହି ସେବା ଯୋଗାଇବା ପାଇଁ ଦାଇତ୍ୱରେ ଥିବା କର୍ମଚାରୀ ମାନେ ଅବହେଳା କରୁଥିବାର ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଗ୍ରାମର ମହିଳାମାନେ ବ୍ଲକ୍‌ ମୁଖ୍ୟ ଚିକିସିା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି କୋରେଇ ବ୍ଲକ୍‌ ଅନ୍ତର୍ଗତ ମକୁନ୍ଦପୁର ପଂଚାୟତ ଭାଟସୋଲପଟା ଗ୍ରାମରେ । ଭାଟସୋଲପଟା ଗ୍ରାମର କାହ୍ନìଚରଣ ମଳିକଙ୍କ ସ୍ତ୍ରୀ ଜୟନ୍ତିଙ୍କର ପ୍ରସୁତୀ କାଳିନ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୨ ଜନନୀ ଏକ୍ସପ୍ରେସକୁ ଫୋନ ଯୋଗାଯୋଗ କରିଥିଲେ । ଫୋନ କଲ ପାଇ ଜନନୀ ଏକ୍ସପ୍ରେସ କାହ୍ନìଚରଣଙ୍କ ଘରେ ସନ୍ଧ୍ୟା ୭ଟା ସମୟ ରେ ପଂହଚି ଜୟନ୍ତିଙ୍କୁ ସାଙ୍ଗରେ ନେବା ସହ ଆଶାକର୍ମୀ ପୁଷ୍ପଲତା ପତ୍ରିଙ୍କୁ ଡାକିଥିଲେ । ହେଲେ ପୁଷ୍ପଲତା ଘରେ ରୋଷେଇ କରୁଥିବାର ଆଳ ଦେଖାଇ ଯାଇନଥିବା ବେଳେ ୧୦୨ର ଚାଳକଙ୍କୁ ମଧ୍ୟ ଘରକୁ ଖାଇବାକୁ ଡାକି ନେଇଥିଲେ । ଫଳରେ ଚାଳକ ପୁଷ୍ପଲତାଙ୍କ ଘରେ ଖାଉଥିବା ବେଳେ ସଂଧ୍ୟା ୭ରୁ ୯.୩୦ ପର୍ଯ୍ୟନ୍ତ ଦୀର୍ଘ ଅଢେଇ ଘଂଟ କାଳ ଜୟନ୍ତି ଗାଡି ଭିତରେ ଗର୍ଭଯନ୍ତ୍ରଣାରେ ଛଟପଟ ହୋଇଥିଲେ ।
ଏପରିକି ଜୟନ୍ତିଙ୍କ ପରିବାର ଲୋକ ଜୟନ୍ତିଙ୍କୁ ମେଡିକାଲରେ ଶୀଘ୍ର ପହଁଚାଇବା ପାଇଁ ଆଶାକର୍ମୀ ଓ ଚାଳକଙ୍କୁ କାକୁତିମିନତି ହୋଇଥିଲେ ମଧ୍ୟ ଖାଇବା ନସରିଲେ ଯାଇପାରିବେ ନାହିଁ ରୋକଠୋକ୍‌ ମନା କରିଥିଲେ ଉଭୟ । ପରେ ରାତି ପାଖାପାଖି ୧୦ଟା ବେଳେ ଜୟନ୍ତିଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ନନେଇ ଉଭୟ ଜୟନ୍ତିଙ୍କୁ ନେଇ ମେଡିକାଲ ଚାଲିଯାଇଥିଲେ । ପରେ ପରିବାର ଲୋକ ମଟର ସାଇକଲରେ ମେଡିକାଲରେ ପହଁଚିଥିବା ବେଳେ ଜୟନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାଙ୍ଗାତିକ ହୋଇପଡିଥିଲା । ଯାହାକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିବା ସହିତ ଏନେଇ ଆଜି ଗ୍ରାମର ଅନ୍ୟ କିଛି ମହିଳା ଓ ଜୟନ୍ତିଙ୍କ ପରିବାର ଲୋକ କୋରେଇ ମେଡିକାଲ ମୁଖ୍ୟ ଚିକିସିା ଅଧିକାରୀ ହିମାଂସୁ ଲାଲଙ୍କ ନିକଟରେ ଫେରାଦ ହୋଇଛନ୍ତି । ତେବେ ଏପରି ଜରୁରୀ କାଳିନ ପରିସ୍ଥିତିରେ ଆମ୍ବୁଲାନ୍‌ସର ଚାଳକ ଓ ଆଶାକର୍ମୀଙ୍କ ଏପରି ଦାୟୀତ୍ୱ ହିନତା କୋରେଇ ବ୍ଲକ୍‌ରେ ସ୍ୱାସ୍ଥ୍ୟ ସେବାକୁ ପଦାରେ ପକାଇଛି । ଉଭୟଙ୍କ ଏପରି କର୍ତବ୍ୟରେ ଅବହେଳାକୁ ନେଇ ଉଭୟ ମା’ ଓ ଗର୍ଭସ୍ଥ ଶିଶୁର ଜୀବନ ପ୍ରତି ମଧ୍ୟ ବିପଦ ରହିବାର ସମ୍ଭାବନା ସୃଷ୍ଟି ହୋଇଛି । କେବଳ ଏହି ଘଟଣା ନୁହେଁ କିଛିଦିନ ତଳେ କୋରେଇ ବ୍ଲକ୍‌ ସାଦକପୁର ପଂଚାୟତରେ ମଧ୍ୟ ଜଣେ କାର୍ଯ୍ୟରତ ଆମ୍ବୁଲାନ୍‌ସ ଚାଳକ ନିଜ ପୁଅକୁ ଗାଡି ଶିଖିବାକୁ ଦେଇଥିବା ବେଳେ ଆମ୍ବୁଲାନ୍‌ସଟି ପୋଖରି ମଧ୍ୟରେ ବୁଡି ଯାଇଥିଲା । ଯାହାକୁ ନେଇ ପରେ ଦମକଳ ବାହୀନ ଗାଡିକୁ ଉଦ୍ଧାର କରିବା ସହିତ ସମ୍ପୃକ୍ତ ଡ୍ରାଇଭରକୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏ ବିଷୟରେ ନ୍ୟାୟଭିକ୍ଷା କରି କାହ୍ନì ମଳିକ ଓ ଗ୍ରାମର ଅନ୍ୟ କିଛି ମହିଳା ମାନେ ଉଭୟଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଲାଞ୍ଚ ନେଇ ଆଇଏଏସ୍‌ ଅଧିକାରୀ ନିଲମ୍ବିତ

ଲାଞ୍ଚ ନେଇ ଆଇଏଏସ୍‌ ଅଧିକାରୀ ନିଲମ୍ବିତ

Read More...

ପତ୍ନୀ ଓ ମା’କୁ ମାରଣାନ୍ତକ ଆକ୍ରମଣ : ହାତରେ  କଟୁରୀ ଧରି ଥାନାରେ ପହଞ୍ଚିଲେ ଯୁବକ

ପତ୍ନୀ ଓ ମା’କୁ ମାରଣାନ୍ତକ ଆକ୍ରମଣ : ହାତରେ କଟୁରୀ ଧରି ଥାନାରେ ପହଞ୍ଚିଲେ ଯୁବକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page