ପୁଣି ୧୦ ଜୀବନ ଗଲା

August 06, 2020, ଓଡ଼ିଶା, , Anupambharat News Bureau


ପୁଣି ୧୦ ଜୀବନ ଗଲା
Anupambharat News Bureau
August 06, 2020

ଭୁବନେଶ୍ୱର, ୬ା୮ (ଅନୁପମ ମିଡିଆ): ­ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ତିନି ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲାର ତଥା ନୟାଗଡ,ଭଦ୍ରକ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ସେହିପରି ନବରଙ୍ଗପୁର ଜିଲ୍ଲାର ଜଣେ ୪୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ଜଣେ ୨୮ ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ଭାବେ ଗଞ୍ଜାମ ଜିଲ୍ଲାର ଜଣେ ୪୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ନୟାଗଡ ଜିଲ୍ଲାର ଜଣେ ୩୯ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଅନ୍ୟ ଜଣେ ୫୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ଭଦ୍ରକ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା କରୋନା ଆକ୍ରାନ୍ତ ମହିଳା ମୃତ୍ୟୁ ବରଣ କରିଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । କନ୍ଧମାଳ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । କେନ୍ଦୁଝର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରନିକ କିଡନି ରୋଗରେ ପୀଡିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର

ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର

Read More...

କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତି:  କେନ୍ଦ୍ରର ୮୯୦.୩୨ କୋଟି

କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତି: କେନ୍ଦ୍ରର ୮୯୦.୩୨ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page