ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

August 13, 2020, ଓଡ଼ିଶା, , Anupambharat News Bureau


  ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ
Anupambharat News Bureau
August 13, 2020

ବାଲିମେଳା, ୧୩ା୮ (ଅନୁପମ ମିଡିଆ): ଗତ ୫ଦିନ ଧରି ଲଗାଣ ବର୍ଷା ଫଳରେ ମାଲକାନଗିରି ଜିଲାରେ ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲାର ଏମଭି-୩୭, କୋରୁକୋଣ୍ଡା, ପାଙ୍ଗାମ୍‌, କାଙ୍ଗୁରୁକୋଣ୍ଡା, ପୋଟେରୁ. କାଲିମେଳା କନ୍ୟାଶ୍ରମ ନିକଟ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଅଧିକାଂଶ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଙ୍ଗାମ ନଦୀ ଉପରେ ୩ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି-ଜୟପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୁଧବାର କାଲିମେଳା ଅଞ୍ଚଳରେ ୧୧୪ ମି.ମି. ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । କାଲିମେଳାରୁ ମାଲକାନଗିରି, ମୋଟୁ ଓ ପଡିଆକୁ ଯୋଗାଯୋଗ ସମ୍ପୁର୍ଣ୍ଣ ଠପ୍‌ ହୋଇଯାଇଛି । ସେହିପରି ଏମଭି-୯୦, ଏମଭି-୯୬ ଓ ମହାରାଜପାଲ୍ଲୀ ନାଳ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟା ପରିସ୍ଥିତିକୁ ଦେଖି କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ଗୋଷ୍ଠି ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳାଇଙ୍କ ସହ ପୁଲିସ ଓ ଅଗ୍ନିଶମ ବିଭାଗ କାଙ୍ଗୁରୁକୋଣ୍ଡା , ଏମଭ-୯୦ ଓ କନ୍ୟାଶ୍ରମ ପୋଲ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବର୍ଷା ଲାଗିରହିଥିବାରୁ ପଡିଆ ବ୍ଲକରେ ମଧ୍ୟ ସ୍ଥିତି ସଙ୍ଗିନ ହୋଇପଡିଛି । ସାବେରୀ ନଦୀର ବନ୍ୟା ଜଳ ପଶିବା ପରେ କମାରଗୁଡା ଓ କଲଡାପଲ୍ଲୀ ଗାଁ ନିକଟରେ ବନ୍ୟାଜଳ କୂଳ ଲଙ୍ଘିଛି । ପଡିଆ- ଶିମିଳିବାଞ୍ଛା ମୁଖ୍ୟରାସ୍ତାରେ ଥିବା କମାରଗୁଡା, କାଲଡାପଲ୍ଲୀ , କୁର୍ତି ଆଦି ଗାଁ ନିକଟସ୍ଥ ନଦୀନାଳରେ ପ୍ରଖର ସ୍ରୋତରେ ବନ୍ୟାଜଳ ପ୍ରବାହିତ ହେଉଛି । ଅନ୍ୟ ପକ୍ଷରେ କୋରୁକୋଣ୍ଡା ବ୍ଲକର ଏମଭି-୩୭ ଓ କୋରୁକୋଣ୍ଡା ଏବଂ ଏମଭି-୧୧ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ତିନିଟି ପୋଲର ନିର୍ମାଣକାର୍ଯ୍ୟ ଚାଲିଥିଲେ ମଧ୍ୟ ବର୍ଷା ପୂର୍ବରୁ ସମ୍ପୁର୍ଣ୍ଣ ନହୋଇପାରିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମ୍ପୃକ୍ତ ତିନିଟି ପୋଲ ପୂର୍ବରୁ ଅତି ତଳୁଆ ଭାବେ ନିର୍ମାଣ ହୋଇଥିବାରୁ ବର୍ଷାଦିନ ଆସିବା ମାତ୍ରେହେଁ ବାଲିମେଳା-ମାଲକାନଗିରି ଅଧିକାଂଶ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଙ୍ଗଦାନ କରିଥିବା ତିନି ଜଣଙ୍କୁ ସୁରଜ ସମ୍ମାନ

ଅଙ୍ଗଦାନ କରିଥିବା ତିନି ଜଣଙ୍କୁ ସୁରଜ ସମ୍ମାନ

Read More...

ସ୍ୱଚ୍ଛ ଟିକସ ବ୍ୟବସ୍ଥା ଆରମ୍ଭ

ସ୍ୱଚ୍ଛ ଟିକସ ବ୍ୟବସ୍ଥା ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page