ବିହାର ନିର୍ବାଚନ: ଦଳ ଦଳ ମଧ୍ୟରେ ଯୁକ୍ତିତର୍କ ବଢ଼ୁଛି

October 27, 2020, କ୍ୟାରିୟର ନିଯୁକ୍ତି, , Anupambharat News Bureau


ବିହାର ନିର୍ବାଚନ: ଦଳ ଦଳ ମଧ୍ୟରେ ଯୁକ୍ତିତର୍କ ବଢ଼ୁଛି
Anupambharat News Bureau
October 27, 2020

ପାଟଣା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନେତା ନେତାଙ୍କ ମଧ୍ୟ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏହାରି ଭିତରେ ନୀତିଶ କୁମାରଙ୍କ ମନ୍ତବ୍ୟକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ୱୀ ଯାଦବ । ନୀତିଶଙ୍କ ଆକ୍ଷେପର ଜବାବ ଦେବା ସହ ନିଜ ଯୁକ୍ତି ଭିତରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାଣିବାକୁ ଭୁଲିନାହାନ୍ତି ତେଜସ୍ୱୀ ।
ତେଜସ୍ୱୀ କହିଛନ୍ତି, ନୀତିଶ କୁମାର ଏଭଳି ମନ୍ତବ୍ୟ ଦେଇ ନିଜକୁ ଓ ନରେନ୍ଦ୍ର ମୋଦିଙ୍କୁ ବି ଆକ୍ଷେପ କରିଛନ୍ତି । କାରଣ ମୋଦିଙ୍କର ମଧ୍ୟ ୬ ଭାଇଭଉଣୀ ଅଛନ୍ତି । କହିରଖୁଛୁ ଯେ, ହାଜିପୁରରେ ଆୟୋଜିତ ଏକ ରାଲିରେ ନୀତିଶ କୁମାର କହିଥିଲେ, ଯେଉଁମାନେ ୮-୯ ପିଲା ଜନ୍ମ କରୁଛନ୍ତି ସେମାନେ ବିକାଶ କଣ କରିବେ । ନୀତିଶଙ୍କ ଏହି ବୟାନକୁ ନେଇ ଜୋରଦାର ବର୍ଷିଛନ୍ତି ତେଜସ୍ୱୀ । ନୀତିଶ କୁମାର ମହିଳାଙ୍କ ସମେତ ମୋ ମାଙ୍କ ଭାବନାକୁ ଆଘାତ ଦେଇଥିବା କହିଛନ୍ତି ତେଜସ୍ୱୀ ।
ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି । ବେରୋଜଗାର, ଦୁର୍ନୀତି ଓ ଗରିବୀ ଉପରେ କିଛି ନକହି ଲୋକଙ୍କୁ ଭୁଆଁ ବୁଲାଇବାକୁ ନୀତିଶ ଚେଷ୍ଟା କରୁଥିବା ତେଜସ୍ୱୀ ଅଭିଯୋଗ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅକେଫାବର ୨୮ରେ ହେବାକୁ ଥିବା ପ୍ରଥମ ଚରଣ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ମହାମେଣ୍ଟକୁ ଜୋରଦାର ଟାର୍ଗେଟ କରିଥିଲେ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଓ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ବି ନିଶାନା କରିଥିଲେ ନୀତିଶ । ନୀତିଶ ସେମାନଙ୍କୁ ଟର୍ଗେଟ କରି କହିଥିଲେ, ତେଜସ୍ୱୀ ଓ ଲାଲୁଙ୍କ କଥାକୁ କିଏ ପଚାରୁଛି ? ସେମାନଙ୍କର ୮-୯ ପିଲା ଅଛନ୍ତି । ଝିଅମାନଙ୍କ ଉପରେ ସେମାନଙ୍କ ବିଶ୍ୱାସ ନାହିଁ । ଅନେକ ଝିଅ ଜନ୍ମ ନେବା ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା । ସେମାନେ ବିହାରକୁ କେମିତି ତିଆରି କରିବାକୁ ଚାହୁଁଛନ୍ତି ଆପଣମାନେ ଦେଖିପାରୁଥିବେ ବୋଲି ନିର୍ବାଚନୀ ପ୍ରଚାରରେ କହିଥିଲେ ନୀତିଶ ।
ନିକଟରେ ନୀତିଶଙ୍କୁ ଟାର୍ଗେଟ କରି ଟ୍ୱିଟ୍‌ କରିଥିଲେ ତେଜସ୍ୱୀ, ‘ନୀତିଶ କୁମାର ବ୍ୟବହାର କରୁଥିବା ପ୍ରତ୍ୟେକଟି ଖରାପ ଶବ୍ଦ ମୋ ପାଇଁ ଆଶୀର୍ବାଦ । ମାନସିକ ଓ ଶାରିରୀକ ସ୍ତରରେ ସେ ଦୁର୍ବଳ ହୋଇସାରିଛନ୍ତି, ତେଣୁ ସେ ଯାହା ଚାହୁଁଛନ୍ତି କହୁଛନ୍ତି । କି;ୁ ଏହି ସମୟରେ ରୋଜଗାର ଓ ଉନ୍ନତ୍ତିକୁ ନେଇ ବିହାରବାସୀ ଭୋଟ କରିବେ ।’ ଉଲ୍ଲେଖଥାଉକି, ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ଏଥିରୁ ବାଦ୍‌ ପଡ଼ି ନାହିଁ ନିର୍ବାଚନୀ ପ୍ରଚାର ଅଭିଯାନ । ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ଉପରେ କେହି ଚପଲ ମାଡ କରିଛନ୍ତି ।
କି;ୁ ସେ ସେଥିରୁ ଅଳ୍ପକେ ବର୍ତିଯାଇଛନ୍ତି । ସୋମବାର ମୁଜରଫୁର ଜିଲ୍ଲାର ସକରାରେ ଅନୁଷ୍ଠିତ ନିର୍ବାଚନୀ ପ୍ରଚାର ରାଲିରେ ଏହି ଘଟଣା ଘଟିଛି । ତେବେ ନୀତିଶଙ୍କ ହେଲିକେପଫର ତରଫରୁ କେହି ଜଣେ ତାଙ୍କ ଉପରକୁ ଚପଲ ମାଡ କରିଥିଲେ । ଯଦିଓ ସେତେବେଳେ ତାଙ୍କ ଉପରକୁ ଚପଲ ଫିଙ୍ଗା ଯାଇଥିଲା କି;ୁ ଅଭିଯୁକ୍ତ ନୀତିଶଙ୍କୁ ଟାର୍ଗେଟ କରିପାରି ନ ଥିଲା । କାରଣ ସେତେବେଳେ ନୀତିଶ ମଞ୍ଚ ଉପରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ରାଲିରେ ଏଭଳି ଅସୁବିଧା ସୃଷ୍ଟି କରିଥିବାରୁ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସକରା ରାଲି ପୂର୍ବରୁ ନୀତିଶଙ୍କୁ ଅନ୍ୟ ବିରୋଧର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା । କାରଣ ତାଙ୍କ ଉପରେ କିଛି ଅସ;ୁଷ୍ଟ କିଛି ବିରୋଧୀ ରାଲି ପୂର୍ବରୁ ନୀତିଶଙ୍କ ବିରୋଧରେ ନାରାବାଜି କରିଥିଲେ । କିଛି ସ୍ଥାନରେ ଲୋକଙ୍କ ଏଭଳି ଆଚରଣ ଯୋଗୁ ସେ ତାଙ୍କ କ୍ରୋଧକୁ ନିୟନ୍ତ୍ରଣରେ ରଖି ପାରି ନ ଥିଲେ । ଏଭଳି ସ୍ଥିତିରେ ନୀତିଶ କହିଥିଲେ ଏଭଳି କିଛି ଘଟଣା ତାଙ୍କ ଉପରେ କୌଣସି ଫରକ ପକାଇବ ନାହିଁ । ଏପରିକି ଭୋଟ୍‌ ନ ଦେଲେ ବି ସେ ଚିନ୍ତା କରିବେ ନାହିଁ । ସକରା ଓ ମହୁଆ ରାଲିରେ ସମ୍ବୋଧନ କରୁଥିବା ବେଳେ ଆରଜେଡି ମିଛ ପ୍ରତିଶ୍ରୁତି ଦେଉଥିବା କହିଥିଲେ ନୀତିଶ ।
କେବଳ ଏତିକି ନୁହେଁ ନିର୍ବାଚନ ପୂର୍ବରୁ କିଛି ନେତା ମିଛ ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଠକନ୍ତି । ସେମାନଙ୍କର କାମରେ ପ୍ରକୃତପକ୍ଷେ କୌଣସି ଆଗ୍ରହ କି;ୁ ନ ଥାଏ । ନିର୍ବାଚନ ପାଇଁ ଯାହା ଆଗ୍ରହ ପ୍ରଦର୍ଶନ କରନ୍ତି । କି;ୁ ନୀତିଶ କରୁଥିବା ପ୍ରତିଶ୍ରୁତି ବାସ୍ତବିକତାର ରୂପ ନେଇଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଆରଜେଡ଼ି କେବଳ ଗୋଟିଏ ପରିବାର (ଲାଲୁ ପ୍ରସାଦ) କିଛି ଜାତି ଓ ସମ୍ପ୍ରଦାୟ ଉପରେ ଦୃଷ୍ଟି ଦେଉଥିବା ବେଳେ ନୀତିଶ ସରକାର କି;ୁ ସବୁ ଜାତି ଓ ସମ୍ପ୍ରଦାୟକୁ ଦେଖନ୍ତି । ମୁଜାଫୁରପରରେ ନୀତିଶ ସକରା ଓ କାନ୍ତିରେ ରାଲି କରିବା ପରେ ବୈଶାଳୀ ଜିଲ୍ଲା ନିର୍ବାଚନୀ ପ୍ରଚାରରେ ବାହାରିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

Read More...

ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌

ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page