ଭାରତକୁ ଆଉ ୩ଟି ରାଫେଲ ଆସୁଛି

May 05, 2021, ଦେଶ, , Anupambharat News Bureau


ଭାରତକୁ ଆଉ ୩ଟି ରାଫେଲ ଆସୁଛି
Anupambharat News Bureau
May 05, 2021


ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ । ଆଜି ସକାଳେ ଫ୍ରାନ୍ସର ମେରିଗନାଗ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଛନ୍ତି । ଏଗୁଡ଼ିକ ଆଜି ରାତିରେ ଜାମନଗର ବାୟୁସେନାଘାଟିରେ ଓହ୍ଲାଇବ । ପରେ ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ନିଆଯିବ । ତେବେ କିଛି ଦିନ ପରେ ଏଗୁଡ଼ିକୁ ପଶ୍ଚିମବଙ୍ଗରେ ଥିବା ହାସିମୋରା ବାୟୁସେନା ଘାଟିରେ ସ୍ଥାଯିଭାବେ ମୁତୟନ କରାଯିବ । ଭାରତ ଆସିବା ବାଟରେ ଓମାନ ଉପସାଗର ଉପରେ ଉଡ଼ୁଥିବାବେଳେ ଏହି ବିମାନଗୁଡ଼ିକରେ ୟୁଏଇର ବାୟୁସେନାର ପରିବହନ ବିମାନ ଇନ୍ଧନ ଭର୍ତ୍ତି କରିଥିବା ସୂଚନା ମିଳିଛି । ଚଳିତ ମାସ ଶେଷ ସୁଦ୍ଧା ଆଉ ୪ଟି ରାଫେଲ ବିମାନ ଭାରତରେ ପହଞ୍ଚିବ । ସେଗୁଡ଼ିକ ଆସିବା ପରେ ଭାରତୀୟ ବାୟୁ ସେନା ପାଖରେ ଥିବା ରାଫେଲ ସଂଖ୍ୟା ୨୦ରେ ପହଞ୍ଚିବ । ତେବେ କରୋନା ମହାମାରୀ ଯୋଗୁଁ ଏସବୁ ବିମାନକୁ ଭାରତ ଆଣିବାକୁ ବାୟୁସେନା ପାଇଲଟମାନଙ୍କୁ ବେଶ କଷ୍ଟ କରିବାକୁ ପଡ଼ୁଛି । କାରଣ ସେମାନଙ୍କୁ ଫ୍ରାନ୍ସରେ କିଛି ଦିନ ଏକାନ୍ତବାସରେ ରହିବାକୁ ପଡୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶପଥ ନେଲେ ମମତା

ଶପଥ ନେଲେ ମମତା

Read More...

ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page