ଇସ୍ତଫା ଦେଲେ ୟେଦୁରପା

July 26, 2021, ଦେଶ, , Anupambharat News Bureau


ଇସ୍ତଫା ଦେଲେ ୟେଦୁରପା
Anupambharat News Bureau
July 26, 2021


ନୂଆଦିଲ୍ଲୀ,୨୬ା୭:କିଛି ଦିନର ସସ୍‌ପେନ୍ସ ପରେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରªା ଇସ୍ତଫା ଦେବା ଘଟଣା ଚର୍ଚ୍ଚାର ବିଷୟ ରହିଛି । ୟେଦୁରªାଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପର୍ଯ୍ୟନ୍ତ ସ୍ଥିର ଭାବରେ ଶାସନ ଚାଲିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବୟସ ସୀମାକୁ ଆଧାର କରି ସେ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି । ବିଜେପିରେ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ହିଁ ରହିପାରିବେ ଏବଂ ଏହାଠାରୁ ଉର୍ଦ୍ଧ୍ୱ ହୋଇଥିଲେ ପଦପଦବୀରେ ଅନୁମତି ମିଳିବ ନାହିଁ ବୋଲି ଥିବା ନିୟମାବଳୀ ସମ୍ପର୍କରେ ୟେଦୁରªା ଅତି ଗୁରୁତ୍ୱ ମନେ କରିଥିବା ଆଶା କରାଯାଉଛି । ଏପରିକି ସେ ଇସ୍ତଫା ଦେବା ବେଳେ ଆଜି ଅତ୍ୟନ୍ତ ଭାବବିହ୍ୱଳତା ମଧ୍ୟରେ କାର୍ଯ୍ୟକାଳ ସମ୍ପର୍କରେ ପ୍ରକାଶ କରିଥିଲେ । ତେବେ ନୂତନ ନେତା ନିଯୁକ୍ତି ହେବା ପର୍ଯ୍ୟନ୍ତ ୟେଦୁରªା କେୟାର୍‌ ଟେକର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି । ବିଧାନସଭା ପରିସରରେ ଆଜି ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ନିଜର ଉଦ୍‌ବୋଧନ ଦେଇଥିଲେ ଏବଂ ରାଜ୍ୟପାଳଙ୍କ ମଧ୍ୟାହ୍ନଭୋଜନ ପରେ ସାକ୍ଷାତ କରିବେ ବୋଲି ୭୮ ବର୍ଷ ବୟସ୍କ ୟେଦୁରªା ପ୍ରକାଶ କରିଥିଲେ । ଦଳିୟ ନେତାମାନଙ୍କୁ ଭାଷଣ ଦେବା ପରେ ସେ ତାହାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବା ପାଇଁ ରାଜ୍ୟପାଳ ନିକଟକୁ ଯାଇଥିଲେ । ତେବେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ନୂତନ
ମୁଖ୍ୟମନ୍ତ୍ରୀ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତେବେ ୭୫ ବର୍ଷ ବୟସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ସୁଯୋଗ ଦେଇଥିବା ଯୋଗୁଁ ୟେଦୁରªା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସଭାପତି ଜେପି ନଡ଼ାଙ୍କୁ କୃତଜ୍ଞତା ଜଣାଇଥିଲେ । କୌଣସି ଚାପର ବଶବର୍ତ୍ତି ହୋଇ ସେ ଏଭଳି କରି ନଥିବା ନିଜ ପ୍ରତିକ୍ରିୟାରେ ସ୍ପଷ୍ଟ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନଙ୍କ ନମ୍ବର ୱାନ୍‌ ତାଲିକାରେ ଆଉ ଏକ ଫର୍ଦ୍ଦ

ନବୀନଙ୍କ ନମ୍ବର ୱାନ୍‌ ତାଲିକାରେ ଆଉ ଏକ ଫର୍ଦ୍ଦ

Read More...

ଟ୍ୟାପ ଖୋଲିଲେ ମିଳିବ ବିଶୁଦ୍ଧ ପାଣି ପ୍ରକଳ୍ପ କାର୍ଯ୍ୟକାରୀରେ ପୁରୀ ଦେଶରେ ପ୍ରଥମ

ଟ୍ୟାପ ଖୋଲିଲେ ମିଳିବ ବିଶୁଦ୍ଧ ପାଣି ପ୍ରକଳ୍ପ କାର୍ଯ୍ୟକାରୀରେ ପୁରୀ ଦେଶରେ ପ୍ରଥମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page