ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର

August 06, 2021, ଦେଶ, , Anupambharat News Bureau


 ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର
Anupambharat News Bureau
August 06, 2021


ନୂଆଦିଲ୍ଲୀ : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଅସାଧାରଣ କୃତିତ୍ୱକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରାଯାଇଥାଏ । ଠିକ୍‌ ସେହିଭଳି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ରୀଡ଼ା ଜଗତରେ ସର୍ବୋଚ୍ଚ ସମ୍ମାନର ନାମକରଣକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି ଘୋଷଣା କରାଯାଇଛି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାଁ ବଦଳାଇଛନ୍ତି କେନ୍ଦ୍ର ସରକାର । ଏବେ ରାଜୀବ ଗାନ୍ଧୀଙ୍କ ନାଁ ବଦଳରେ ମେଜର ଧ୍ୟାନଚନ୍ଦଙ୍କ ନାଁରେ ପ୍ରଦାନ କରାଯିବ ଖେଳରତ୍ନ ପୁରସ୍କାର । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ ପାଇଁ ସମ୍ମାନ ଏବଂ ଗର୍ବ ଆଣିଥିବା ଦେଶର କ୍ରୀଡାବିତମାନଙ୍କ ମଧ୍ୟରେ ଧ୍ୟାନଚାନ୍ଦ ଥିଲେ ଅନ୍ୟତମ । ଏହା ଉପଯୁକ୍ତ ଯେ ଆମ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ତାଙ୍କ ନାମରେ ନାମିତ ହେଲା । ଏହାସହ ପୁରୁଷ ଓ ମହିଳା ହକି ଦଳର ଅତୁଳନୀୟ ପ୍ରଦର୍ଶନ ଆମ ଦେଶରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି । ହକି ପ୍ରତି ଏକ ନୂଆ ଆଗ୍ରହ ସୃଷ୍ଟି ହୋଇଛି । ଯାହା ଭାରତର କୋଣ ଅନୁକୋଣରେ ପରିଲକ୍ଷିତ ହୋଇଛି । ଏହା ଆଗାମୀ ସମୟ ପାଇଁ ଏକ ସକରାତ୍ମକ ସଙ୍କେତ ଅଟେ । ମେଜର ଧ୍ୟାନ ଚାନ୍ଦ ଭାରତର ପ୍ରମୁଖ କ୍ରୀଡାବିତମାନଙ୍କ ମଧ୍ୟରେ ଥିଲେ । ଯେଉଁମାନେ ଭାରତ ପାଇଁ ପାଇଁ ସମ୍ମାନ ଓ ଗର୍ବ ଆଣିଥିଲେ । ଏହା ଉପଯୁକ୍ତ ଯେ ଆମ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ତାଙ୍କ ନାମରେ ନାମିତ ହେବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ପାଇଁ ସୁନା ଆଣିଲେ ନୀରଜ

ଭାରତ ପାଇଁ ସୁନା ଆଣିଲେ ନୀରଜ

Read More...

ଶକ୍ତି ବିଭାଗର ନ’ଟି  ଅନଲାଇନ୍‌ ସେବା ଶୁଭାରମ୍ଭ

ଶକ୍ତି ବିଭାଗର ନ’ଟି ଅନଲାଇନ୍‌ ସେବା ଶୁଭାରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page