ଶପଥ ନେଲେ ଚଚଣଜିତ ଚନ୍ନି

September 20, 2021, ଦେଶ, , Anupambharat News Bureau


ଶପଥ ନେଲେ ଚଚଣଜିତ ଚନ୍ନି
Anupambharat News Bureau
September 20, 2021


ଚଣ୍ଡିଗଡ଼, ୨୦ା୯: ଚରଣଜିତ ସିଂ ଚନ୍ନି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ତାଙ୍କୁ ଶପଥ ପାଠ କରାଇଥିଲେ । ଚନ୍ନି ପଞ୍ଜବୀରେ ଶପଥ ନେଇଥିଲେ । ଏହା ପରେ ରାଜ୍ୟପାଳ ସୁଖଜିନ୍ଦର ସିଂ ରନ୍ଧୱା ଏବଂ ଓପି ସୋନିଙ୍କୁ ମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ । ଉଭୟ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି ।ଶପଥ ଗ୍ରହଣ ସମାରୋହ ପରେ ମୁଖ୍ୟମନ୍ତ୍ରୀ ଚନ୍ନି ରାଜ୍ୟପାଳଙ୍କୁ ଏକ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଶୀର୍ବାଦ ଗ୍ରହଣ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଗରେ ପ୍ରଣାମ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାହୁଲଗାନ୍ଧୀ, ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଧୁ, ରାଜ୍ୟସଭା ସଦସ୍ୟ ପ୍ରତାପ ସିଂ ବାଜୱା, ହରିଶ ରାୱତ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ତେବେ ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ମହିଳା କମିଶନ ପକ୍ଷରୁ ବିରୋଧ କରାଯାଇଛି । ଏପରିକି ସେ ଏହି ପବଦୀରେ ରହିବା ଉଚିତ ନୁହେଁ ବୋଲି କମିଶନ ଉଲ୍ଳେଖ କରିଛି । ପ୍ରକାଶଥାଉକି ୨୦୧୮ରେ ଚନ୍ନି ଜନୈକା ମହିଳା ଆଇଏଏସ୍‌ ଅଧିକାରୀଙ୍କୁ କୁଆଡ଼େ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହାକୁ ସରକାର ରଫାଦଫା କରିଥିବା କୁହାଯାଇଛି । ତେବେ ତିନି ବର୍ଷ ପରେ ପୁଣି ଏହି ପ୍ରସଙ୍ଗ ମୁଣ୍ଡ ଟେକୁଥିବାରୁ ଚନ୍ନିଙ୍କ ପାଇଁ ଆଗାମୀ ଦିନରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ପ୍ରତିନିଧି : ମହିଳା ସଶକ୍ତିକରଣ ପ୍ରଚେଷ୍ଟାକୁ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ପ୍ରତିନିଧି : ମହିଳା ସଶକ୍ତିକରଣ ପ୍ରଚେଷ୍ଟାକୁ ପ୍ରଶଂସା

Read More...

୨୬ରୁ ପ୍ରବଳ ବର୍ଷା ସମ୍ଭାବନା

୨୬ରୁ ପ୍ରବଳ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page