ଜାତୀୟ ରାଜପଥରେ ପୋଲ ଭୁଶୁଡ଼ିଲା

August 16, 2022, ଓଡ଼ିଶା, , Anupambharat News Bureau


ଜାତୀୟ ରାଜପଥରେ ପୋଲ ଭୁଶୁଡ଼ିଲା
Anupambharat News Bureau
August 16, 2022

କୋରାପୁଟ ୧୬ା୮(ଅନୁପମ ମିଡ଼ିଆ): କୋରାପୁଟଠାରୁ ରାୟଗଡା ଯାଉଥିବା ଜାତୀୟ ରାଜପଥର ବଙ୍ଗଳାଗୁଡା ଓ ଲେନ୍ଦ୍ରୀମାଲିଗୁଡ଼ା ମଝିରେ ଥିବା ବହୁ ପୁରୁଣା ପୋଲଟି ଆଜି ଅପରାହ୍ନରେ ଭୁଶୁଡି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କୋରାପୁଟ ବ୍ଲକର ମସ୍ତିପୁଟ ପଞ୍ଚାୟତର ଗ୍ରାମବାସୀ ସହ ଦଶମନ୍ତପୁର ବ୍ଲକ ବାସିନ୍ଦା ଏହି ପୋଲ ଦେଇ ସଦର ମହକୁମା ଯିବା ଆସିବା କରୁଥିବା ବେଳେ ପୋଲଟି ଭୁଶୁଡି ପଡିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖିନ ହେବେ ବୋଲି ମସ୍ତିପୁଟ ସରପଞ୍ଚ ଦୁର୍ଯ୍ୟ ମୁଦୁଲି ପ୍ରକାଶ କରିଛନ୍ତି । ତୁରନ୍ତ ଯାତାୟାତ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରିବା ସହ ନୂତନ ପୋଲ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି । କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଓ ସାଂସଦ ସପ୍ତଗିରି ଉଲକାଙ୍କୁ ଅବଗତ କରାଇଥିବା ସେ ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର,କୋରାପୁଟ ଏସପି ବରୁଣ ଗୁଣ୍ଟାପାଲ୍ଲୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । କୋରାପୁଟ ବିଡିଓ ନରେନ୍ଦ୍ର ନାୟକ , ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପ କୁମାର, ସହକାରୀ ଯନ୍ତ୍ରୀ ଆର କେ ନାୟକ,କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀଙ୍କ ସହ ଜିଲ୍ଲାପାଳ ଓ ଏସପି ଆଲୋଚନା କରିଥିଲେ । ଲୋକମାନେ ବିପଦପୂର୍ଣ୍ଣ ଭାବେ ମଟରସାଇକେଲ ନେଇ ଯାଉଥିବା ବେଳେ ଶ୍ରମିକ ମାନେ ମଧ୍ୟ ବିପଦପୂର୍ଣ୍ଣ ଭାବେ ପୋଲ ତଳକୁ ଓହ୍ଲାଉ ଥିବା ନଜର କରଯାଇଥିଲା । ରାସ୍ତାଟି ବିପଦପୂର୍ଣ୍ଣ ଥିବାରୁ ପୋଲର ଦୁଇ ପାଶ୍ୱର୍ରେ ବେରିକେଡ କରିବାକୁ ଜିଲ୍ଲାପାଳ ଉପସ୍ଥିତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରୁ ଫେରିବା ପରେ ପରେ ସୁନାବେଡା ଜାତୀୟ ରାଜପଥ ର୍ନିବାହୀ ଯନ୍ତ୍ରୀ ସୌମଜିନି ସେଠୀ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡିଛି । ଲଘୁଚାଜନିତ ଲଗାଣ ବର୍ଷା ହେବା ଦ୍ୱାରା ପୋଲର ଗୋଟାଏ ଅଂଶ ମାଟି ଖାଇ ଯିବାରୁ ଏପରି ହେଲା ବୋଲି ସେ ପ୍ରକାଶ କରିଛନ୍ତି । ଆସନ୍ତାକାଲି ବିଭାଗର ଏକ ଦଳ ଆସି ଅନୁଧ୍ୟାନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଭାରିଯାନ ଗୁଡ଼ିକ କାକିରିଗୁମ୍ମାଠାରୁ ଦାମନଯୋଡି ଦେଇ କୋରାପୁଟ ଆସିବେ ଏବଂ ପୋଡଗଡ ଦେଇ ଆଲମୁଣ୍ଡା ଓ
ମହଦେଇପୁଟ ରାସ୍ତା ଦେଇ ଅଳ୍ପ ଓଜନ ଯାନ ଗୁଡ଼ିକ ଯିବା ଆସିବା କରିବେ ବୋଲି ସେ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ:   ଓଡ଼ିଶାର ସଫଳତା ଅନ୍ୟଙ୍କ ପାଇଁ ମାର୍ଗଦର୍ଶନ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ଓଡ଼ିଶାର ସଫଳତା ଅନ୍ୟଙ୍କ ପାଇଁ ମାର୍ଗଦର୍ଶନ: ମୁଖ୍ୟମନ୍ତ୍ରୀ

Read More...

ଲଗାଣ ବର୍ଷା ଆଣିଲା ବନ୍ୟା ସ୍ଥିତି :  ଆସନ୍ତା ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ:ଏସ୍‌ଆରସି

ଲଗାଣ ବର୍ଷା ଆଣିଲା ବନ୍ୟା ସ୍ଥିତି : ଆସନ୍ତା ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ:ଏସ୍‌ଆରସି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page