 
      Anupambharat News Bureau
Anupambharat News Bureau
       
ଭୁବନେଶ୍ୱର, ୭ା୧୦(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ୍ (ଓସିଏସ୍) ରେଜଲଫ । ଓପିଏସସି ଦ୍ୱାରା ପରିଚାଳିତ ଓସିଏସ୍ -୨୦୨୦ ରେ ମୋଟ ୩୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି । ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ୭ ଜଣ ଝିଅ ଥିବା ବେଳେ ୩ ଜଣ ପୁଅ ରହିଛନ୍ତି । ତେଜସ୍ୱିନୀ ବେହେରା ୧ ନମ୍ବର ର୍ୟାଙ୍କ ହାସଲ କରିଥିବା ବେଳେ ତାଲିକାର ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ରହିଛନ୍ତି ।
ସେହିପରି ଦେବବ୍ରତ କର ୪ର୍ଥ ସ୍ଥାନରେ ଥିବା ବେଳେ ଦେବବ୍ରତ ମହାରଣା ପଞ୍ଚମ , ଅଭିସ୍ମିତା ତିୱାରୀ ଷଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ ସ୍ଥାନ ଅଧିକାର କରିଛନ୍ତି । ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜଙ୍କୁ ଦଶମ ସ୍ଥାନ ମିଳିଛି । ଏକାଦଶ ସ୍ଥାନରେ ପଙ୍କଜ କୁମାର ମହାନ୍ତ, ଦ୍ୱାଦଶରେ ତନ୍ମିତା କର ଓ ୧୩ ନମ୍ୱରରେ ଅଭିଜିତ ଷଡ଼ଙ୍ଗୀ ରହିଛନ୍ତି । ସେହିପରି ୧୪ ନମ୍ୱର ସ୍ଥାନରେ କସ୍ତୁରୀ ପଣ୍ଡା, ୧୫ ନମ୍ୱରରେ ବିଭୂପ୍ରସାଦ ସିଂହ, ୧୬ ନମ୍ୱରରେ ବିଶ୍ୱଜିତ ପଣ୍ଡା, ୧୭ ନମ୍ୱରରେ ହରପ୍ରିୟା ପୃଷ୍ଟି, ୧୮ ନମ୍ୱରରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ ନମ୍ୱର ଅଣାକାର ନାୟକ, ୨୦ ତମ ସ୍ଥାନରେ ଲିତୁସ୍ମିତା ମିଶ୍ର ଅଛନ୍ତି ।
ଓସିଏସ୍ ପରୀକ୍ଷାରେ ଟପର ହୋଇଥିବା ତେଜସ୍ୱିନୀ ବେହେରା କହିଛନ୍ତି, ପ୍ରଥମ ହେବି ବୋଲି ଭାବି ନଥିଲି । କି;ୁ ଲିଷ୍ଟରେ ନାଁ ରହିବ ନିଶ୍ଚିତ ଥିଲି । ଅର୍ଥନୀତି ଏବଂ ଗୃହ ବିଜ୍ଞାନ ଅ«ନାଲ ରଖିଥିଲି । ଜେଏନୟୁରେ ଅର୍ଥନୀତିରେ ପିଜି କରିବା ଦିନରୁ ପ୍ରସ୍ତୁତି ଚଳାଇଥିଲି ବୋଲି ତେଜସ୍ୱିନୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ସେପେଫମ୍ବର ୧୯ ତାରିଖରୁ ୩୦ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଓସିଏସ୍ ପରୀକ୍ଷାରେ ପ୍ରିଲିମ୍ ପାଇଁ ପ୍ରାୟ ୬୦ ହଜାର ପିଲା ପରୀକ୍ଷା ଦେଇଥିଲେ । ସେ ଭିତରୁ ମେନ ପାଇଁ ୪ ହଜାର ୭ ଶହ ୪ ଜଣ ସିଲେକଫ ହୋଇଥିଲେ । ତେବେ ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ପାଇଁ ମୋଟ୍ ୭୮୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲା ବେଳେ କୃତକାର୍ଯ୍ୟ ହୋଇଛନ୍ତି ମୋଟ୍ ୩୯୨ ଜଣ ।
   
