ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

June 06, 2019, ଓଡ଼ିଶା, , Anupambharat News Bureau


ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌
Anupambharat News Bureau
June 06, 2019

ଭୁବନେଶ୍ୱର, ୬ା୬ (ଅନୁପମ ମିଡିଆ) : ଚଳିତ ବର୍ଷ ନୈରାଶ ଜନକ ମାଟ୍ରିକ ପରିକ୍ଷାର ଫଳାଫଳକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ମାଟ୍ରିକ୍‌ ପରୀକ୍ଷା ଶୂନ ରେଜଲଫ ହୋଇଥିବା ସ୍କୁଲକୁ ନୋଟିସ୍‌ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ୮୨ଟି ସ୍କୁଲକୁ ନୋଟିସ୍‌ ଜାରି କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଶୂନ ରେଜଲଫ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ସଂସ୍କାର ପାଇଁ ତର୍ଜମା ଆରମ୍ଭ ହୋଇଛି । ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍‌ମାନଙ୍କୁ ନେଇ ଆଲୋଚନା ଜାରି ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ରୁଚିକୁ ନଜରରେ ରଖି ସ୍ପୋକେନ୍‌ ଇଂରାଜୀ ପାଠ୍ୟକ୍ରମ ସାମିଲ କରାଯିବା ନେଇ ଯୋଜନା ଚାଲିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଶିବ ପାର୍ବତୀଙ୍କ ବିବାହ

ଆଜି ଶିବ ପାର୍ବତୀଙ୍କ ବିବାହ

Read More...

ମତ୍ସ୍ୟ ଅବତାର

ମତ୍ସ୍ୟ ଅବତାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page