ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

June 19, 2019, ଓଡ଼ିଶା, , Anupambharat News Bureau


ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ
Anupambharat News Bureau
June 19, 2019

ଆଳି, ୧୯ା୬ (ଅନୁପମ ମିଡିଆ): ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକର ମଧ୍ୟସ୍ଥଳୀରେ ବହିଯାଇଥିବା ବ୍ରାହ୍ମଣୀ ନଦୀରେ ୨୦ଟି ବଉଳା କୁମ୍ଭୀର ଦୀର୍ଘଦିନ ଧର ରହିବା ଫଳରେ ପତ୍ରପୁର, ସୋରିଷଦା, ପାଟଣା, ସହିରା, ଦହିଅଣ୍ଟା, ବାଟିପଡା, ଗୋପାଳପୁର, କଅଁରପୁର, ତରିପାଟଣା, ନରେନ୍ଦ୍ରପୁର, ବିଲିକଣା, ମାଣିକପାଟଣା, ବାଛରା, ମଣ୍ଡପଡା ଗ୍ରାମଗୁଡିକ ନଦୀକୂଳରେ ଅବସ୍ଥିତ ଥିବାରୁ ପ୍ରଚଣ ଖାରା ଗରମରେ ନଦୀଜଳ କାରବାର କରିବାରେ ବ୍ୟାହତ ଘଟୁଛି । ନଦୀରେ ଗାଧୋଇଯିବା ତ ଦୂରର କଥା ଗାଈଗୋରୁଙ୍କୁ ମଧ୍ୟ ଲୋକମାନେ ଛାଡୁନାହାନ୍ତି । ଗତ ୧୫ ଦିନ ତଳେ ମଣ୍ଡପଡା ବାଛରା ପଞ୍ଚାୟତର ମଣ୍ଡପଡା ଗ୍ରାମରେ ଜଣେ ଯୁବକକୁ ଏକ ବିରାଟ ବଉଳା କୁମ୍ଭୀର ମାରି ଦେଇଥିଲା । ସରକାର ଓ ପ୍ରଶାସନ ସବୁ ଜାଣି ମଧ୍ୟ ବ୍ରାହ୍ମଣୀ ନଦୀରୁ କୁମ୍ଭୀରକୁ ନବା ତ ଦୂରର କଥା ସୁନିଦ୍ରାରେ ଶୋଇ ରହିଛନ୍ତି ।
ବାରମ୍ବାର ଅଭିଯୋଗ କରି ମଧ୍ୟ ଲୋକ ନିରାଶ ହେଉଛନ୍ତି । ଉପରିସ୍ଥ ବିଭାଗ କର୍ମଚାରୀ ଏହାର ଦୃଢ ପଦକ୍ଷେପ ନେବାକୁ ମୃଣାଳକାନ୍ତ ପାଣ୍ଡବ, ପ୍ରଫୁଲ୍ଲ କୁମାର ନାୟକ, ହେମନ୍ତ କୁମାର ମହାନ୍ତି, ଅଭୟ କୁମାର ଶର୍ମା, ନଳିନୀକାନ୍ତ ପାତ୍ର, ଡା. ବିଣାକର ଭୂୟାଁ, ପପୁ ବେହୁରା, ପ୍ରଫୁଲ୍ଲ କୁମାର ଖଣ୍ଡାୟୀ, ଯୁବନେତା ଜିତୁ ସାହୁ, ପାରେଶ୍ୱର ନାୟକ, ନଟବର ଜେନା, ଗୌରାଙ୍ଗ ଚରଣ ଦାସ, ଅନନ୍ତ କୁମାର ନାୟକ, ଯୁବନେତା ବାପିନା ପଢିଆରୀ, ମଣ୍ଟୁ ଶର୍ମା, ପ୍ରକାଶ କୁମାର ପରିଡା. ମହେଶ୍ୱର ସାହୁ ପ୍ରମୁଖ ଉକ୍ତ ଅଞ୍ଚଳର ବୁଦ୍ଧୀଜିବୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିହାରରେ ଥମୁନି ଶିଶୁ ମୃତ୍ୟୁ

ବିହାରରେ ଥମୁନି ଶିଶୁ ମୃତ୍ୟୁ

Read More...

 ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page