ବାଗଦାଦିର ମୃତ୍ୟୁକୁ ସ୍ୱୀକାର କଲା ଆଇଏସ୍‌ ନୂତନ ଉତ୍ତରାଧିକାରୀଙ୍କ ନାଁ ଘୋଷଣା

November 01, 2019, ବିଦେଶ, , Anupambharat News Bureau


ବାଗଦାଦିର ମୃତ୍ୟୁକୁ ସ୍ୱୀକାର କଲା ଆଇଏସ୍‌  ନୂତନ ଉତ୍ତରାଧିକାରୀଙ୍କ ନାଁ ଘୋଷଣା
Anupambharat News Bureau
November 01, 2019

ୱାଶିଂଟନ୍‌: କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦି ଆମେରିକା କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିବା ଆଜି ଖୋଦ୍‌ ତା’ ସଂଗଠନ ସ୍ୱୀକାର କରିଛି । ଏଥିସହ ଆଇଏସ୍‌ ବାଗଦାଦିର ଉତ୍ତରାଧିକାରୀ ନାଁ ମଧ୍ୟ ଘୋଷଣା କରିଛି ।
ଏବେ ବାଗଦାଦି ସ୍ଥାନରେ ଅବୁ ଇବ୍ରାହିମ ଅଲ ହାଶମି ଅଲ କୁରେଶ ହିଁ ଆଇଏସ୍‌ ସଂଗଠନର ମୁଖିଆ ହୋଇଛି । ସଂଗଠନର ମୁଖପାତ୍ର ଅବୁ ହମଜା ଅଲ କୁରେଶୀ ଏକ ଅଡିଓ ଟେପ୍‌ ଜାରି କରି ଏହି ଘୋଷଣା କରିଛି । ୨୦୧୪ରୁ ବାଗଦାଦି ଆଇଏସ୍‌ ଗଠନ କରି ବିଶ୍ୱରେ ଆତଙ୍କର ଛାୟା ବିସ୍ତାର କରିଥିଲା । ହେଲେ ଶନିବାର ଆମେରିକା ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରି ତା’କୁ ନିହତ କରିବାରେ ସକ୍ଷମ ହୋଇଛି । ସେହିପରି ଆଉ ଏକ କାର୍ଯ୍ୟା ନୁଷ୍ଠାନରେ ସଂଗଠନର ପୂର୍ବତନ ମୁଖପାତ୍ର ତଥା ବାଗଦିଦିର ପ୍ରଥମ ବିକଳ୍ପ କୁହା ଯାଉଥିବା ଅବୁ ହାସନ ଅଲ ମୁଜାହିର ମଧ୍ୟ ଖତମ ହୋଇଥିବା ଆଇଏସ୍‌ ସ୍ୱୀକାର କରିଛି । ଆଜି ଆଇଏସ୍‌ ପକ୍ଷରୁ ଜାରି ୭ ମିନିଟ୍‌ର ଅଡିଓ ଟେପ୍‌ରେ ବାଗଦାଦିର ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରାଯାଇଛି ।
ସେହିପରି ଆମେରିକା କରିଥିବା କାର୍ଯ୍ୟାନୁଷ୍ଠାନର ବଦଲା ନେବାକୁ ମଧ୍ୟ ଧମକ ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କରିଥିବା ଭୁଲର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ । ବଦଲା କେମିତି ଓ କେଉଁଠି ନିଆଯିବ, ସେକଥା କେହି ବି ଜାଣିପାରିବେ ନାହିଁ ବୋଲି ଆଇଏସ କହିଛି । ଉଲ୍ଲେଖଥାଉକି, ବିଶ୍ୱର କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦି ବିରୋଧରେ ଆମେରିକା ସଫଳତାର ସହ କରିଥିବା ଅପରେସନ ବେଳର ଭିଡିସ ଆଜି ସାର୍ବଜନୀନ କରିଛି । ଆମେରିକା କାର୍ଯ୍ୟାନୁଷ୍ଠାନରେ ବାଗଦାଦି ନିଜକୁ ବିସ୍ପୋରଣ କରି ଉଡ଼ାଇ ଦେଇଥିଲା । ଶନିବାର ବିଳମ୍ବିତ ରାତିରେ ଆମେରିକା ସେନା ସିରିଆରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ବାଗଦାଦିର ସାମ୍ରାଜ୍ୟକୁ ଛିନଛତ୍ରର କରିଦେଇଥିଲେ ।
ଆଜି ପେଣ୍ଟାଗନ ଅପରେସନ ବେଳେ ରେକର୍ଡିଂ ହୋଇଥିବା ପୂରା ଘଟଣା ମଧ୍ୟରୁ ୪୪ ସେକେଣ୍ଡର ଏକ ଭିଡିଓ ଜାରି କରିଛି । ଏଥିରେ ଆମେରିକା ସେନା କେଉଁ ଭଳି ବାଗଦାଦି ରହୁଥିବା ଉଚ୍ଚ ପାଚେରୀ ବିଶିଷ୍ଟ ବଲଡିଂକୁ ଘେରାଉ କରୁଛନ୍ତି ତା’ର ଦୃଶ୍ୟ ରହିଛି । ସେହିପରି ବିସ୍ପୋରଣ କରି ବାଗଦାଦିର ସାମ୍ରାଜ୍ୟକୁ ଉଡ଼ାଇ ଦେବାର ସ୍ପଷ୍ଟ ଚିତ୍ର ଏହି ଭିଡିଓରେ ରହିଛି । ଏହାବାଦ୍‌ ପେଣ୍ଟାଗନ୍‌ ଆଉ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ସ୍ଥଳ ଭାଗରେ ଥିବା କିଛି ବିଦ୍ରୋହୀ ଆମେରିକା ସେନାକୁ ସିରିଆର ଇଦଲିବକୁ ନେଇ ଯାଉଥିବା ହେଲିକପଫରକୁ ଗୁଳି ମାଡ଼ କରୁଥିବା ଦେଖିବାକୁ ମିଳୁଛି । ହେଲେ ଏମାନଙ୍କୁ ଏୟାର ଷ୍ଟ୍ରାଇକ୍ରେ ଆମେରିକା ଖତମ କରିଦେଇଥିଲା ।
ତା’ର ଦୃଶ୍ୟ ଏବଂ ଆମେରିକା କାର୍ଯ୍ୟାନୁଷ୍ଠାନ ପରେ ଉକ୍ତ ସ୍ଥାନ କେମିତି ରହିଛି, ତା’ର ତୁଳନାତ୍ମକ ଫଟୋ ମଧ୍ୟ ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଛି । କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦି ଆମେରିକା କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିବା ଆଜି ଖୋଦ୍‌ ତା’ ସଂଗଠନ ସ୍ୱୀକାର କରିଛି । ଏଥିସହ ଆଇଏସ୍‌ ବାଗଦାଦିର ଉତ୍ତରାଧିକାରୀ ନାଁ ମଧ୍ୟ ଘୋଷଣା କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର

ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର

Read More...

ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ

ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page