ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

February 13, 2020, ଓଡ଼ିଶା, , Anupambharat News Bureau


ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ
Anupambharat News Bureau
February 13, 2020

ବ୍ରହ୍ମପୁର, ୧୩ା୨ (ଅନୁପମ ମିଡ଼ିଆ): ନିଜ ପୁଅର ଗିରଫଦାରୀକୁ ଅନ୍ୟାୟ ଦାବିକରି ତାଙ୍କୁ ମୁକ୍ତ ପାଇଁ ପୋଲିସ ବରିଷ୍ଠଅଧିକାରୀ, ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ପରେ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀମିଶ୍ରଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।ଅନ୍ୟପକ୍ଷରେ ଆଜି ମହିଳା ବିଜେଡି ପକ୍ଷରୁ ବ୍ରହ୍ମପୁର ଏସପିଙ୍କୁ ଭେଟି ଆଲୋଚନା କରିଥିବାବେଳେ ଗିରଫ ପୁଅ ଆଜି ଜାମିନରେ ମୁକ୍ତ ହୋଇଥିବା ସୂଚନା ମିଳିଛି ।
ବିଜେଡ଼ିର ନାରୀ ନେତ୍ରୀ ମିନାକ୍ଷୀ ମିଶ୍ର ଗତକାଲି ଦିନ ପ୍ରାୟ ୧୨ ଟା ବେଳେ ନିଜ ପୁଅର ଗିରଫଦାରୀକୁ ଅନ୍ୟାୟ ଦର୍ଶାଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଭେଟିବା ପାଇଁ ଯାଇଥିଲେ । ଉକ୍ତ ସମୟରେ ଏସ୍‌ପି ଅଫିସ୍‌ରେ ଅନୁପସ୍ଥିତ ଥିବାରୁ ନାରୀ ନେତ୍ରୀ ମିଶ୍ର ଭେଟି ନପାରି ଦୀର୍ଘ ସମୟ ଅପେକ୍ଷା କରିଥିଲେ । ପ୍ରାୟ ୧ ଘଣ୍ଟା ଅପେକ୍ଷା ପରେ ବି ଏସ୍‌ପିଙ୍କୁ ଭେଟି ପାରି ନଥିବାରୁ ସେ ହଠାତ କାର୍ଯ୍ୟାଳୟ ପରସିରରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହୂତି ପାଇଁ ଉଦ୍ୟମ କରିଥିଲେ । ଉକ୍ତ ସମୟରେ ଅଫିସରେ ଉପସ୍ଥିିତ କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରିବାବେଳେ ପ୍ରାୟ ୯୦ ପ୍ରତିଶତ ସେ ଜଳି ଯାଇଥିଲେ । ଫଳରେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ବ୍ରହ୍ମìପର ବଡଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପୋଲିସ ପକ୍ଷରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରି ସେଠାକାର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା ଜାରିରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିବା ଜଣାପଡିଛି । ବରଂ ଅବସ୍ଥା ଗୁରୁତର ଆଢ଼କୁ ଗତିକରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଆଜି ତାଙ୍କ ଗିରଫ ପୁତ୍ର ରାଜା ମିଶ୍ରଙ୍କୁ କୋର୍ଟ ପକ୍ଷରୁ ସର୍ତ୍ତ ମୂଳକ ଜାମିନରେ ମୁକ୍ତ କରାଯାଇଥିବା ଜଣାପଡିଛି ।
ସେହିପରି ଆଜି ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ବହୁ ସଦସ୍ୟା ବ୍ରହ୍ମପୁର ଏସପିଙ୍କ ଭେଟି ଏକ ସ୍ମାରକ ପତ୍ର ଦ୍ୱାରା ମିନାକ୍ଷୀ ମିଶ୍ର ପରି ଘଟଣା ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଛନ୍ତି । ସେହିପରି ଦୁଇଦିନ ପୂର୍ବରୁ ମିନାକ୍ଷୀ ଆତ୍ମାହୁତି ଧମକ ଦେଇଥିବା ଏବଂ ଏସପି ଅଫିସ ପରିସରରେ ସେ ଆତ୍ମାହୁତି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଭଳି ଘଟଣା ଘଟିବା ଠିକ୍‌ ନୁହେଁ ବୋଲି କହିଛନ୍ତି ।
ଆଜି ମିନାକ୍ଷୀଙ୍କ ଅବସ୍ଥା ଗୁରୁତର ବେଳେ ଖୋଦ ଶାସକ ଦଳ ମହିଳାନେତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ବିଧାନସଭା  ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

ଆଜିଠୁ ବିଧାନସଭା ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

Read More...

ଅନୁପ ସାଏ ଗିରଫ

ଅନୁପ ସାଏ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page