୧୧ କେଭି ଲାଇନ୍‌ ମରାମତି ନିଯୁକ୍ତି ହେବେ ସେଫଟି ଅଫିସର

February 14, 2020, ଓଡ଼ିଶା, , Anupambharat News Bureau


୧୧ କେଭି ଲାଇନ୍‌ ମରାମତି   ନିଯୁକ୍ତି ହେବେ ସେଫଟି ଅଫିସର
Anupambharat News Bureau
February 14, 2020

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୧ କେଭି ଲାଇନ୍‌କୁ ତୁରନ୍ତ ମରାମତି କରିବା ପାଇଁ ସେଫଟି ଅଫିସର ନିଯୁକ୍ତ କରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଞ୍ଜାମ ମାଣ୍ଡରାଜପୁର ବସ୍‌ ଟ୍ରାଜେଡି ଘଟଣା ଯେଭଳି ଆଗକୁ ନହେବ ସେଥିପାଇଁ ସମସ୍ତେ ସତର୍କ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ଲୋକସେବା ଭବନଠାରେ ଶକ୍ତି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ । ବୈଠକ ପରେ ଶକ୍ତି ମନ୍ତ୍ରୀ ମିଶ୍ର କହିଥିଲେ ଯେ, ରାସ୍ତା ଉପରେ ଥିବା ତାରର ଉଚ୍ଚତା ଭୂମିଠୁ ୨୦ ଏବଂ ରାସ୍ତା କଡରେ ୧୯ ଫୁଟ୍‌ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଆହତଙ୍କୁ ଭେଟିବା ପାଇଁ ଶକ୍ତି ବିଭାଗ ଓ ବିଜୁଳି ବିଭାଗ ଟିମ୍‌ ଯିବେ । ଅନ୍ୟପକ୍ଷରେ ଆମେ ସବୁ ସଚେତନ । ଦୋଷ କାହା ଉପରେ ଲଦିବା ଠିକ୍‌ ନୁହେଁ । ଗୋଟିଏ ଘଟଣା ଘଟି ଯାଇଛି ତାକୁ କିପରି ତାକୁ ସଂଶୋଧନ କରାଯାଇ ଆଗାମୀ ସମୟରେ ଏଭଳି ଘଟଣା ନ ଘଟୁ ତା ଉପରେ ଅଧିକ ଦୃଷ୍ଟି ଦେବା ଉଚିତ୍‌ ବୋଲି ମନ୍ତ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

Read More...

ଆଜିଠୁ ବିଧାନସଭା  ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

ଆଜିଠୁ ବିଧାନସଭା ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page