ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

February 25, 2020, ଓଡ଼ିଶା, , Anupambharat News Bureau


ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌
Anupambharat News Bureau
February 25, 2020

ଭୁବନେଶ୍ୱର,୨୫ ।୨ । (ଅନୁପମ ମିଡିଆ): ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଫୁଲବାଣୀ ଓ ସୋନପୁରରେ ଝଡ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ମୁଣ୍ଡରେ ଏକ ପ୍ରକାର ଚଡ଼କ ପଡିଛି । ଚାଷୀମାନଙ୍କର ମଣ୍ଡିରେ ପଡିରହିଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବର୍ଷାରେ ଭିଜିଯାଇଛି । ଏହାଫଳରେ ସେମାନଙ୍କ ଧାନ ଆଉ ବିକ୍ରି ହୋଇପାରିବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଅଦିନିଆ ବର୍ଷା ଆହୁରି ଦୁଇଦିନ ଲାଗି ରହିବ । ଆସନ୍ତା ୨୭ରୁ ପାଗରେ ପରିବର୍ତ୍ତନ ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର , ଭଦ୍ରକ , ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼ରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । କିଛି ସ୍ଥାନରେ ପବନର ବେଗ ୩୦ରୁ ୪୦କିଲୋମିଟର ରହିବା ସମ୍ଭାବନା ରହିଛି । ୨୭ରୁ ପାଗ ବଦଳିବା ସହ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ କିଛି ସ୍ଥାନରେ ଗଛ ଉପୁଡ଼ିବା ସହ ଘରର ଆଜବେଷ୍ଟସ୍‌ ଉଡ଼ି ଯାଇଥିଲା । ଘରର କାନ୍ଥ ଓ ଗଛ ପଡ଼ି ୨ ଜଣ ମହିଳାଙ୍କ ସମେତ ୨ ଜଣ ଶିଶୁ ଆହତ ହୋଇଛନ୍ତି । ସୋନପୁରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ଯୋଗୁଁ ସହରର ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଥିବା ଖବର ମିଳିଛି । କନ୍ଧମାଳରୁ କେନ୍ଦ୍ରାପଡ଼ା, ବରଗଡ଼ ଓ ବୌଦ୍ଧ ଇତ୍ୟାଦି ଜିଲ୍ଲାରେ ଧାନ ମଣ୍ଡିରେ ଭିଜିଥିବା ଜଣାପଡିଛି । ଚାଷୀଙ୍କୁ ଟୋକନ୍‌ ଯୋଗାଇବାଦେବାରେ ଅବ୍ୟବସ୍ଥା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଚାଷୀ ତାତିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

Read More...

 ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page