ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

February 25, 2020, ଦେଶ, , Anupambharat News Bureau


ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ
Anupambharat News Bureau
February 25, 2020

ନୂଆଦିଲ୍ଲୀ, ୨୫ା୨: ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ସିଏଏ୍‌କୁ ନେଇ ହିଂସା ମଙ୍ଗଳବାର ମଧ୍ୟ ଜାରି ରହିଛି । ବିକ୍ଷୋଭକାରୀମାନେ ଆଜି ମଧ୍ୟ ବ୍ୟାପକ ପୋଡ଼ାଜଳା କରିଛନ୍ତି । ଅନ୍ୟପକ୍ଷେ ହିଂସାରେ ମୃତୁ୍ୟ ସଂଖ୍ୟା ୧୩ ଛୁଇଁଛି । ଆନ୍ଦୋଳନ ଉଗ୍ର ରୂପ ଧାରଣ କରୁଥିବାରୁ ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷେ ହିଂସାରେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହା ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳକ ଘଟଣା ଭାବରେ ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀର ଭାବମୂର୍ତ୍ତିକୁ ନଷ୍ଟ କରିଛି । ଗୁରୁତର ଆହତଙ୍କ ମଧ୍ୟରେ ଜଣେ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ଆଜି ଲୁଟ୍‌ପାଟ, କୋଠକୁ ଜାଳି ଦେବା ଏବଂ ବିଭିନ୍ନ ଯାନବାହନରେ ମଧ୍ୟ ପୋଡ଼ାଜଳା ଘଟଣା ଅତ୍ୟନ୍ତ ଉତ୍ତେଜନାମୂଳକ ହୋଇଛି । ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍‌ ଓ ତାହାଙ୍କ ପରିବାର ବାସ କରୁଥିବା ମାତ୍ର ୧୫ କିଲୋମିଟର ଦୂରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସିଏଏକୁ ସମଗ୍ର ଭାରତ ବର୍ଷରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ବିରୋଧ କରୁଥିବା ଗୋଷ୍ଠୀ ଏବଂ ସମର୍ଥନ କରୁଥିବା ଗୋଷ୍ଠୀଙ୍କ ମଧ୍ୟରେ ଗତ ତିନିଦିନ ଧରି ହିଂସାକାଣ୍ଡ ଘଟିଯାଇଛି । ଫଳରେ ୧୩ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ବହୁ ସଂଖ୍ୟକ ଆହତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସ୍ଥିତି ଅତ୍ୟନ୍ତ ଗମ୍ଭୀର ଜନକ ଥିବା ଯୋଗୁଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ପକ୍ଷରୁ ପରିଚାଳନା କରାଯାଇଥିବା ପରୀକ୍ଷା ଉକ୍ତ ପ୍ରଭାବିତ ଅଞ୍ଚଳ ମାନଙ୍କରେ ବାତିଲ କରାଯାଇଛି । ବୁଧବାର ସମସ୍ତ ସ୍କୁଲ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହାବୁହା ବାସ୍ପ ପ୍ରୟୋଗ କରାଯାଇ ସ୍ଥିତିକୁ ନିୟନ୍ତ୍ରଣ
କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ମାତ୍ରାଧିକ ପରିମାଣରେ ପୋଲିସ ଓ ସୁରକ୍ଷାବଳଙ୍କୁ ଚାନ୍ଦବାଗ ଓ ଭଜନପୁରା ଅଞ୍ଚଳରେ ମୁତୟନ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

Read More...

ଫେରିଗଲେ ଟ୍ରମ୍ପ

ଫେରିଗଲେ ଟ୍ରମ୍ପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page