ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌

May 16, 2019, କ୍ରୀଡ଼ା, , Anupambharat News Bureau


ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌
Anupambharat News Bureau
May 16, 2019

ନୂଆଦିଲ୍ଲୀ,୧୫ ।୫: ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ୱାଗ୍‌ । ଭାରତୀୟ ଦଳରେ ସମ୍ପ୍ରତି ହାର୍ଦ୍ଦିକଙ୍କ ପ୍ରତିଭାର ତୁଳନା ନାହିଁ । ଏଥିପାଇଁ ସେ ଭାରତୀୟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇପାରିଛନ୍ତି ବୋଲି ସେହ୍ୱାଗ୍‌ କହିଛନ୍ତି ।
ନିକଟରେ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ଚତୁର୍ଥ ଆଇପିଏଲ୍‌ ଟାଇଟଲ୍‌ ବିଜୟରେ ହାର୍ଦ୍ଦିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଇପିଏଲ୍‌ ପୂର୍ବରୁ ଏକ ଟିଭି ଶୋ’ରେ ମହିଳାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ପରେ ପାଣ୍ଡ୍ୟା ନିଜ ଜୀବନର ଏକ ବିବାଦୀୟ ପର୍ଯ୍ୟାୟ ଦେଇ ଗତି କରିଥିଲେ । ଏଥିପାଇଁ ସେ କିଛି ଦିନ ବାସନ୍ଦ ହେବା ପରେ କ୍ରିକେଟ୍‌ ପଡିଆକୁ ଫେରି ନିଜ ପ୍ରଚଣ୍ଡ ପ୍ରତିଭାର ନିଦର୍ଶନ ଦେଇଥିଲେ । ସଦ୍ୟ ସମାପ୍ତ ଆଇପିଏଲ୍‌ରେ ସେ ୧୫ଟି ମ୍ୟାଚ୍‌ରୁ ୪୦୯ ରନ୍‌ କରିଥିଲେ । ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୧୯୧.୪୨ ଏବଂ ଶ୍ରେଷ୍ଠ ସ୍କୋର ୯୧ । ପାଣ୍ଡ୍ୟାଙ୍କୁ ପ୍ରଶଂସା କରି ସେହ୍ୱାଗ୍‌ କହିଛନ୍ତି ସମ୍ପ୍ରତି ଭାରତୀୟ ଦଳରେ ବ୍ୟାଟିଂ ଓ ବୋଲିଂରେ ପାଣ୍ଡ୍ୟାଙ୍କ ଭଳି ପ୍ରତିଭାର କେହି ନିକଟତର ନୁହଁନ୍ତି । ଯଦି ତାଙ୍କ ସମକକ୍ଷ ଖେଳାଳି କେହି ଥାଆନ୍ତେ ତେବେ ଟିଭି ଶୋ’ ବିବାଦ ସତ୍ତେ୍ୱ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିନଥାନ୍ତା ବୋଲି ସେହ୍ୱାଗ୍‌ ଏକ କ୍ରିକେଟ୍‌ େୱବ୍‌ସାଇଟ୍‌କୁ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ମେ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳରେ ପାଣ୍ଡ୍ୟା ସ୍ଥାନ ପାଇଛନ୍ତି । ବିଶ୍ୱକପ୍‌ରେ ସେ ତାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହ ଛାପ ଛାଡ଼ିବେ ବୋଲି ଆଶା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କପିଳଙ୍କ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଇମାମ୍‌

କପିଳଙ୍କ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଇମାମ୍‌

Read More...

ବିରଳ ଅସ୍ତ୍ରୋପଚାର: ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୧୬ କଣ୍ଟା

ବିରଳ ଅସ୍ତ୍ରୋପଚାର: ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୧୬ କଣ୍ଟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page