ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

March 23, 2020, ଦେଶ, , Anupambharat News Bureau


ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି
Anupambharat News Bureau
March 23, 2020

ନୂଆଦିଲ୍ଲୀ, ୨୩ା୩: ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉ ନାହିଁ । ଏହି ରୋଗରେ ଏ ପର୍ଯ୍ୟନ୍ତ ୪୧୫ ଜଣ ସଂକ୍ରମିତ ହୋଇ ସାରିଲେଣି । ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧ରୁ ବୃଦ୍ଧି ଘଟି ୪୧୫ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସରେ ଅଦ୍ୟାବଧି ଦେଶରେ ୯ ଜଣଙ୍କ ମୃତୁ୍ୟ ଘଟିଛି । ଅନ୍ୟପଟେ ୨୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦେଶରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୩୪୯ ରହିଛି । କୋଭିଡ-୧୯ରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ମାମଲାରେ ମହାରାଷ୍ଟ୍ର ଆଗରେ ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭାଇରସ ରୋଗୀଙ୍କ ଚିହ୍ନଟ ହୋଇଛି । ଦିଲ୍ଲୀରେ ୨୮, କେରଳରେ ୬୦, ଉତ୍ତର ପ୍ରଦେଶରେ ୨୭, ଗୁଜରାଟରେ ୧୮, ହରିୟାଣାରେ ୭, ହିମାଚଳ ପ୍ରଦେଶରେ ୨, ଜାମ୍ମୁ-କାଶ୍ମୀରରେ ୪, କର୍ଣ୍ଣାଟକରେ ୨୬, ଆନ୍ଧ୍ର ପ୍ରଦେଶରେ ୫, ଲଦାଖରେ ୧୩, ରାଜସ୍ଥାନରେ ୨୫, ତାମିଲନାଡୁରେ ୭, ତେଲେଙ୍ଗାନାରେ ୧୧, ଓଡିଶାରେ ୨, ପୁଡୁଚେରୀ ଓ ଛତିଶଗଡରେ ଏକ-ଏକ, ଚଣ୍ଡିଗଡରେ ୫, ଉତରାଖଣ୍ଡରେ ୩, ପଶ୍ଚିମବଙ୍ଗରେ ୭ ଓ ପଞ୍ଜାବରେ ୨୧ ଜଣ କରୋନା ରୋଗୀ ଅଛନ୍ତି । କେନ୍ଦ୍ର ସରକାର ବଢୁଥିବା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଲକଡାଉନ ଆଦେଶକୁ କଡା ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶକୁ ଉଲ୍ଲଂଘନ କରୁଥିବା
ଲୋକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଉଲ୍ଲେଖନୀୟ ଦେଶରେ କରୋନା ପ୍ରଭାବିତ ୭୫ ଜିଲ୍ଲାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହି ସବୁ ଜିଲ୍ଲାରେ କେବଳ ଆବଶ୍ୟକ ସେବା ଜାରି ରହିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଅପିଲ୍‌ କରି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଯାହା ଫଳରେ କରୋନା ଭାଇରସ ବ୍ୟାପିବାକୁ ରୋକା ଯାଇ ପାରିବ । ଏହି ରୋଗର ଚେନକୁ ସମାପ୍ତ କରିବା ଲାଗି ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ଓ ଘରେ ରହିବାକୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

Read More...

ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page