ମାନୁନାହାନ୍ତି ୧୦% ଲୋକ

March 30, 2020, ଓଡ଼ିଶା, , Anupambharat News Bureau


ମାନୁନାହାନ୍ତି ୧୦% ଲୋକ
Anupambharat News Bureau
March 30, 2020

ଭୁବନେଶ୍ୱର, ୩୦ା୩(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟରେ ତାଲା ବନ୍ଦ ଜାରୀ ରହିଛି । ବହୁ ସଚେତନ ଜନସାଧାରଣ ଏହାକୁ ମାନୁଥିବା ବେଳେ କିଛି ଏହାର ପାଳନ କରୁନାହାନ୍ତି । ରାଜ୍ୟର ୯୦ % କୋଭିଡ୍‌ -୧୯ ନିର୍ଦ୍ଦେଶ ପାଳୁଛନ୍ତି । ୧୦ % ଏବେ ବି ବୁଝୁ ନାହାନ୍ତି । ସେମାନେ ଅନ୍ୟ ୯୦ %ଙ୍କ ପାଇଁ ବିପଦ ଆଣିପାନ୍ତି । ତେଣୁ ସେହିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି । ଅନ୍ୟପକ୍ଷେ ସାରା ଦେଶରେ ଲକ୍‌ ଡାଉନ୍‌ ଜାରୀ କରାଯାଇଛି । ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତି ମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । କ୍ୱାରେଣ୍ଟାଇନ୍‌ ପାଳନ ନକଲେ କେସ୍‌ କରାଯାଉଛି । ଏଭଳି ଭାବେ ୬୧ ଟା କେସ୍‌ କରାଯାଇଛି । ସେହିପରି ଲକ୍‌ ଡାଉନ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ ପାଇଁ ୧୫୦୦ରୁ ଉର୍ଦ୍ଧ୍ୱ କେସ୍‌ ରୁଜୁ କରାଯାଇଛି ଏବଂ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୯ ମାର୍ଚ୍ଚରୁ ୩୦ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨୪ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରେ ୩ଟି ମାମଲା ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଦାୟର ହୋଇଛି । ଓଡିଶାରେ ଲକ୍‌ ଡାଉନ୍‌ ପାଇଁ ରାଜ୍ୟର ପ୍ରତି ଥାନାକୁ ସୁଦୃଢ କରାଯାଇଛି । ଏହି ସମୟ ପାଇଁ ୭୦୦ ଜଣ ଅଧିକ ସବ୍‌ ଇନସ୍‌ପେକଫର ଙ୍କୁ ନିୟୋଜିତ କରାଯାଇଛି । ସେହିପରି ପ୍ରାୟ ୧୬୨ ପ୍ଲାଟୁନ୍‌ ପୋଲିସ୍‌ ଲକ୍‌ ଡାଉନ୍‌ ଏନଫୋର୍ସମେଣ୍ଟରେ ନିୟୋଜିତ ଅଛନ୍ତି । ୧୦୦୦ରୁ ଅଧିକ ଗାଡି ଏହି କାର୍ଯ୍ୟରେ ଲାଗିଛନ୍ତି । ପୋଲିସ୍‌ କର୍ମଚାରୀଙ୍କୁ ଜନସାଧାରଣଙ୍କ ପ୍ରତି ଭଲ ବ୍ୟବହାର କରିବାକୁ କୁହାଯାଇଛି । ପୋଲିସ୍‌ ସହ ସହଯୋଗ କରିବାକୁ ଡିଜିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଭୟଭୀତ ହୁଅ;ୁ ନାହିଁ । ଖାଦ୍ୟ ଯୋଗାଣ ସୁରୁଖୁରୁରେ ଚାଲିଛି । ଅତ୍ୟାବଶ୍ୟକ ସାମଗ୍ରରୀ ଯୋଗାଣରେ କୌଣସି ଅସୁବିଧା ନାହିଁ । ତେଣୁ ବାରମ୍ବାର ବାହାରକୁ ନଆସି ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି କୌଣସି ଅସୁବିଧା ଅଭିଯୋଗ କରିବାର ଥିଲେ ପୋଲିସ୍‌ ନିକଟକୁ ଫୋନ୍‌ କରି ଅଭିଯୋଗ ଜଣା;ୁ । ତାର ସମାଧାନ କରାଯିବ ବୋଲି ଡିଜିପି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧ .୫ ଲକ୍ଷ କୋଟି ଅନୁମୋଦିତ

୧ .୫ ଲକ୍ଷ କୋଟି ଅନୁମୋଦିତ

Read More...

ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page