ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

March 31, 2020, ଦେଶ, , Anupambharat News Bureau


ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା  ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
Anupambharat News Bureau
March 31, 2020

ନୂଆଦିଲ୍ଳୀ,୩୧ା୩: ଭାରତରେ କରୋନା ଭାଇରସ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନୁରୂପ ଭାବେ ଏହି ଭାଇରସ ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ ନୂଆ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଛି । ଫଳରେ ଦୋରେ ସଂକ୍ରମଣଙ୍କ ସଂଖ୍ୟା ୧୩୯୭ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୨୩ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୨୩୮ ମେଡ଼ିକାଲରେ ଭର୍ତ୍ତି ରହିଛନ୍ତି । ଅନ୍ୟପକ୍ଷେ ଏହି ଭୂତାଣୁ ଯୋଗୁ ପଞ୍ଚାବରେ ଦୁଇ ଏବଂ ମହାରାଷ୍ଟ୍ରରେ ଆଉ ଜଣଙ୍କ ମୃତୁ୍ୟ ଘଟିଛି । ଫଳରେ ଦେଶରେ ଏହି ରୋଗରେ ମୃତୁ୍ୟ ସଂଖ୍ୟା ୩୫ହୋଇଛିି । ଅନ୍ୟପକ୍ଷେ ଦିଲ୍ଲୀର ନିଜାମୁର୍ଦ୍ଦିନରେ ଆୟୋଜିତ ତଗଲିକ ଜମାତ ବଡ଼ ବିପତ୍ତି ଆଣିଛି । ଦେଶରେ ସଂକ୍ରମଣ ଏବଂ ମୃତକଙ୍କ ମଧ୍ୟରେ ଏଠାରେ ଯୋଗଦେଇଥିବା ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଛି । ଲକ୍‌ଡ଼ାଉନ୍‌ ଥିବା ସତ୍ତେ୍ୱ ଏହାକୁ ଅଣଦେଖା କରି ନିଜାମୁଦ୍ଦିନ୍‌ର ଏକ ସ୍ଥାନରୁ ବିଭିନ୍ନ ରାଜ୍ୟର ଲୋକମାନେ ଯୋଗଦେଇଥିଲେ । ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ବିଭିନ୍ନ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୩୩୦ ଜଣ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ହସ୍‌ପିଟାଲ୍‌ରେ ରଖାଯାଇଥିବା ବେଳେ ୭୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ ସୁବିଧା ଦିଆଯାଇଛି । ତେବେ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିବା ଏହି ସ୍ଥଳରୁ ହି ୨୪ଜଣଙ୍କ ଶରୀରରେ କୋଭିଡ଼୍‌ -୧୯ ପଜେଟିଭ୍‌ ଚିହ୍ନଟ ହୋଇଥିବା ଘଟଣା ଏକ ନୂତନ ଆଶଙ୍କା ସୃଷ୍ଟି କରିଛି । ପୁଣି ଏହି ସମସ୍ୟା ଦିଲ୍ଲୀ ସରକାରଙ୍କ ପାଇଁ ସ୍ଥିତିକୁ ଗମ୍ଭୀରଜନକ କରିଛି । ଏହି ସମ୍ମିଳନୀର ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି । ନିଜାମୁଦ୍ଦିନ ସ୍ଥିତ ଏକ ବିଶ୍ୱସ୍ତରୀୟ ସଙ୍ଗଠନ ତାବଲିଗ୍‌ ଜମାତ୍‌ ନାମକ ସଙ୍ଗଠନ ଆଲ୍ଲାମି ମର୍କାଜ୍‌ ବାଙ୍ଗ୍‌ଲିବାଲି ମସ୍‌ଜିଦ୍‌ ଠାରେ ଆଜି ଧାର୍ମିକ ସମ୍ମିଳନୀ ଚାଲିଥିଲା । ଏଠାରେ ଇସ୍‌ଲାମ୍‌ ଧର୍ମର କଡ଼ା ନିୟମବଳୀକୁ ପ୍ରଚାର କରାଯାଇଥାଏ । ଭାରତ ସମେତ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ୍‌, ସାଉଦିଆରବ ପ୍ରଭୁତି ଦେଶର ପ୍ରାୟ ୮ହଜାର ଲୋକ ଏହା ପୂର୍ବରୁ ଏକ ସମ୍ମିଳନୀରେ ଯୋଗଦେଇଥିଲେ । ଦିଲ୍ଲୀରେ ଏହି ସମ୍ମିଳନୀରେ ଯୋଗଦେଇଥିବା ଅନ୍ୟ ସମସ୍ତ ରାଜ୍ୟ ତଥା ଆସାମ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପ୍ରଭୁତିର ଲୋକମାନଙ୍କୁ ଚିହ୍ନଟ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାମଧ୍ୟ ସ୍ପଷ୍ଟ ହୋଇଛି ଯେ, ନିଜାମୁଦ୍ଦିନ ଘଟଣାରେ ତାମିଲନାଡ଼ୁରେ ଯେଉଁ ୫୦ଜଣ କରୋନା ରୋଗରେ ପୀଡ଼ିତ ହୋଇଛନ୍ତି , ସେଥିରୁ ୪୫ ଜଣ ଲୋକ ଏହି ନିଜାମୁଦ୍ଦିନ ସମ୍ମିଳନୀରେ ସଂପୃକ୍ତ ଥିଲେ । ଏ ସମ୍ପର୍କରେ ତାମିଲ୍‌ନାଡ଼ୁ ସରକାର ସ୍ପଷ୍ଟ କରିଛନ୍ତି । ଚଳିତ ମାସର ପ୍ରଥମ ସପ୍ତାହରେ ନିଜାମୁଦ୍ଦିନରେ ଏହି ଧାର୍ମିକ ସମ୍ମିଳନୀ ଆୟୋଜନ କରିଥିବା ଆୟୋଜକ ମୌଲ୍ଲାନା ସାଡ଼୍‌ଙ୍କ ବିରୋଧରେ ଦିଲ୍ଲି ପୋଲିସ ଏତଲା ରୁଜୁ କରିଛି । ଲକ୍‌ଡ଼ାଉନ୍‌ର ଆଜି ସପ୍ତମ ଦିନ ଅତିକ୍ରମ କରିସାରିଛି । ମୁଖ୍ୟତଃ ଗୁଜୁରାଟ, ପଞ୍ଜାବ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି । ଆଜି ବିହାରରେ ୫ଟି ନୂତନ ପଜେଟିଭ୍‌ ଚିହ୍ନଟ ହୋଇଛି । ସିୱାନ୍‌ରୁ ୪ଜଣ ଏବଂ ଅନ୍ୟଜଣେ ଗୟାର ବୋଲି ଚିହ୍ନଟ କରାଯାଇଛି । ଫଳରେ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସନ୍ଧ୍ୟା ସୁଦ୍ଧା ୨୧କୁ ପହଞ୍ଚିଛି । ଠିକ୍‌ ସେହିଭଳି ଉତ୍ତରପ୍ରଦେଶରେ ମଧ୍ୟ ଆଜି ପୁଣି ୭ଜଣଙ୍କ ଦେହରେ କୋଭିଡ଼୍‌-୧୯ ଚିହ୍ନଟ ହୋଇଥିବା ଜଣାପଡିଛି । ରାଜ୍ୟର ବରେଲି ସହରରୁ ୫ଜଣ ଏବଂ ନଏଡ଼ା ଓ ଗାଜିଆବାଦ୍‌ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଫଳରେ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟଳିନି ବିପଦ

ଟଳିନି ବିପଦ

Read More...

କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page