ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%

March 31, 2020, ଓଡ଼ିଶା, , Anupambharat News Bureau


ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%
Anupambharat News Bureau
March 31, 2020

ଭୁବନେଶ୍ୱର, ୩୧ା୩(ଅନୁପମମିଡ଼ିଆ): କରୋନା ଭାଇରସ ସଂକ୍ରମଣ ପାଇଁ ରାଜ୍ୟ ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପଡିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାର ନିର୍ବାଚିତ ପ୍ରତିନିଧିଙ୍କୁ ୩୦ ପ୍ରତିଶତ ଦରମା ମିଳିବ । ଏମାନଙ୍କୁ ବାକି ୭୦ ପ୍ରତିଶତ ଦରମା ପରେ ମିଳିବ । ସେହିପରି ଆଇଏଏସ, ଆଇପିଏସ, ଆଇଏଫଏସଙ୍କ ଭଳି ସର୍ବଭାରତୀୟ ସେବାରେ ଥିବା ଅଧିକାରୀଙ୍କୁ ୫୦ ପ୍ରତିଶତ ଦରମା ମିଳିବ । ବାକି ୫୦ ପ୍ରତିଶତ ଦରମା ପରେ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାର ନିର୍ବାଚିତ ପ୍ରତିନିଧିଙ୍କ ମୋଟ୍‌ ଦରମା (ଦରମା ମହଙ୍ଗା ଭତ୍ତା)ର ୭୦ ପ୍ରତିଶତକୁ ସ୍ଥଗିତ ରଖାଯିବ । ସେମାନଙ୍କୁ କେବଳ ମୋଟ ଦରମାର ମାତ୍ର ୩୦ ପ୍ରତିଶତ ମିଳିବ । ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚଙ୍କ ପାଇଁ ଏହି ନିର୍ଦ୍ଦେଶ ମଧ୍ୟ ଲାଗୁହେବ । ସେହିପରି ସର୍ବଭାରତୀୟ ସେବା ଅଧିକାରୀ ଆଇଏଏସ୍‌, ଆଇଏଫଏସ୍‌ ଓ ଆଇପିଏସଙ୍କ ମୋଟ ଦରମାର ୫୦% ପ୍ରତିଶତ ସ୍ଥଗିତ ରଖାଯିବ । ତେବେ କେତେଦିନ ପର୍ଯ୍ୟନ୍ତ ଏହି ଦରମା ସ୍ଥଗିତ ରଖାଯିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ସୂଚନାଯୋଗ୍ୟ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ସହ ବିଧାୟକ ଓ ସାଂସଦମାନଙ୍କୁ ମଧ୍ୟ ନିଜର ଦରମା ଦାନ ପାଇଁ ଅନୁରୋଧ କରିଥିଲେ । ବିଜେଡି ବିଧାୟକ ଓ ସାଂସଦମାନେ କରୋନା ମୁକାବିଲା ପାଇଁ ନିଜର ୧ରୁ ୩ମାସ ପର୍ଯ୍ୟନ୍ତ ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ

ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ

Read More...

 ଓଡ଼ିଶାରେ  ଚତୁର୍ଥ ପଜିଟିଭ

ଓଡ଼ିଶାରେ ଚତୁର୍ଥ ପଜିଟିଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page