ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

April 04, 2020, ଓଡ଼ିଶା, , Anupambharat News Bureau


ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ
Anupambharat News Bureau
April 04, 2020

ଛତ୍ରପୁର,୪ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଭାବରେ ବୃଦ୍ଧି ଘଟୁଥିବାର ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୈନିକ ୧୯ ଘଣ୍ଟା ସଟ୍‌ ଡାଉନ ଘୋଷଣା କରିଛନ୍ତି । ଶନିବାରଠାରୁ ଜିଲ୍ଲାରେ ଏହା ଲାଗୁ କରାଯାଇଛି । ମଧ୍ୟାହ୍ନ ୧୨ରୁ ସକାଳ ୭ ପର୍ଯ୍ୟନ୍ତ ଏହା ଲାଗୁ ହୋଇଛି । ଅର୍ଥାତ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏଁ ଜିଲ୍ଳାବାସୀ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବେ । ଏହାପରେ ଘର ମଧ୍ୟରେ ରହିବେ । ଏହି ସଟ୍‌ ଡାଉନ ଉଲ୍ଳଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ଶନିବାରଠାରୁ ଲାଗୁ ହୋଇଥିବା ଏହି ସଟ୍‌ଡାଉନ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେ ନେଇ ନିର୍ଦ୍ଦେଶନାମାରେ କିଛି ଉଲ୍ଳେଖ କରାଯାଇ ନାହିଁ । ଏମର୍ମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟହ ମଧ୍ୟାହ୍ନ ୧୨ଘଣ୍ଟା ଠାରୁ ପରଦିନ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିକୁ ବାହାରକୁ ବାହାରିବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ମଟର ସାଇକେଲ ଏହି ସମୟ ମଧ୍ୟରେ ରାସ୍ତାକୁ ବାହାରି ପାରିବେ ନାହିଁ । ଜିଲ୍ଲାର କୌଣସି ଦୋକାନ ଏହି ସମୟ ମଧ୍ୟରେ ଖୋଲାଯାଇ ପାରିବ ନାହିଁ । ଔଷଧ ଦୋକାନ ଯେଉଁ ଗୁଡିକୁ ପ୍ରଶାସନ ଅନୁମତି ପ୍ରଦାନ କରିଥିବ ସେହି ଗୁଡିକ କେବଳ ଖୋଲିବେ । ଏଥିପାଇଁ ସ୍ଥାନୀୟ ଡ଼୍ରଗ୍‌ ଇନିସ୍ପେକଫର କିମ୍ବା ସହରାଞ୍ଚଳ ନିର୍ବାହୀ ଅଧିକାରୀ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଯେଉଁ ଔଷଧ ଦୋକାନ ଗୁଡିକ ଖୋଲା ରହିବ ତାହା ପରସ୍ପରଠାରୁ ଅନ୍ତତଃ ୧୦୦ ମିଟର ଦୂର ବଜାୟ ରଖିବେ । ଟେଲିଫୋନ୍‌ ଯୋଗାଯୋଗ ଦ୍ୱାରା ଔଷଧ ପ୍ରଦାନ କରାଯାଇପାରିବ । ଶତ ପ୍ରତିଶତ ରୋଗୀ ସେବା ଟେଲିଫୋନ୍‌ ମାଧ୍ୟମରେ ପରିଚାଳନା କରିବାପାଇଁ କୁହାଯାଇଛି । ଡାକ୍ତରଖାନାରେ ଜରୁରୀକାଳିନ ୱାର୍ଡ କାର୍ଯ୍ୟକ୍ଷମ ରହିବ । ସମସ୍ତ ଘରୋଇ ଡାକ୍ତରଖାନା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିବ । ସ୍ଥାନୀୟ ତହସିଲଦାର ଏହାର ତଦାରଖ କରିବେ । କୌଣସି ରୋଗୀ ତହସିଲଦାର କିମ୍ବା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ବିନା ଡାକ୍ତରଖାନାକୁ ମୋଟରସାଇକେଲରେ ଆସିପାରିବେ ନାହିଁ । ଯେଉଁ ବ୍ୟକ୍ତି ବାହାରେ ବୁଲିବେ ତାଙ୍କୁ ତୁରନ୍ତ ପୋଲିସ୍‌ ଉଠାଇନେବ । ପରିବାପତ୍ର ଏବଂ ତେଜରାତି ଦୋକାନ ସକାଳ ୭ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ବ୍ୟକ୍ତି ଚାଲି ଚାଲି ଆସି ନିର୍ଦ୍ଧାରିତ ଦୂରତ୍ୱ ବ୍ୟବଧାନରେ ରହି କ୍ରୟ କରକିବପାକୁ କୁହାଯାଇଛି । ସହରାଞ୍ଚଳରେ ଟ୍ରଲି କିମ୍ବା ଠେଲା ମାଧ୍ୟମରେ ଘର ନିକଟରେ ରାସନ ସାମଗ୍ରୀ ଯୋଗାଇନିଜ ଘରେ କ୍ୱାରେଣ୍ଟାଇନ୍‌ରେ ଥିବା କୌଣସି ବ୍ୟକ୍ତି ବାହାରେ ବୁଲିଲେ ତାଙ୍କୁ ତୁରନ୍ତ ନେଇ ପ୍ରଶାସନିକ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯିବ । ବୟସ୍କ ବ୍ୟକ୍ତି ମାନଙ୍କୁ ବାହାରେ ବୁଲିବାପାଇଁ ନିଷେଧ କରାଯାଇଛି । ଅବମାନନା କଲେ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ । କୌଣସି ବ୍ୟକ୍ତି ବାହାରକୁ ବାହାରିଲେ ତାଙ୍କର ମୁହଁକୁ ସମ୍ପୂର୍ଣ୍ଣ ଆବୃତ୍ତ କରି ରଖିବେ ।
ଯେଉଁମାନେ ଥଣ୍ଡା କିମ୍ବା କାଶରେ ଆକ୍ରାନ୍ତ ସେମାନେ ନିଜଘରେ ମଧ୍ୟ ମୁହ୍‌ଁକୁ ଆବୃତ କରି ରଖିବେ । ପୋଲିସ୍‌ ପାଟ୍ରୋଲିଂ ଅଧିକ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାହାରେ ବୁଲୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ପୋଲିସ୍‌ ଉଠାଇବ । ସ୍ଥଳ ବିଶେଷରେ ସେମାନଙ୍କ ବିରୁଦ୍ଧରେ ମହାମାରୀ ରୋଗ ନିୟମ ମୁତାବକ ମକଦ୍ଦମା ଦାୟର କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

Read More...

ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page