କୋଭିଡ୍‌-୧୯ ପାଇଁ ଆଗୁଆ ମିଳିବ କଳାକାର ଭତ୍ତା

April 08, 2020, ଓଡ଼ିଶା, , Anupambharat News Bureau


କୋଭିଡ୍‌-୧୯ ପାଇଁ ଆଗୁଆ ମିଳିବ କଳାକାର ଭତ୍ତା
Anupambharat News Bureau
April 08, 2020

ଭୁବନେଶ୍ୱର ,୮ ।୪(ଅନୁପମମିଡ଼ିଆ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪,୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଏପରି ୪ ମାସର ପେନ୍‌ସନ୍‌ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏଥି ପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ ୩୪ ହଜାର ୪୦୦ ଟଙ୍କାର ଆବଣ୍ଟନ ପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି । ବିଶ୍ୱରେ ସଂପ୍ରତି ଦେଖାଦେଇଥିବା ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣଜନିତ ଭୟାବହତାକୁ ନେଇ ଦେଶରେ ଲକ୍‌ ଡାଉନ୍‌ ଅବସ୍ଥା ସୃଷ୍ଟି ହୋଇଥିବାରୁ ଦୁସ୍ଥ କଳାକାରମାନଙ୍କୁ ସହାୟତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ପେନ୍‌ସନ୍‌ ବାବଦରେ ମାସକୁ ୧୨୦୦ ଟଙ୍କା ହିସାବରେ ଚାରି ମାସ ପାଇଁ ୪୮୦୦ ଟଙ୍କା ଏକକାଳୀନ ଚଳିତ ମାସ ୧୫ ତାରିଖ ମଧ୍ୟରେ ସଂପୃକ୍ତ କଳାକାରମାନଙ୍କ ବ୍ୟାଙ୍କ ଜମାଖାତାକୁ ଇ-ଟ୍ରାନ୍ସଫର ଜରିଆରେ ପଇଠ କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ନିୟମ-୮(୫) ପ୍ରକାରେ ମାର୍ଚ୍ଚ ମାସରେ କଳାକାରମାନେ ନିଜ ସପକ୍ଷରେ କରିବାକୁ ଥିବା ଜୀବିତ ପ୍ରମାଣପତ୍ର ଦାଖଲକୁ ମଧ୍ୟ ଛାଡ଼ କରାଯାଇଛି । କଳାକାର ପେନ୍‌ସନ୍‌ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଭତା ବଣ୍ଟନ ରିପୋର୍ଟ ଇମେଲ୍‌ ଓ ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ବିଭାଗକୁ ତୁରନ୍ତ ପ୍ରେରଣ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ,  ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ, ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

Read More...

‘ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିଲେ କ ୍ୱାରେଣ୍ଟାଇନ୍‌ରେ ରୁହ;ୁ’

‘ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିଲେ କ ୍ୱାରେଣ୍ଟାଇନ୍‌ରେ ରୁହ;ୁ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page