୧୫ ହଜାର କୋଟିର ଜରୁରୀ ପ୍ୟାକେଜ୍‌ ମଞ୍ଜୁର

April 09, 2020, ଦେଶ, , Anupambharat News Bureau


 ୧୫ ହଜାର କୋଟିର ଜରୁରୀ ପ୍ୟାକେଜ୍‌ ମଞ୍ଜୁର
Anupambharat News Bureau
April 09, 2020

ନୂଆଦିଲ୍ଲୀ,୮ା୪:ସମଗ୍ର ବିଶ୍ୱରେ ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱର ପ୍ରଭାବିତ ରାଷ୍ଟ୍ରମାନଙ୍କରେ ତାଲା ବନ୍ଦ ସ୍ଥିତି ଜାରି ରହିଛି । ବିଶ୍ୱବ୍ୟାପୀ ଯାନବାହାନ ଚଳାଚଳ, ଟ୍ରେନ୍‌ ଚଳାଚଳ ଓ ବିମାନ ଉଡ଼ାଣ ମଧ୍ୟ ଠପ୍‌ ହୋଇପଡିଛି । ଲକ୍‌ଡ଼ାଉନ୍‌କୁ ଏକମାତ୍ର ବିକଳ୍ପ ଭାବରେ କରୋନାର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ର ଏକ ହୋଇଛନ୍ତି । ଏଭଳି ଏକ ଗମ୍ଭୀରଜନକ ସ୍ଥିତିରେ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ କୋଭିଡ଼୍‌-୧୯ ବା କରୋନା ରୋଗର ମୁକାବିଲା କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଆଜି ୧୫ ହଜାର କୋଟି ଟଙ୍କାର ଜରୁରୀକାଳିନ ପ୍ୟାକେଜ ବା ସହାୟତା ପାଣ୍ଠି ପ୍ରସ୍ତବକୁ ମଞ୍ଜୁରୀ କରାଯାଇଛି । ଆଜି ମଞ୍ଜୁର ହୋଇଥିବା ଏହି ଆର୍ଥିକ ପ୍ୟାକେଜକୁ ବିଭିନ୍ନ ପ୍ରୋଜେକଫ ମାଧ୍ୟମରେ ତିନି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ଏହା ସମ୍ପୂର୍ଣ୍ଣ ରୂପେ ଦେଶବ୍ୟାପି ଏବଂ ସମସ୍ତ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ବର୍ଷିୟ ଯୋଜନା ଆକାରରେ ୧୫ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି । ତେବେ ଏହାକୁ କୋଭିଡ଼୍‌-୧୯ ଭାଇରସ୍‌ ମୁକାବିଲା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ୟାକେଜ ଶତପ୍ରତିଶତ କେନ୍ଦ୍ରୀୟ ପାଣ୍ଠିରୁ ହିଁ ମଞ୍ଜୁର କରାଯାଇଥିବା ସ୍ପଷ୍ଟ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଭାରତବର୍ଷର ହିତ ଉଦେଶ୍ୟରେ ଆଜି ମଞ୍ଜୁର ହୋଇଥିବା ୧୫ହଜାର କୋଟି ଟଙ୍କାକୁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହାକୁ ୨୦୨୦ ଜାନୁଆରୀ ଠାରୁ ଜୁନ୍‌ ମଧ୍ୟରେ ସମ୍ପାଦନ କରିବାକୁ ଧାର୍ଯ୍ୟ କରାଯାଇଛି । ଠିକ୍‌ ସେହିଭଳି ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ ୨୦୨୦ ଜୁଲାଇ ମାସ ଠାରୁ ଆରମ୍ଭ କରାଯାଇ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ସମ୍ପାଦନ କରାଯିବ । ଏହା ବ୍ୟତିତ ତୃତୀୟ ପର୍ଯ୍ୟାୟରେ ଏହି କୋଭିଡ଼୍‌-୧୯ ଜରୁରୀ ବିପର୍ଯ୍ୟୟ ପାଣ୍ଠିକୁ ୨୦୨୧ ଏପ୍ରିଲ ମାସ ଠାରୁ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଯୋଜନା କରାଯାଇଛି । ଏହି ବିପୁଳ ପରିମାଣର ଆର୍ଥିକ ରାଶି ଭାରତ ବର୍ଷର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଆବଣ୍ଟନ ହେବ । ଭାରତରେ କୋଭିଡ଼୍‌-୧୯ ହସ୍‌ପିଟାଲ୍‌ର ଉନ୍ନୟନ ଅବା ଇଣ୍ଟେନ୍‌ସିପ୍‌ କେୟାର୍‌ ୟୁନିଟ୍‌ (ଆଇସିୟୁ) ଏବଂ ସମସ୍ତ ମେଡ଼ିକାଲ ସେଣ୍ଟର୍‌ ମାନଙ୍କୁ ଅକ୍ସିଜେନ ଯୋଗାଣ କରିବା କ୍ଷେତ୍ରରେ ଏହି ଜରୁରୀ ପାଣ୍ଠିକୁ ବିନିଯୋଗ କରାଯିବ । ଏହା ବ୍ୟତୀତ ଦେଶବ୍ୟାପି ଯଥେଷ୍ଟ ପରିମାଣରେ ଆବଶ୍ୟକୀୟ ମେଡ଼ିକାଲ୍‌ ଉପକରଣ ପ୍ରସ୍ତìତ କରାଯାଇ ସମସ୍ତ ହସ୍‌ପିଟାଲ୍‌ମାନଙ୍କୁ ଯୋଗାଇଦିଆଯିବ । ଆବଶ୍ୟକୀୟ ଔଷଧକୁ ଉତ୍ପାଦନ କରାଯିବ । ଏହା ବ୍ୟତିତ ସର୍ଭେଲାନ୍ସ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯିବ । ଏହାମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ହସ୍‌ପିଟାଲ୍‌ ମାନଙ୍କରେ ଉନ୍ନତ ତଥା ଅତ୍ୟାଧୁନିକ ଲ୍ୟାବ୍ରୋଟାରୀ ସ୍ଥାପନ କରାଯିବ । ଏବଂ ବାୟୋସିକୁ୍ୟରିଟି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ହସ୍‌ପିଟାଲ୍‌ ଗୁଡିକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ

ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ

Read More...

ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page