ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

April 09, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
Anupambharat News Bureau
April 09, 2020

ଭୁବନେଶ୍ୱର, ୯ା୪ (ଅନୁପମ ମିଡ଼ିଆ): କରୋନା ସଂକ୍ରମଣର ଆଶଙ୍କାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍‌ ଡାଉନକୁ ଆଗାମୀ ୩୦ ଯାଏ ବଢାଇଛନ୍ତି । ରାଜ୍ୟ କ୍ୟାବିନେଟର ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି । ସେହିପରି ଆଗାମୀ ଜୁନ ମାସ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଗୁରୁୁବାର ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ ଡାଉନକୁ ଆଗାମୀ ୩୦ ଏପ୍ରିଲ ଯାଏ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଲକ୍‌ ଡାଉନକୁ ୩୦ ଏପ୍ରିଲ ଯାଏ ବଢାଇବାକୁ ଅନୁରୋଧ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଆଗାମୀ ଏପ୍ରିଲ ୩୦ ତାରିଖ ଯାଏ ଟ୍ରେନ ସେବା ଓ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରା ଯାଇଥିବା ସେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଆଗାମୀ ଜୁନ ମାସ ୧୭ ତାରିଖ ଯାଏ ଛୁଟି ଘୋଷଣା କରା ଯାଇଛି । ସେ କହିଛନ୍ତି ଯେ ଏହି ଲକ ଡାଉନ ସମୟରେ କୃଷି ଓ ପଶୁପାଳନ କାର୍ଯ୍ୟ ଜାରୀ ରହିବ ତଥା ଲୋକ ମାନଙ୍କୁ ରୋଜଗାର ପ୍ରଦାନ କରିବାକୁ ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟ ଜାରୀ ରହିବ । ହେଲେ ଏଥିରେ ସାମାଜିକ ଦୂରତ୍ୱକୁ ଅବଲମ୍ବନ କରାଯିବ । ଲକ ଡାଉନକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକଙ୍କୁ ଯତ୍ନ ନେବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରାଯାଇଛି । ସେହିପରି ଓଡିଶାରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କର ଯତ୍ନ ନିଆ ଯାଉଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅତ୍ୟାବଶ୍ୟକ ଜିନିଷର ଯୋଗାଣରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ପରିବହନ କିପରି ସଠିକ ଭାବେ ହୋଇ ପାରିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ସେ ପ୍ରକାଶ କରିଛନ୍ତି । ସେ କରୋନାକୁ ଶତାବ୍ଦୀର ସବୁଠାରୁ ବଡ ବିପତ୍ତି ବୋଲି କହିବା ସହ ରାଜ୍ୟରେ ଏକ ଲକ୍ଷ ରାପିଡ ଟେଷ୍ଟିଂ ପାଇଁ ସରାକର ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଛନ୍ତି । ଭୟଭୀତ ନହୋଇ କରୋନାର ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଲକ ଡାଉନ ସମୟରେ କୃଷି କାର୍ଯ୍ୟ ଜାରୀ ରହିବ ତଥା ଶ୍ରମିକ ମାନଙ୍କର ସୁବିଧା ପାଇଁ ମନରେଗା କାର୍ଯ୍ୟ ଜାରୀ ରହିବ ବୋଲି କହିଛନ୍ତି । ତେବେ ଏ ସବୁ କଲା ବେଳେ ସାମାଜିକ ଦୂରତ୍ୱ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଲକ୍‌ ଡାଉନ୍‌ ଏବଂ ସଟ୍‌ ଡାଉନ୍‌ ସମୟରେ ଓଡ଼ିଶା ଜନଗଣଙ୍କର ଅକୁଣ୍ଠ ସହଯୋଗ ଏବଂ କଟକଣାଗୁଡ଼ିକର ସେ୍ୱଚ୍ଛାକୃତ ଅନୁପାଳନ କରି ନିଜ ନିଜର ଅବଦାନ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । କରୋନା ଲଢ଼େଇରେ ଓଡ଼ିଶାର ଜନସାଧାରଣ ନିଜର ଅବଦାନ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପ୍ରକାଶ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଢ଼େଙ୍କାନାଳରେ  ପ୍ରଥମ ପଜିଟିଭ ଚିହ୍ନଟ

ଢ଼େଙ୍କାନାଳରେ ପ୍ରଥମ ପଜିଟିଭ ଚିହ୍ନଟ

Read More...

  ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ

ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page