ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ

April 11, 2020, ଦେଶ, , Anupambharat News Bureau


ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ
Anupambharat News Bureau
April 11, 2020

ମ୍ଭାବନା ରହିଛି । ତେବେ ପୁଣି ଲକ୍‌ଡାଉନ ବୃଦ୍ଧି ବେଳେ କେତେକ କ୍ଷେତ୍ରରେ କୋହଳ କରାଯିବା ଲାଗି କେନ୍ଦ୍ର ସରକାର ଚିନ୍ତା କରୁଥିବା କୁହାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି କୋଭିଡ ୧୯ର ମୁକାବିଲା କରିବା ଲାଗି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରାୟ ସମସ୍ତ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ ଅବଧି ବଢ଼ାଇବା ଲାଗି ସହମତି ପ୍ରକାଶ କରିଥିଲେ । ଫଳରେ ଆସନ୍ତା ୧୪ ତାରିଖରେ ୨୧ ଦିନିଆ ଲକ୍‌ଡାଉନ ଶେଷ ପରେ ପୁଣି ଥରେ ଏହା ବଢ଼ିବା ଆଜିର ବୈଠକରୁ ସ୍ପଷ୍ଟ ହୋଇଛି । ପୂର୍ବରୁ କେନ୍ଦ୍ର ସରକାର ଜାନ ହେତ ଜାହାନ ହେ ଆଭିମୁଖ୍ୟ ରଖିଥିବା ବେଳେ ବର୍ତ୍ତମାନ ଜାନ ଭି ଜାହାନ ଭିକୁ ପ୍ରାଥମିକତା ଦେଇଥିବା ଆଜି ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରୁ ସ୍ପଷ୍ଟ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ରାଜ୍ୟର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନ୍‌ଫର୍‌ରେନ୍ସିଂ ଜରିଆରେ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀ ଏବଂ ଆଜି ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀମାନେ ଲକ୍‌ଡ଼ାଉନ୍‌କୁ ଘୁଞ୍ଚାଇଦେବା ପାଇଁ ରାଜି ହୋଇଛନ୍ତି । ସମ୍ଭବତଃ ଏହା ଦୁଇ ସପ୍ତାହ ନିଶ୍ଚିନ୍ତ ଘୁଞ୍ଚିବ ବୋଲି ସ୍ପଷ୍ଟ ହୋଇଛି । ଆସନ୍ତା ମଙ୍ଗଳବାର ଦିନ ଏହି ୨୧ ଦିନିଆ ଲକ୍‌ଡ଼ାଉନ୍‌ର ଅବଧି ସମ୍ପୂର୍ଣ୍ଣ ହେବ । ପ୍ରଥମେ ଜୀବନ ଓ ପରେ ଆର୍ଥିକ ସ୍ଥିତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଜି ଏହି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ବେଳେ କହିଥିଲେ । ସୂଚନା ଯେ, ଇତିମଧ୍ୟରେ ପଞ୍ଜାବ ଓ ଓଡ଼ିଶା ରାଜ୍ୟ ସରକାର ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌କୁ ଆଗୁଆ ବୃଦ୍ଧି କରିବା ସଂପର୍କରେ ଘୋଷଣା କରିଥିଲେ । ବିହାର ସରକାର ମଧ୍ୟ ଲକ୍‌ଡ଼ାଉନ୍‌କୁ ବୃଦ୍ଧି କରିବା ଦିଗରେ କୌଣସି ଆପତ୍ତି ନାହିଁ ବୋଲି ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ତେବେ ଆଜିର ଏହି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ସ୍ପଷ୍ଟ କଥା ଜଣାପଡିଥିଲା ଯେ, ସମସ୍ତ ରାଜ୍ୟ ସରକାରମାନେ ରିଲିଫ୍‌ ପ୍ୟାକେଜ୍‌ ଉପରେ ପ୍ରାଧାନ୍ୟତା ଦେଇଥିଲେ । ବିଭିନ୍ନ ରାଜ୍ୟରେ ପ୍ରମୁଖ ହସ୍‌ପିଟାଲ୍‌ ମାନଙ୍କରେ କରୋନା ରୋଗୀଙ୍କୁ ଚିହ୍ନଟ ସହିତ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା କରିବା ଦିଗରେ ଆବଶ୍ୟକୀୟ ଉପକରଣର ଅଭାବ ଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ । ସୂଚନା ଯେ, ପ୍ରର୍ଯ୍ୟାୟକ୍ରମେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟକୁ ପୁନଃବାର କାର୍ଯ୍ୟକାରୀ କରିବା ଦିଗରେ ଅନୁମତି ଦିଆଯିବ ବୋଲି ମୋଦି କହିଥିଲେ । ଅନ୍ୟ କଟକଣା ଗୁଡିକ ମଧ୍ୟ ପର୍ଯ୍ୟାୟକ୍ରମେ ହଟାଯିବ ବୋଲି ପ୍ରଧାନମନ୍ତ୍ରୀ ଆଲୋଚନା ବେଳେ ସ୍ପଷ୍ଟ କରିଥିଲେ । ତେବେ ଚାଷୀମାନେ ସେମାନଙ୍କର ଦ୍ରବ୍ୟ ବା ସାମଗ୍ରୀକୁ ସିଧାସଳଖ ସେମାନଙ୍କ କ୍ଷେତରୁ ବିକ୍ରି କରିପାରିବେ ବୋଲି ସେ କହିଛନ୍ତି । କାରଣ ମୁମ୍ବାଇ ଓ ପୁନେ ନଗରୀରେ ପାଇକାରୀ ବଜାର ବା ମଣ୍ଡି ଗୁଡିକ ବନ୍ଦ ରହିଛି । ତେଣୁ ପ୍ରତ୍ୟକ୍ଷ ଭାବେ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ବିକ୍ରୀ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ସାମାନ୍ୟ କମ୍‌ ରହିଛି । ତେବେ ଦେଶରେ ଲକ୍‌ଡ଼ାଉନ୍‌ ସ୍ଥିତିକୁ କଡ଼ାକଡ଼ି କାର୍ଯ୍ୟ କରାଯିବା ଦ୍ୱାରା ହିଁ କରୋନାକୁ ମୁକାବିଲା କରାଯାଇପାରିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ ହୃଦ୍‌ବୋଧ କରିଛନ୍ତି । ଆଜି ଆଲୋଚନା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ୍‌ ସୋସିଆଲ୍‌ ମିଡ଼ିଆରେ ଜଣାଇଥିଲେ ଯେ, ପ୍ରଧାନମନ୍ତ୍ରୀ ଲକ୍‌ଡ଼ାଉନ୍‌ ବୃଦ୍ଧି କରିବା ଦିଗରେ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ଉଚିତ ନିଷ୍ପତ୍ତି । ଭାରତରେ ସଂକ୍ରମଣର ପୂର୍ବରୁ ହିଁ ଲକ୍‌ଡ଼ାଉନ୍‌ କାର୍ଯ୍ୟକାରୀ ଯୋଗୁଁ ସ୍ଥିିତି ଠିକ୍‌ ରହିଛି,



ଅନ୍ୟଥା ଏହା ଅନ୍ୟ ବିଦେଶୀ ରାଷ୍ଟ୍ରମାନଙ୍କ ଭଳି ପରିଣତି ଭୋଗିବାକୁ ପଡ଼ିଥାନ୍ତା ବୋଲି କେଜରିୱାଲ୍‌ କହିଥିଲେ । ଯଦିଓ ଲକ୍‌ଡ଼ାଉନ୍‌କୁ ଉଚ୍ଛେଦ କରାଯାଏ ତେବେ ଏହାର ମୁକାବିଲା କରିବା ପାଇଁ ଯଥେଷ୍ଟ ସ୍ୱାସ୍ଥ୍ୟ ସମ୍ବଳ ଓ ମାନବ ସମ୍ବଳର ଉପଲବ୍ଧ ନାହିଁ ବୋଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମତ ରଖିଥିଲେ । ରାଜ୍ୟମାନଙ୍କର ମତାମତକୁ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ସ୍ୱାଗତ କରନ୍ତି ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଚୌହ୍ୱାନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ରବି ଫସଲ ପାଇଁ ସାଧାରଣ ଆଶ୍ୱସ୍ଥିକର ରିଲିଫ୍‌ର ଆବଶ୍ୟକତା ରହିଛି ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାଜ୍ୟର ଆର୍ଥିକ ସ୍ଥିତି ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି ବୋଲି କହିବା ସହିତ ମାନବିକତା ଦୃଷ୍ଟିରୁ ଲକ୍‌ଡ଼ାଉନ୍‌ ବୃଦ୍ଧିକୁ ଗ୍ରହଣ କରିବା ଉଚିତ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ   ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌

ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌

Read More...

ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି

ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page