ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ, ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ

April 12, 2020, ଦେଶ, , Anupambharat News Bureau


ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ,  ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ
Anupambharat News Bureau
April 12, 2020

ନୂଆଦିଲ୍ଲୀ,୧୩ା୪:ସମଗ୍ର ବିଶ୍ୱରେ କରୋନା ଭାଇରସର ଭୟାବହତା ବ୍ୟାପିବାରେ ଲାଗିଛି । ଦୈନିକ ମୃତକଙ୍କ ସଂଖ୍ୟା ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ବୃଦ୍ଧି ପାଉଛି । ଭାରତରେ ମଧ୍ୟ କରୋନାର ମୁକାବିଲା ପାଇଁ ସାମାଜିକ ଦୂରତାକୁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରି କେନ୍ଦ୍ର ସରକାର ୨୧ ଦିନିଆ ଲକ୍‌ଡ଼ାଉନ୍‌ ଘୋଷଣା କରିଛନ୍ତି । ଇତିମଧ୍ୟରେ ଚଳିତ ମାସ ୧୪ ତାରିଖରେ ଲକ୍‌ଡ଼ାଉନ୍‌ର ଅବଧି ପୂରଣ ହେବ ଏବଂ ପୁଣି ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ଜାରି ରହିବ । ତେବେ ଲକ୍‌ଡ଼ାଉନ୍‌ ବ୍ୟବସ୍ଥାକୁ ସୁପରିଚାଳନା କରିବା ଦିଗରେ ସମଗ୍ର ଦେଶରେ ତ୍ରିସ୍ତରୀୟ ଜୋନ ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ପ୍ରଭାବିତ ଅଞ୍ଚଳ ଓ ଭୂତାଣୁମୁକ୍ତ ବା ଅଣପ୍ରଭାବିତ ଅଞ୍ଚଳମାନଙ୍କ ମଧ୍ୟରେ ସ୍ଥିତିକୁ ଅନୁଧ୍ୟାନ କରି ଜୋନ୍‌ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଟ୍ରାଫିକ୍‌ ଲାଇଟ୍‌ ଭଳି ଦେଶର ବିପଦମୁକ୍ତ ଅଞ୍ଚଳକୁ ତିନୋଟି ରଙ୍ଗ ଜରିଆରେ ଜୋନ୍‌ ବ୍ୟବସ୍ଥା କରାଯାଇଛି । ରେଡ଼, ଅରେଞ୍ଜ, ଗ୍ରୀନ୍‌ ଜୋନ୍‌ କୋଡ଼୍‌ ଗଠନ କରାଯାଇଛି । ଲୋକମାନଙ୍କର ଗତିବିଧିକୁ ଏଥିରେ ଗୁରୁତର ସହ ଗ୍ରହଣ କରାଯାଇଛି । ଲକ୍‌ଡ଼ାଉନ୍‌ ସ୍ଥିତିରେ ମଧ୍ୟ ଚଳପ୍ରଚଳନ ଉପରେ ନିର୍ଦ୍ଦିଷ୍ଟ କେଉଁ କ୍ଷେତ୍ରକୁ କୋହହ କରାଯିବ ଏହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଦିଓ ଲକ୍‌ଡ଼ାଉନ୍‌ ଅବଧି ବୃଦ୍ଧି ପାଏ ତେବେ ଅର୍ଥନିତୀର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କେତେକ କୋହଳ ନୀତି ଅବଲମ୍ବନ କରାଯିବ । ସମଗ୍ର ଦେଶରେ ଯେଉଁ ଜିଲ୍ଲାମାନଙ୍କରେ କୌଣସି ମଧ୍ୟ କେଭିଡ଼-୧୯ ପଜିଟିଭ୍‌ର ଅଭିଯୋଗ ନଥିବ ଉକ୍ତ ଜିଲ୍ଲା ଗୁଡିକୁ ଗ୍ରୀନ୍‌ ଜୋନ୍‌ ଭାବେ ଗ୍ରହଣ କରାଯିବ । ଆଜି ସୁଦ୍ଧା ସମଗ୍ର ଦେଶରେ ଏଭଳି ୪୦୦ ଜିଲ୍ଲା ରହିଛି ଯେଉଁଠାରେ କି କରୋନା ସଂକ୍ରମଣ ପହଞ୍ଚି ପାରିନାହିଁ । ଯେଉଁ ଅଞ୍ଚଳମାନଙ୍କରେ ୧୫ଟି କୋଭିଡ଼୍‌-୧୯ ପଜିଟିଭ୍‌ ଆକ୍ରାନ୍ତରୁ କମ୍‌ ରହିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ନାହିଁ ଉକ୍ତ ଅଞ୍ଚଳକୁ ଅରେଞ୍ଜ ଜୋନ ଭାବେ ଗ୍ରହଣ କରାଯିବ । ଏହି ଅରେଞ୍ଜ ଜୋନ୍‌ ମାନଙ୍କରେ ଅତିକମ୍‌ରେ ଲୋକଙ୍କ ଗତିବିଧି ଉପରେ କୋହଳଭାବ ପ୍ରଦର୍ଶନ କରାଯିବ । ବହୁ ସୀମିତ ସଂଖ୍ୟକ
ପରିବହନ ସେବା ଅରେଞ୍ଜ ଜୋନ୍‌ରେ ଆରମ୍ଭ ହେବ । କୃଷି କ୍ଷେତ୍ରକୁ କାର୍ଯ୍ୟାରମ୍ଭ ପାଇଁ ଅନୁମତି ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଯେଉଁ ଜିଲ୍ଲାମାନଙ୍କରେ ୧୫ରୁ ଉର୍ଦ୍ଧ୍ୱ କୋଭିଡ଼-୧୯ ପଜିଟିଭ ସଂଖ୍ୟା ରହିଛି, ଉକ୍ତ ଅଞ୍ଚଳକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବା ରେଡ୍‌ ଜୋନ୍‌ ଭାବେ ଗ୍ରହଣ କରାଯିବ । ଯେଉଁଠାରେ କି ଲୋକଙ୍କୁ ଅତ୍ୟଧିକ ଭାବରେ କଡ଼ାକଡ଼ି ସହ ପାଳନ କରାଯିବ । ଗତକାଲି ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡ଼ିଓ କନ୍‌ଫର୍‌ରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିବା ପରେ ଦେଶର ସାଧାରଣ ଲୋକଙ୍କ ଜୀବନ ଏବଂ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିକୁ ନେଇ ଲକ୍‌ଡ଼ାଉନ୍‌ର ଏକ ମାପଦଣ୍ଡ ମଧ୍ୟ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉକ୍ତ ସମ୍ମିଳନୀରେ ଯୋଗଦେଇଥିବା ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଆଲୋଚନା ପରବର୍ତ୍ତୀ ଗଣମାଧ୍ୟମକୁ ଜଣାଇଛନ୍ତି । ସୂଚନା ଥାଉକି, ଦେଶରେ ବର୍ତ୍ତମାନ କର୍ଫୁ୍ୟ ଭଳି ୨୧ ଦିନିଆ ଲକ୍‌ଡ଼ାଉନ୍‌ ଜାରି ରହିଛି । କାରଣ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪୪୭କୁ ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୨୭୩କୁ ପହଞ୍ଚିଛି । ତେଣୁ ମନୁଷ୍ୟ ଜୀବନର ସୁରକ୍ଷାକୁ ପ୍ରାଧାନ୍ୟତା ଦେଇ ଲକ୍‌ଡ଼ାଉନ୍‌ର ସୁପରିଚାଳନା ଦିଗରେ କେନ୍ଦ୍ର ସରକାର ଜୋନ ସ୍ତରୀୟ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି । ଉଲ୍ଲେଖ ଥାଉକି ଦିଲ୍ଲୀରେ ୪୩ ସଂଖ୍ୟକ କରୋନା ଭାଇରସ ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଘଣ୍ଟାରେ ୩୪ ମୃତ

୨୪ ଘଣ୍ଟାରେ ୩୪ ମୃତ

Read More...

ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌

ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page