ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି

April 14, 2020, ଓଡ଼ିଶା, , Anupambharat News Bureau


 ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି
Anupambharat News Bureau
April 14, 2020

ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍‌ଜେସିକ୍ସ ଓ ଆଣ୍ଟିଇନ୍‌ଫ୍ଲାମେଟାରୀ ଉପଲବ୍ଧ ରହିଛି । ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତିନିପରସ୍ତ ସର୍ଜିକାଲ୍‌ ମାସ୍କ, ଏନ୍‌-୯୫ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ରହିଛି । ଅନୁରୂପ ଭାବରେ ଆଇ.ସି.ୟୁ ଭେଣ୍ଟିିଲେଟର, ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍ସ ଓ ନେବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି । ଆଉ ୪ ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ଆଦେଶ ଦିଆଯାଇଛି ବୋଲି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କୋଭିଡ୍‌ ୧୯ ମୁକାବିଲା ପାଇଁ ଯାହା ସବୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ମାନ ସୁଦ୍ଧା ଓଡିଶାକୁ ୪୦୦୦ ଟେଷ୍ଟିଂ କିଟ୍‌ ଆସିଛି । ରାଜ୍ୟରେ ବର୍ତ୍ତମାନ ୨୯୯ ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ଅଛି । ଆଉ୪୨୪ ଅର୍ଡର ଦିଆଯାଇଛି । ସେଥିରୁ ବର୍ତ୍ତମାନ ୫୭ଟି ମିଳିଛି । ସେ କହିଛନ୍ତି ଯେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ନିଗମ ଗତବର୍ଷ ୬୦୦ କୋଟି ଟଙ୍କାର ଔଷଧ ଓ ସରଞ୍ଜାମ ଯୋଗାଇଥିଲେ । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୬୩୦ କୋଟି ମଞ୍ଜୁୁର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଗମ ୩୨ କୋଟି ଟଙ୍କାର ଔଷଧ ଓ ସରଞ୍ଜାମ କିଣି ସାରିଛି । ସେହିପରିରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୭୦୨୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଏସବୁରେ ୧,୬୨,୬୫୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

Read More...

ପାଞ୍ଚ ସୁସ୍ଥ ହେଲେ

ପାଞ୍ଚ ସୁସ୍ଥ ହେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page