ରାଜ୍ୟରେ ପଜିଟିଭ ସଂଖ୍ୟା ୬୦ ହେଲା, ପାଞ୍ଚ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

April 14, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ପଜିଟିଭ ସଂଖ୍ୟା ୬୦ ହେଲା,  ପାଞ୍ଚ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି
Anupambharat News Bureau
April 14, 2020

ଭୁବନେଶ୍ୱର, ୧୪ା୪ (ଅନୁପମ ମିଡ଼ିଆ): ରାଜ୍ୟରେ ସୋମବାର ଜଣେ ଏବଂ ମଙ୍ଗଳାବର ଆଉ ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୦ରେ ପହଞ୍ଚିଛି । ରାଜ୍ୟର ଚିହ୍ନଟ ସୋମବାର ଚିହ୍ନଟ ୫୬ତମ କରୋନା ସଂକ୍ରମିତ ରୋଗୀ ଯାଜପୁର ଜିଲ୍ଲାର ଓ ତାଙ୍କର କୋଲକାତାର ଟ୍ରାଭେଲ ହିଷ୍ଟ୍ରି ରହିଛି । ଯାଜପୁର ଜିଲ୍ଲାର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ବର୍ତ୍ତମାନ ପଜିଟିଭ ଆସିବା ପରେ ତାଙ୍କୁ କଟକର ଅଶ୍ୱିନୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସାମନାକୁ ଆସିବା ପରେ ସାନ ତ୍ରିଲୋଚନପୁର ଓ ସାଇପୁର ସମେତ ତିନୋଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ଗତ ୩ ତାରିଖ ଦିନ ଯାଜପୁର ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ଯାଇଥିଲେ । ସେହିଭଳି ଆଜି ଚିହ୍ନଟ ୪ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟର ୫୭, ୫୮, ୫୯ ଓ ୬୦ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଟୁଇଟ୍‌ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ତିନିଜଣ ବମିଖାଲର ବୋଲି ଜଣାପଡ଼ିଛି । ୫୭ତମ ଆକ୍ରାନ୍ତ ଜଣେ ୫୦ ବର୍ଷିୟ ପୁରୁଷ । ସେ ବମିଖାଲର କଣ୍ଟେନମେଣ୍ଟ ଘୋଷିତ ଅଞ୍ଚଳରେ ବସବାସ କରନ୍ତି । ରାଜ୍ୟର ଆକ୍ରାନ୍ତ ନମ୍ବର ୭, ୮, ୨୨ ଓ ୩୯ ହେଉଛନ୍ତି ତାଙ୍କ ପଡ଼ୋଶୀ । ଲକଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏଁ ସେ ବମିଖାଲର ଜୟଦୁର୍ଗା ନଗରସ୍ଥିତ ବେବିଲୋନ ଆପାର୍ଟମେଣ୍ଟରେ ହିଁ ଥିଲେ । ମାତ୍ର ଏହି ସମୟ ମଧ୍ୟରେ ସେ ବେଳେ ବେଳେ ପରିବା ଓ ସଉଦା ଲାଗି ବିଭିନ୍ନ ହାଟ ଓ ତେଜରାତି ଦୋକାନକୁ ଯାଇଥିଲେ । ସେ ଭୁବନେଶ୍ୱରର ରସୁଲଗଡ଼ ହାଟ, ଝାରପଡ଼ା ଗଣେଶ ମଣ୍ଡପ ନିକଟ ପରିବା ବଜାର ଓ ଝାରପଡ଼ା ଓଭରବ୍ରିଜ ନିକଟସ୍ଥ ରିଲାଏନ୍ସ ଫ୍ରେସକୁ ଯାଇଥିଲେ । ତାଙ୍କଠାରେ କୌଣସି ଲକ୍ଷଣ ନ ଥିଲେ ବି ଏପ୍ରିଲ ୧୪ରେ ତାଙ୍କର ନମୁନା ପଜିଟିଭ ଆସିଛି । ଏହା ପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ୫୮ ନମ୍ବର କରୋନା ଆକ୍ରାନ୍ତ ମଧ୍ୟ ବେବିଲୋନ ଆପାର୍ଟମେଣ୍ଟରେ ରୁହନ୍ତି । ୫୧ ବର୍ଷୀୟ ମହିଳା ଜଣକ ନିଜ ଅଞ୍ଚଳରେ ଚିହ୍ନଟ ହୋଇଥିବା ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି । ଆଜି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ୫୯ ନମ୍ବର ୭୫ ବର୍ଷୀୟ କରୋନା ଆକ୍ରାନ୍ତ ମଧ୍ୟ ବେବିଲୋନ ଆପାର୍ଟମେଣ୍ଟରେ ରୁହନ୍ତି । ତାଙ୍କର ସ୍ୱାବ ନମୁନା ଆଜି ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଝାରପଡ଼ାର ୫୧ ବର୍ଷିୟ ପୁରୁଷ ଆକ୍ରାନ୍ତ ଜଣକ ହେଉଛନ୍ତି ରାଜ୍ୟର ୬୦ ନମ୍ବର କରୋନା ଆକ୍ରାନ୍ତ । ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏଁ ଝାରପଡ଼ାର ନିଳାଦ୍ରୀନଗର ସ୍ଥିତ ଘରେ ଥିଲେ । ଏହାରି ମଧ୍ୟରେ ସେ କେସୁରା ହାଟ, ରସୁଲଗଡ଼ ହାଟ ଓ ପଳାଶୁଣୀ ହାଟକୁ ଗ୍ରୋସରୀ ଓ ପରିବା କିଣିବାକୁ ଯାଇଥିଲେ । ଆଜି ତାଙ୍କର ନମୁନା ରିପୋର୍ଟ ପଜିଟିଭ
ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତୁ୍ୟ ଘଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଦଳିଲା ଦଶମ ଶ୍ରେଣୀ ବହି

ବଦଳିଲା ଦଶମ ଶ୍ରେଣୀ ବହି

Read More...

ଦିନକରେ ୧୪୬୩ ପଜିଟିଭ

ଦିନକରେ ୧୪୬୩ ପଜିଟିଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page