ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷାାାାାାାାାାାାାାାାାାା ଏକ ସପ୍ତାହରେ ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ

April 14, 2020, ଓଡ଼ିଶା, , Anupambharat News Bureau


 ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷାାାାାାାାାାାାାାାାାାା ଏକ ସପ୍ତାହରେ ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ
Anupambharat News Bureau
April 14, 2020

ଭୁବନେଶ୍ୱର, ୧୪ା୪(ଅନୁପମମିଡ଼ିଆ): ଲକ୍‌ ଡାଉନ୍‌ ସମୟରେ ଚାଷୀମାନେ ସେମାନଙ୍କ ଉପିାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ସମୟରେ ପାରିବାରିକ ହିଂସା ଚିନ୍ତାର ବିଷୟ ହୋଇଥିବାରୁ ଅଭ୍ୟାସଗତ ଅପରାଧୀମାନଙ୍କୁ ଚିହ୍ନଟ କରିବା ଏବଂ ଫୋନ୍‌ କଲ୍‌ ଜରିଆରେ ଅଭିଯୋଗକାରୀ ମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ଆସନ୍ତା ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି , ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଗତ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡିଶା ଭଲ କାମ କରିଥିବାରୁ ନିୟୋଜିତ ସମସ୍ତ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ , ପ୍ରଶାସନ ଓ ପୋଲିସ୍‌ ଅଧିକାରୀ, ସଫେଇ କର୍ମଚାରୀ ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ସପ୍ତାହେ ମଧ୍ୟରେ ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୩୬ ଟି ସ୍ଥାନରେ ୬ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଦକ୍ଷିଣ ଓଡିଶାର ଏମକେସିଜିରେ କୋଭିଡ୍‌ ପରୀକ୍ଷଣ ପାଇ ସୁବିଧା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସପ୍ତୋଷ ପ୍ରକାଶ କରିଥିଲେ ଏବଂ ଏପ୍ରିଲ ୧୬ ତାରିଖ ସୁଦ୍ଧା ବୁର୍ଲାର ଭିମସାରରେ କୋଭିଡ୍‌ ପରୀକ୍ଷା ସୁବିଧା ଉପଲବ୍ଧ୍‌ କରିବା ପାଇଁ ପଦକ୍ଷେପ ନେବାଲାଗି ନିର୍ଦ୍ଦେଶ ଦେଇଥିଲେ । ଆଇଜିଏଚ୍‌ ରାଉରକେଲାରେ କୋଭିଡ୍‌ ପରୀକ୍ଷଣ ଆରମ୍ଭ ହୋଇଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ନିୟୋଜିତ ପୋଲିସ୍‌ ତଥା ପ୍ରଶାସନିକ ଅଧିକାରୀମାନଙ୍କୁ ଏବଂ ଅନ୍ୟସମସ୍ତଙ୍କୁଏସଂକ୍ରାନ୍ତରେ ସର୍ବୋତ୍ତମ ତାଲିମ୍‌ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ବିଭିନ୍ନ ସ୍ତରରେ ତାଲିମ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଅ

Read More...

ଗରିବଙ୍କୁ ମିଳିବ ଅତିରିକ୍ତ ପାଞ୍ଚ  କେଜି ଚାଉଳ ଓ ଏକ କେଜି ଡାଲି

ଗରିବଙ୍କୁ ମିଳିବ ଅତିରିକ୍ତ ପାଞ୍ଚ କେଜି ଚାଉଳ ଓ ଏକ କେଜି ଡାଲି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page