ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ

May 17, 2019, ଓଡ଼ିଶା, , Anupambharat News Bureau


ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ
Anupambharat News Bureau
May 17, 2019

ଭୁବନେଶ୍ୱର,୧୬ା୫ (ଅନୁପମ ମିଡିଆ): ଭାରତର ଏକ ନମ୍ବର ପ୍ରଯୁକ୍ତି ଭିତିକ ଡିଜିଟାଲ୍‌ ପ୍ଲାଟଫର୍ମ ଜିରୋଧା ପକ୍ଷରୁ ଭାରସିଟି ମୋବାଇଲ୍‌ ଆପ୍‌କୁ ଉନ୍ମୋଚନ କରାଯାଇଛି । ଜିରୋଧା ଭାରସିଟି ହେଛି ଜିରୋଧାର ପ୍ରମୁଖ ଶିକ୍ଷଣୀୟ ଅଭିଯା ଯାହା ନିବେଶ ଓ ଟ୍ରେଡିଂ ଉପରେ ଜଣେ ଜାଣିବାକୁ ଚାହୁଁଥିବା ସବୁ କିଛିକୁ ଉଚ୍ଚ ଢ଼ାଂଚାଗତ ଭାବେ ଏବଂ ସମ୍ପୂର୍ଣ୍ଣ ବିବରଣୀ ଆକାରରେ ପ୍ରଦାନ କରୁଛି ।
ପୂର୍ବରୁ ଏହା କେବଳ େୱବରେ ଉପଲବ୍ଧ ହେଉଥିଲା ଏବଂ ଏବେ ଏହା ମୋବାଇଲ୍‌ ଅବତାରରେ ଆସିଛି ଯାହା ଭାରସିଟିର େୱବ ବିଷୟଗୁଡ଼ିକର ସମୃଦ୍ଧତା ଧରି ରଖିଛି । ମୋବାଇଲ୍‌ ଭର୍ସନରେ ଅନେକ ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି ଯାହା ପାଠକଙ୍କୁ ଉନ୍ନତ ଶିକ୍ଷରୀୟ ଅନୁଭୂତି ପ୍ରଦାନ କରିବ । ଏହି ପ୍ଲାଟଫର୍ମ କୌଣସି ପ୍ରକାର ଆର୍ଥିକ ଲାଭ ଲକ୍ଷ୍ୟ ନରଖି ମାଗଣାରେ ସମସ୍ତଙ୍କ ପାଖରେ ପହଂଚୁଛି ।ଏ ସମ୍ପର୍କରେ ଶ୍ରୀଯୁକ୍ତ କାର୍ତିକ ରଙ୍ଗାªା, ଭିପି ଗବେଷଣା ଓ ଶିକ୍ଷା ସେବା, ଜିରୋଧା କହିଛନ୍ତି ଯେ, ନ୍ତଆମେ ଜିରୋଧାରେ ଯାହା ବି କିଛି କାମ କରୁ ତାହାର ଅଗ୍ରଭାଗରେ ରହିଥାଏ ଶିକ୍ଷା ଓ ଜ୍ଞାନ ବଂଟନ । ଅତୀତ ବର୍ଷଗୁଡ଼ିକରେ ଆମେ ଏହି କାମକୁ ନିରବଚ୍ଛିନ୍ନ ଭାବେ ବିଭିନ୍ନ ଚ୍ୟାନେଲ୍‌ ଓ ଫର୍ମାଟ୍‌ରେ ଯଥା ଭାରସିଟି, େୱବିନାରସ, ଟ୍ରେଡିଂ କୁ୍ୟ ଆଣ୍ଡ ଏ, ଜେଡ୍‌-କନେକଫ ଇଟସେ୍‌ଫ୍‌ ଏବଂ ବିଭିନ୍ନ ପାର୍ଟନର ପ୍ଲାଟଫର୍ମ ଯଥା ଲର୍ଣ୍ଣଆପ୍‌ ଜରିଆରେ ଜାରି ରଖିଛୁ । ନୂଆ ମୋବାଇଲ୍‌ ଆପ୍‌ ଏହି ଉଦ୍ୟମକୁ ସମ୍ପୂର୍ଣ୍ଣ ନୂତନ ସ୍ତରକୁ ନେଇଯିବ ଯଦ୍ୱାରା ଆର୍ଥିକ ବଜାର ବିଷୟରେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ନିୟୁତାଧିକ ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଖରେ ପହଂଚିବା ପାଇଁ ଆମକୁ ସୁଯୋଗ ମିଳିବ ।”ପାଠକମାନେ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କ ଶିକ୍ଷଣୀୟ ବିଷୟ ଚୟନ କରିପାରିବେ କାରଣ ବିଷୟଗୁଡ଼ିକୁ ଜଟିଳତା ଅନୁସାରେ ତିନିିଟି ଭାଗରେ ଯଥା ବିଗିନର୍‌, ଇଟଂରମେଡିଏଟ ଓ ଆଡ୍‌ଭାନ୍ସରେ ଭାଗ କରାଯାଇଛି । ସହଜରେ ପଢ଼ିହେବା ପାଇଁ ପ୍ରତିିଟି ଜଟିଳ ସ୍ତରରେ ଅନେକ ବାଇଟ୍‌ ଆକାରର ବିଷୟ ରହିଛି ।ନ୍ତଆମେ ଭାରସିଟି ଆପ୍‌କୁ ଦୁଇଟି ମଡୁ୍ୟଲ ଯଥା ଇଂଟ୍ରଡକ୍ସନ ଟୁ ଷ୍ଟକ ମାର୍କେଟ ଓ ଟେକ୍ନିକାଲ ଆନାଲିସିସ୍‌ ଆକାରରେ ଉନ୍ମୋଚନ କରିଛୁ କିନ୍ତୁ ଭବିଷ୍ୟତରେ ଆମେ ଆହୁରି ମଡୁ୍ୟଲ ଏଥିରେ ଯୋଗ କରିବୁ ବୋଲି କାର୍ତିକ କହିଛନ୍ତି ।ଭାରସିଟି ମୋବାଇଲ୍‌ ଆପ୍‌ ପାଠକମାନଙ୍କୁ ସେମାନଙ୍କ ମସ୍ତିଷ୍କ ଦକ୍ଷତା ମାପିବା ପାଇଁ ପ୍ରତିଟି ସ୍ତର ଶେଷରେ ତିନିଟି କୁଇଜ୍‌ ପ୍ରଦାନ କରୁଛି ।
ପ୍ରତିଟି ତିନିଟି କୁଇଜ୍‌ ସ୍ତରରେ ଯଦି ପାଠକ ସଫଳତାର ସହିତ ସର୍ବନିମ୍ନ ୬୦% ସ୍କୋର୍‌ ରଖିବେ ତା’ ସହିତ ସାର୍ଟିଫିକେସନ ପରୀକ୍ଷାରେ ୬୦% ରଖିବେ ତେବେଳ ତାଙ୍କୁ ଭାରସିଟି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ।ବର୍ତମାନ ଏହି ଆପ୍‌ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ହେଉଛି, କିନ୍ତୁ ଆଇଓଏସ୍‌ ଭର୍ସନ୍‌ ଆସନ୍ତା ୨-୩ ମାସରେ ଉପଲବ୍ଧ ହେବାକୁ ଯାଉଛି ।ଜିରୋଧାର ଏବେ ସାରା ଭାରତରେ ୧.୩ ନିୟୁତ କ୍ଲାଏଂଟ୍‌ ରହିଚନ୍ତି ଏବଂ ବିଗତ ଏକ ବର୍ଷରେ (୨୦୧୮-୧୯) ଏହ ୬୦% ହାରରେ କ୍ଳାଏଂଟ୍‌ ଯେ›ଜ୍ଞ କରି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିିଛି ।ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇ ଶ୍ରୀଯୁକ୍ତ ସଲମାନ କୁରେସି, ମୁଖ୍ୟ, ବିକ୍ରି, ଜିରୋଧା କହିଛନ୍ତି ଯେ, ନ୍ତବ୍ୟବସାୟ ଦୃଷ୍ଟିରୁ ୨୦୧୮ ବର୍ଷର୍ଟି ଆମ ପାଇଁ ପରିବର୍ତନର ବର୍ଷ ଥିଲା । ସର୍ବବୃହତ ଡାଇରେକଫ ମୁ୍ୟଚୁଆଲ ଫଣ୍ଡ୍‌ ପ୍ଲାଟଫର୍ମ କଏନ୍‌ ଓ ମାସିକ ନୂଆ କ୍ଲାଏଂଟ୍‌ ଯୋଗଦାନ ଜରିଆରେ ସମସ୍ତ ଷ୍ଟକ ଏକ୍ସଚେଂଜ୍‌ ଓ ସେଗମେଂଟ୍‌ରେ ସକ୍ରିୟ କ୍ଲାଏଂଟ୍‌ଙ୍କୁ ନେଇ ଆମେ ଭାରତରେ ସର୍ବବୃହତ ଖୁଚୁରା ବ୍ରୋକର ହୋଇପାରିଛୁ । ଆମର ଆଶା ରହିଛି ଯେ ନୂତନ ସେବା ପ୍ରଦାନ ଓ ପୁରୁଣା ଏବଂ ନୂଆ କ୍ଲାଏଂଟ୍‌ଙ୍କୁ ଉଲ୍ଲସିତ କରି, ଆମେ ଆସନ୍ତା ଆର୍ଥିକ ବର୍ଷରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବୁ ।”ଓଡ଼ିଶାରେ ଜିରୋଧାର କ୍ଲାଏଂଟ୍‌ ସଂଖ୍ୟା ୩୩,୦୦୦ରୁ ଅଧିକ ରହିଛି । ଭୁବନେଶ୍ୱରରେ ଜିରୋଧାର ଏକ ପାର୍ଟନର କାର୍ଯ୍ୟାଳୟ ରହିଛି ଯାହ କ୍ଲାଏଂଟ୍‌ଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରୁଛି । ଭାରତରେ ଜିରୋଧାର ଏବେ ୨୫ ଶାଖା ଏବଂ ୮୯ ସହଯୋଗୀ କାର୍ଯ୍ୟାଳୟ ରହିଛି ।
ଆମର ଏକ ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି-କଏନ୍‌
କଏନ୍‌ ହେଉଛି ଭାରତର ପ୍ରଥମ ଡାଇରେକଫ ଏମ୍‌ଏଫ୍‌ ଇକ୍ୱିଟି ପ୍ଲାଟଫର୍ମ ଯାହାକୁ ଜିରୋଧା ପକ୍ଷରୁ ୨୦୧୭ ଏପ୍ରିଲରେ ଉନ୍ମୋଚନ କରାଯାଇଥିଲା । ଏହାକୁ ଗ୍ରାହକମାନଙ୍କୁ ଅନଲାଇନ୍‌ରେ ମୁ୍ୟଚୁଆଲ୍‌ ଫଣ୍ଡ୍‌ କିଣିବାର ସୁବିଧା ସମ୍ପୂର୍ଣ୍ଣ କମିସନ ମୁକ୍ତ ଭାବେ ସିଧାସଳଖ ସଂପତି ପରିଚାଳନା କଂପାନି ଠାରୁ କିଣିବାର ସୁବିଧା ପ୍ରଦାନ କରୁଛି । କଏନ୍‌ ଜରିଆରେ କିଣା ହେଉଥିବା ଏମ୍‌ଏଫ୍‌ ଡିମାଟ୍‌ ଆକାରରେ ରହୁଛି ଏବଂ ଇକ୍ୱିଟି, ମୁ୍ୟଚୁଆଲ୍‌ ଫଣ୍ଡ୍‌ ଏବଂ କରେନ୍‌ସିକୁ ନେଇ ଗୋଟିଏ ପୋର୍ଟଫୋଲିଓର ସହଜତା ରହୁଛି ।ବିଗତ ୨୦ ମାସ ଭିତରେ ୧୫୦,୦୦୦ କ୍ଲାଏଂଟ୍‌ କଏନ୍‌ ଜରିଆରେ ମୁ୍ୟଚୁଆଲ୍‌ ଫଣ୍ଡ୍‌ରେ ସିଧାସଳଖ ୩୦୦୦୦ କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି ଏବଂ କମିସନ ଆକାରରେ ଦଶ କୋଟିରୁ ଅଧିକ ସଂଚୟ କରିଛନ୍ତି ଯାହାକୁ ସେମାନେ ନିୟମିତ ମୁ୍ୟଚୁଆଲ୍‌ ଫଣ୍ଡ୍‌ ପ୍ଲାଟଫର୍ମରୁ କିଣିଥିଲେ ପ୍ରଦାନ କରିଥାନ୍ତେ ।୨୦୧୮ ଅଗଷ୍ଟରେ କଏନ୍‌କୁ ସମ୍ପୂର୍ଣ୍ଣ ମାଗଣା କରିବା ପରେ (୫୦ ଟଙ୍କାର ମାସିକ ସବ୍‌ସ୍କ୍ରିପ୍‌ସନ୍‌ ଚାର୍ଜକୁ ଉଚ୍ଛେଦ କରି) କଏନ୍‌ ଜରିଆରେ ସିଧାସଳଖ ମୁ୍ୟଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିବା ଅଧିକ ଉନ୍ନତ ହୋଇପାରିଛି । ମୁ୍ୟଚୁଆଲ୍‌ ଫଣ୍ଡ୍‌ ପିଛା ରିଡିମ୍ପସନ୍‌ରେ ଲାଗୁ ଥିବା ୫.୫୦ ଟଙ୍କାର ଡିପି (ଡିମାଟ) ଚାର୍ଜ ଆଉ ଲାଗୁ କରାଯିବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲେଶ୍ୱରଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

ବାଲେଶ୍ୱରଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

Read More...

ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ

ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page