ଦେଶରେ ମୃତକଙ୍କ ସଂଖ୍ୟ ପାଞ୍ଚ ଶହ ଟପିଲା, ଆନ୍ତଃରାଜ୍ୟ ଶ୍ରମିକଙ୍କୁ ପଞ୍ଜିକରଣ ବାଧ୍ୟତାମୂଳକ, ଆଜିଠାରୁ କେତେକ ରାଜ୍ୟରେ କୋହଳ

April 19, 2020, ଦେଶ, , Anupambharat News Bureau


ଦେଶରେ ମୃତକଙ୍କ ସଂଖ୍ୟ ପାଞ୍ଚ ଶହ ଟପିଲା, ଆନ୍ତଃରାଜ୍ୟ ଶ୍ରମିକଙ୍କୁ   ପଞ୍ଜିକରଣ ବାଧ୍ୟତାମୂଳକ, ଆଜିଠାରୁ କେତେକ   ରାଜ୍ୟରେ କୋହଳ
Anupambharat News Bureau
April 19, 2020

ନୂଆଦିଲ୍ଲୀ,୧୯ା୪: ସମଗ୍ର ବିଶ୍ୱକୁ ସଂକ୍ରମଣ କରିଥିବା କୋଭିଡ଼-୧୯ କରୋନା ଭାଇରସ ଭୟଙ୍କର ରୂପ ଧାରଣ କରିଛି । ବହୁ ନିୟନ୍ତ୍ରଣ ସତ୍ତେ୍ୱ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ଟପି ଯାଇଥିବା ବେଳେ ୫୧୯ ଲୋକ ଏହି ରୋଗରେ ମୃତୁ୍ୟବରଣ କରିଥିବା ସୂଚନାରୁ ଜଣାପଡିଛି । ଯଦିଓ ବିଶ୍ୱସ୍ତରରେ ଏହାର ସ୍ଥିତି ଅଧିକ ସାଂଘାତିକ ରହିଛି । ତେବେ ଭାରତରେ କିନ୍ତୁ ସାମାନ୍ୟ ନିୟନ୍ତ୍ରଣରେ ରହିଛି । ରବିବାର ଅପରାହ୍ନ ସୁଦ୍ଧା ଭାରତରେ କରୋନା ଭାଇରସ ବା କୋଭିଡ଼-୧୯ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୬, ୧୧୬କୁ ପହଞ୍ଚିଛି । ଏବଂ ମୃତକଙ୍କ ସଂଖ୍ୟାକ ୫୧୯କୁ ପହଞ୍ଚିଛି । ଅନ୍ୟ ପକ୍ଷରେ ଏହି କରୋନା ରୋଗରୁ ୨୦୩୦ ସଂଖ୍ୟକ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଗତ ୨୪ ଘଣ୍ଟାର ସ୍ଥିତିକୁ ଜାରି କରାଯାଇଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩.୩ ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ଦେଖାଦେଇଛି । କରୋନା ରୋଗରେ ମୃତୁ୍ୟବରଣ କରିଥିବା ଲୋକଙ୍କ ମଧ୍ୟରୁ ୭୫ ପ୍ରତିଶତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ଆସାମରେ ସମୁଦାୟ ୧୭ଜଣ ପଜିଟିଭର ଶିକାର ହୋଇଥିବା ବେଳେ ୧୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହରିଆନାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୨୫୦ ଜଣ ଆକ୍ରାନ୍ତ ହୋଇଥିବା ସୂଚନାରୁ ପ୍ରକାଶ । ଆନ୍ଧ୍ରପ୍ରଦେଶରେ ୫୫୦୮ ସଂଖ୍ୟକ ଲୋକଙ୍କ ନମୁନା ପରୀକ୍ଷା କରିଥିବା ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ ମାତ୍ର ୧୨ ଜଣ ପ୍ରାଣ ହରାଇଥିବା ବେଳେ ୬୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଲକ୍‌ଡ଼ାଉନ ଅବସରରେ ଭାରତୀୟ ରେଳବାଇ ପକ୍ଷରୁ ୧୧୫୦ ଟୋନ୍‌ ପରିମାଣର କେବଳ ମେଡ଼ିକାଲ୍‌ ସାମଗ୍ରୀ ପରିବହନ କରାଯାଇଛି । ତେବେ ଗତ ୨୪ ଘଣ୍ଟାରେ ଭାରତରେ ହଠାତ୍‌ ମୃତକଙ୍କ ସଂଖ୍ୟା ୩୧ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୪ ସଂଖ୍ୟକ ଚିହ୍ନଟ ହୋଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ମହାରାଷ୍ଟ୍ରରେ କିନ୍ତୁ ସ୍ଥିତି ସାଂଘାତିକ ରହିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ ଅବସ୍ଥାନ କରୁଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ଆଜି ପ୍ରତିଶ୍ରୁତି ଦେଇଛନ୍ତି ଯେ, କରୋନା ଭାଇରସ ଲକ୍‌ଡ଼ାଉନ୍‌ ଅବଧି ସରିବା ପରେ ପରେ ସେମାନେ ନିଜ ନିଜ ବାସ ସହରକୁ ଫେରିବା ପାଇଁ ଯଦି ଚାହିଁବେ ଆବଶ୍ୟକୀୟ ଯାନବାହାନ ବନ୍ଦୋବସ୍ତ କରିପାରିବେ । ମହାରାଷ୍ଟ୍ରକୁ ଯିବା ଆସିବା କ୍ଷେତ୍ରରେ ପରବର୍ତ୍ତୀ ସମୟରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ମଧ୍ୟ ଠାକ୍‌ରେ କହିଛନ୍ତି । ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ଶ୍ରମିକ ଓ କର୍ମଚାରୀମାନେ ନିଜର ରୋଜଗାର ହରାଇ ସେଠାରେ ପଡ଼ି ରହିଛନ୍ତି । ଲକ୍‌ଡ଼ାଉନ୍‌ ହଟିବା ପରେ ପରେ ନିଜ ନିଜ ରାଜ୍ୟକୁ ଫେରି ଆସିବା ପାଇଁ ଶ୍ରମିକମାନେ ଅପେକ୍ଷା କରି ରହିଛନ୍ତି । ଇତିମଧ୍ୟରେ ମହାରାଷ୍ଟ୍ରରେ ୬୬ ହଜାର ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି, ସେଥିରୁ ୯୫ ପ୍ରତିଶତ ନେଗେଟିଭ ରହିଛି । ଏବଂ ସମୁଦାୟ ୩୬୦୦ ଲୋକଙ୍କ ନମୁନା ପଜିଟିଭ ଥିବା ଜଣାପଡିଛି । ଏହାବ୍ୟତୀତ ୩୫୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜଣାପଡିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନେ ସଚେନତ ଓ ସତକର୍ତା ଅବଲମ୍ବନ କରିବା ପାଇଁ କହିଛନ୍ତି ଯେ, କରୋନା ଭୂତାଣୁ କୌଣସି ଜାତି, ଧର୍ମ ଓ ବର୍ଣ୍ଣ ଦେଖେ ନାହିିଁ, ଏହା ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ଏଣୁ ସାମାଜିକ ଦୂରତା ଓ ସରକାରଙ୍କ ନୀୟମାବଳୀକୁ ମାନି ଚଳିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପରାମର୍ଶ ଦେଇଛନ୍ତି ।
ଦେଶବ୍ୟାପି କରୋନା ମୁକାବିଲା ପାଇଁ ଲକ୍‌ଡ଼ାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଜାରି ରହିଛି । ସମଗ୍ର ଦେଶରେ କରୋନା ଭୂତାଣୁ ଏଭଳି ଏକ ଭୟଙ୍କର ମହାମାରୀ ସୃଷ୍ଟି କରି ଦେଇଛି ଯେ, ଏହା ଦେଶବ୍ୟାପି ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଲକ୍‌ଡ଼ାଉନ୍‌ ବେଳେ ପ୍ରତ୍ୟେକ ସହର ଓ ନଗରୀ,କର୍ମକ୍ଷେତ୍ର ଉପରେ ତାଲାବନ୍ଦ ଘୋଷଣା କରିଦିଆଗଲା । ଏଣୁ ଲକ୍ଷାଧିକ ଲୋକ ବେକାର ହୋଇ ରୋଜଗାର ହରାଇଛନ୍ତି । ଖାଦ୍ୟପଦାର୍ଥ ଅଭାବରୁ ନିଜ ନିଜ ବାସଗୃହ ସହର ଓ ଗ୍ରାମକୁ ସ୍ଥାନାନ୍ତର ମଧ୍ୟ ଆରମ୍ଭ କରିଦେଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ କଟକଣା ଯୋଗୁଁ କୌଣସି ଯାନବାହାନରେ ଯଦିଓ ଶ୍ରମିକମାନେ ଯାତାୟତ କରି ନାହାଁନ୍ତି ତେବେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଲୋକମାନେ ନିଜ ପରିବାର ସହ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି । ତେବେ ପୁଣି ଥରେ ଯେଭଳି କୌଣସି ହଟ୍‌ସ୍ପଟ୍‌ ସୃଷ୍ଟି ନହେବ ଏଥିପ୍ରତି ଦୃଷ୍ଟିରେ ରଖି କୌଣସି ଶ୍ରମିକମାନେ ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ



ସ୍ଥାନାନ୍ତର ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଇତିମଧ୍ୟରେ କେତେକ କରୋନାମୁକ୍ତ ଥିବା ରାଜ୍ୟ ଓ ଅଞ୍ଚଳମାନଙ୍କରେ ଆର୍ଥିକ କାର୍ଯ୍ୟକାଳପ ସ୍ୱାଭାବିକ କରିବା ପାଇଁ କେନ୍ଦ୍ରସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏବଂ ସୋମବାର ଠାରୁ କେତେକ ଅତ୍ୟାବଶ୍ୟକୀୟ ସଂସ୍ଥା, ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିଦ୍ଦେ’ର୍ଶ ଦିଆଯାଇଛି । ଶ୍ରମିକମାନେ କୌଣସି ରାଜ୍ୟସ୍ତରରେ ଯାତାୟତ କରିପାରିବେ ନାହିଁ । ଯଦିଓ ସେତେ ଆବଶ୍ୟକ ହୁଏ ତେବେ ସେମାନଙ୍କ ନାମପଞ୍ଜିକରଣ କରିବା ପରେ ହିଁ ସେମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ତାହାଙ୍କ ନିର୍ଦ୍ଧେଶନାମାରେ ଜାରି କରିଛନ୍ତି । ଯେଉଁମାନେ ବର୍ତ୍ତମାନ ଲକ୍‌ଡ଼ାଉନ୍‌ ସ୍ଥିତିରେ ଯେଉଁ ରିଲିଫ୍‌ ଶିବିରମାନଙ୍କରେ ଶ୍ରମିକମାନେ ଅଟକି ରହିଛନ୍ତି, ସୋମନେ ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକୃତ ହେବାକୁ ପଡ଼ିବ ଏବଂ ପରବର୍ତ୍ତୀ ସମୟରେ ନିଜ ନିଜ କର୍ମକ୍ଷେତ୍ରରେ ଯୋଗ ଦେବାକୁ ପଡ଼ିବ । ଏପ୍ରିଲ ୨୦ ତାରିଖରୁ କେତେକ ନିର୍ମାଣ କାମ ଏବଂ ଶିଳ୍ପାନୁଷ୍ଠାନ ଚାଲୁ ହେବ ବୋଲି କେନ୍ଦ୍ର ପକ୍ଷରୁ ଘୋଷରା କରାଯାଇଛି ।
ଭାରତରେ ଯେଉଁ ଅଞ୍ଚଳ ଗୁଡିକ କୋଭିଡ଼-୧୯ରୁ ମୁକ୍ତ ରହିଛି, ଉକ୍ତ ଅଞ୍ଚଳରେ ବିଭିନ୍ନ ଆର୍ଥିକ ସଂସ୍ଥା ଓ ଅତ୍ୟାବଶ୍ୟକୀୟ ସେବା ଚାଲୁ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ ଇ-କମର୍ସକୁ ପୁଣି ଥରେ ଚାଲୁ କରାଯିବ । ଅତ୍ୟାବଶ୍ୟକୀୟ ହୋଇନଥିଲେ ମଧ୍ୟ ଲକ୍‌ଡ଼ାଉନ ସମୟରେ ଏହାକୁ ବନ୍ଦ କରାଯାଇଥିଲା । ତେବେ ଅନ୍‌ଲାଇନ୍‌ ମାଧ୍ୟମରେ ମୋବାଇଲ୍‌ ଫୋନ୍‌, ଲ୍ୟାପ୍‌ଟପ୍‌, ଟେଲିଭିଜନ୍‌ ପ୍ରଭୃତି ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା । ସ୍ୱାସ୍ଥ୍ୟସେବା ପୂର୍ବ ଭଳି ଜାରି ରହିବ । କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ ଗୁଡିକ ସୋମବାର ଠାରୁ ଚାଲୁ ହେବ ବୋଲି କୁହାଯାଇଛି । କୃଷି କ୍ଷେତ୍ର ଓ ଉଦ୍ୟାନ କ୍ଷେତ୍ରକୁ କୋହଳ କରାଯାଇଛି । ମତ୍ସ୍ୟଚାଷକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି । ଚା’, କଫି, ରବର ପ୍ରଭୃତି ଶିଳ୍ପକୁ ୫୦ ପ୍ରତିଶତ କର୍ମଚାରୀଙ୍କ ଦ୍ୱାରା ଚାଲୁ କରିବା ପାଇଁ ଅନୁମତି ମିଳିଛି । ନଡ଼ିଆ, ବାଉଁଶ ପ୍ରଭୃତି ଉତ୍ପାଦକୁ ଚାଲୁ କରାଯାଇଛି । ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ଫଳରେ ଦେଶରେ ଲକ୍ଷାଧିକ ଲୋକ ରୋଜଗାର ହରାଇଥିବା ବେଳେ ସେମାନେ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗଦେବେ । ଏହି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମତି ଦେବା ପରେ ହିଁ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ତେବେ ସମସ୍ତ ସଂସ୍ଥା ଯେଉଁ ଗୁଡିକ ଉପରେ କୋହଳ ନୀତି ଅବଲମ୍ବନ କରାଯାଇଛି, ସମସ୍ତେ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

Read More...

  କରୋନା ଭୟାବହତା , ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ,  ବହୁ ଆକ୍ରାନ୍ତ ନିଜାମୁଦ୍ଦିନ ସହ ଜଡ଼ିତ,  ଆମେରିକାରେ ୩୬ହଜାର ମୃତ

କରୋନା ଭୟାବହତା , ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି , ବହୁ ଆକ୍ରାନ୍ତ ନିଜାମୁଦ୍ଦିନ ସହ ଜଡ଼ିତ, ଆମେରିକାରେ ୩୬ହଜାର ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page