ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ , ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

April 20, 2020, ଓଡ଼ିଶା, , Anupambharat News Bureau


ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ ,  ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ
Anupambharat News Bureau
April 20, 2020

ଚିକିଟି,୨୦ ।୪(ଅନୁପମ ମିଡ଼ିଆ): ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ନେଇ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସିଲ୍‌ ଓ ଯାଞ୍ଚ ଚାଲିଥିବା ବେଳେ ଆଜି ୧୦ ଜଣ ଓଡ଼ିଆଙ୍କ ସମେତ ୨୭ ଜଣ ଡ଼ଙ୍ଗା ଯୋଗେ ଅନୁପ୍ରବେଶ ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମା ଡ଼ଙ୍କୁରୁଠାରେ ତଟରକ୍ଷୀ ବାହିନୀ ଦ୍ୱାରା ଅଟକ ରହିଥିବା ସୂଚନା ମିଳିଛି । ଦେଶର ଅନ୍ୟତମ କରୋନା ପ୍ରଭାବିତ ରାଜ୍ୟ କୁହାଯାଉଥିବା ତାମିଲନାଡ଼ୁରେ ଦାଦନ ଖଟୁଥିବା ଗଞ୍ଜାମ ଜିଲ୍ଲା ସୋନପୁର ଅଞ୍ଚଳର ୯ ଜଣ, ପୁରୀ ଜିଲ୍ଲା କୃଷ୍ଣìପ୍ରସାଦ ଅଞ୍ଚଳର ଜଣେ ଓ ଆନ୍ଧ୍ରପ୍ରଦେଶର ୭ ଜଣ ମିଶି ମୋଟ ୧୭ ଜଣ ଶ୍ରମିକ ଗତ ୫ ଦିନ ତଳୁ ଏକ ଡ଼ଙ୍ଗାରେ ବାହାରି ଜଳପଥରେ ଗଞ୍ଜାମ ଜିଲ୍ଲାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଆନ୍ଧ୍ରପ୍ରଦେଶ ତଟରକ୍ଷୀ ବାହିନୀ ପକ୍ଷରୁ ଠାବ କରାଯାଇଥିଲା । ଫଳରେ ଆନ୍ଧ୍ରପ୍ରଦେଶର ତଟରକ୍ଷୀ ବାହିନୀ ଓ ଆନ୍ଧ୍ରପ୍ରଦେଶ ତୁରନ୍ତ ଜଳପଥରେ ଯାଞ୍ଚ କରି ଓଡ଼ିଶାର ଗଞ୍ଜାମ ଜିଲ୍ଲା-ଆନ୍ଧ୍ରପ୍ରଦେଶର ସୀମା ଇଚ୍ଛାପୁର ନିକଟସ୍ଥ ଡ଼ଙ୍କୁରୁ ସମୁଦ୍ର ତଟରେ ଉକ୍ତ ଡ଼ଙ୍ଗାକୁ ଠାବ କରିଥିଲେ । ପରେ ସେଥିରେ ଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଇଚ୍ଛାପୁର ଡ଼ିପଲ୍‌ ସ୍କୁଲ ସ୍ଥିତ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ସୂଚନା ମିଳିଥିବା ବେଳେ ଆଜି ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଇଥିଲା । ଉକ୍ତ ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ବିଡ଼ିଓ ଫାଲ୍‌ଗୁନ ମାଝୀ, ତହସିଲ୍‌ଦାର ସତ୍ୟଜିତ ଭୋଇ ଓ ଅତିରିକ୍ତ ତହସିଲ୍‌ଦାର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ତୁରନ୍ତ ଇଚ୍ଛାପୁର ସ୍ଥିତ କରେନ୍‌ଟାଇନ୍‌ ହଲ୍‌ରେ ପହଞ୍ଚି ଉଦ୍ଧାର ଶ୍ରମିକଙ୍କୁ ଦେଖି ସେଠାକାର ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଉକ୍ତ ଶ୍ରମିକମାନେ ୫ ଦିନ ୫ ରାତି ଡ଼ଙ୍ଗାରେ ରହି ଆଜି ଓଡ଼ିଶାରେ ପ୍ରବେଶ ପାଇଁ ଉଦ୍ୟତ ହେଉଥିବା ବେଳେ ହଠାତ୍‌ ଆନ୍ଧ୍ର ତଟରକ୍ଷୀ ବାହିନୀ ଦ୍ୱାରା ଧରାପଡ଼ିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

Read More...

 ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page