ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

April 22, 2020, ଓଡ଼ିଶା, , Anupambharat News Bureau


 ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ
Anupambharat News Bureau
April 22, 2020

ଭୁବନେଶ୍ୱର, ୨୨ ।୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୬୭୯୮ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥ ପାଠ କରାଇଛନ୍ତି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ଏବଂ ସେମାନଙ୍କର ରହିବା , ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହିତ ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ସରପଞ୍ଚମାନେ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ , ପଞ୍ଚାୟତିରାଜ ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନରୁ ଏବଂ ସରପଞ୍ଚମାନେ ବ୍ଲକ୍‌ ସ୍ତରରୁ ଭିଡିଓ କନଫରେନ୍ସି ଜରିଆରେ ଯୋଡି ହୋଇଥିଲେ ।
ଉଲ୍ଲେଖ୍ୟଯୋଗ୍ୟ ଯେ ନିକଟରେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣ ରୋକିବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚ ମାନଙ୍କ ଦକ୍ଷତା ଉପରେ ତାଙ୍କର ପୁରା ଭରସା ଅଛି । ସେମାନେ ଯଦି କରୋନା ସଂକ୍ରମଣ ରୋକିବାପାଇଁ ସରକାରଙ୍କ ପଦକ୍ଷେପକୁ କଡାକଡି ଭାବେ ଅନୁପାଳନ କରିବେ ତେବେ ଗାଁରେ କରୋନା ପଶିପାରିବ ନାହିଁ । ସରପଞ୍ଚମାନଙ୍କୁ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ସଦର ବ୍ଲକ୍‌ , କେନ୍ଦ୍ରାପଡା ସଦର ବ୍ଲକ୍‌ , ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ , ସମ୍ବଲପରର ଧାନକଉଡା ବ୍ଲକ୍‌ , ବରଗଡର ବର୍ଦୋଲ ଏବଂ ଭଦ୍ରକର ବାସୁଦେବପୁରର ବିଭିନ୍ନ ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । ସରପଞ୍ଚମାନେ ସେମାନଙ୍କ ପଞ୍ଚାୟତରେ କିଭଳି ପ୍ରସ୍ତୁତି ଜାରି ରହିଛି , କ୍ୱାରେଣ୍ଟାଇନ୍‌ ସେଂଟର କିଭଳି ବ୍ୟବସ୍ଥା କରାଯାଇଛି ସୂଚନା ଦେଇଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବାସ୍ତବ ପଦକ୍ଷେପକୁ ସବୁ ସ୍ତରରୁ ପ୍ରଶଂସା ମିଳୁଛି । ଏଥିପାଇଁ ଓଡିଶାବାସୀ ଗର୍ବିତ । ସରପଞ୍ଚ ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଗ୍ରାମାଞ୍ଚଳରେ ସରପଞ୍ଚମାନେ ହିଁ ଆଗ ଧାଡିର ଯୋଦ୍ଧା ଭାବେ କାର୍ଯ୍ୟ କରିବେ ବୋଲି ସେ କହିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଥିଲେ ଯେ କରୋନା ମୁକାବିଲାରେ ଆମେ ଏପର୍ଯ୍ୟନ୍ତ ଆଗୁଆ ଅଛୁ । ପଞ୍ଚାୟତ ଉପରେ ସରକାରଙ୍କର ଭରସା ରହିଛି ଏବଂ ସେମାନେ ସରକାରଙ୍କ ଭରସାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ସରପଞ୍ଚମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବାପାଇଁ କେତେକ ପରାମର୍ଶ ଦେଇଥିଲେ । ପୂର୍ବରୁ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଡି କେ ସିଂହ ରାଜ୍ୟ ବାହାରୁ ଆସୁଥିବା ଓଡିଆମାନଙ୍କ କ୍ୱାରେଣ୍ଟାଇନ୍‌ପାଇଁ କିଭଳି ବ୍ୟବସ୍ଥା କରିବାକୁ ପଡିବ ସେ ବିଷୟରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ଓଡିଶା ବାହାରୁ ପା୍ରୟ ୫ ଲକ୍ଷ ଓଡିଆ ନିଜ ନିଜ ଗାଁକୁ ସମ୍ଭାବନା ରହିଛି । ପ୍ରତ୍ୟେକ ସରପଞ୍ଚ ନିଜ ପଞ୍ଚାୟତକୁ ଆସିାବକୁ ଥିବା ଲୋକଙ୍କ ସମ୍ଭାବନାକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନ୍‌ର ବ୍ୟବସ୍ଥା କରିବାକୁ ପଡିବ ବୋଲି ସେ କହିଥିଲେ । ଏଥିପାଇଁ ରାଜ୍ୟ ସରକାର ଆସନ୍ତା ୨୪ ତାରିଖ ଦିନ ଏକ ପୋର୍ଟାଲ ଖୋଲିବେ ଏବଂ ସମସ୍ତ ଆସୁଥିବା ଲୋକଙ୍କ ଆତ୍ମୀୟ ଓ ପରିବାର ଯେପରି ନିଶ୍ଚିନ୍ତ ଭାବେ ଏହି ପୋର୍ଟାଲରେ ପଂଜୀକରଣ କରିବେ ତାହା ସୁନିଶ୍ଚିନ୍ତ କରିବା ହେଉଛି ସରପଞ୍ଚମାନଙ୍କ ଦାୟିତ୍ୱ । ସବୁ ପଞ୍ଚାୟତରେ ଜଣେ ଜଣେ ନୋଡା ଲ ଅଫିସର ରହିବା ସହିତ ବିଡିଓ ମାନେ ପ୍ରତ୍ୟକ ପଞ୍ଚାୟତରେ ତଦାରଖ ପାଇଁ ଏକ ପାଂଚ ଜଣିଆ ଟିମ୍‌ ଗଠନ କରିବାକୁ ପରାମର୍ଶ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ,  ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌

ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ, ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌

Read More...

୨୪ ଘଣ୍ଟାରେ ୪୯ ମୃତ

୨୪ ଘଣ୍ଟାରେ ୪୯ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page