ସୁନ୍ଦରଗଡ଼ରୁ ପୁଣି ତିନି ଆକ୍ରାନ୍ତ ଚିହ୍ନଟ

April 26, 2020, ଓଡ଼ିଶା, , Anupambharat News Bureau


ସୁନ୍ଦରଗଡ଼ରୁ ପୁଣି ତିନି ଆକ୍ରାନ୍ତ ଚିହ୍ନଟ
Anupambharat News Bureau
April 26, 2020

ରାଉରକେଲା/ଭୁବନେଶ୍ୱର, ୨୬ା୪(ଅନୁପମ ମିଡ଼ିଆ): ରାଜ୍ୟରେ ରବିବାର ସକାଳେ ଆଉ ତିନି କରୋନା ସଂକ୍ରମିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୦୩ରେ ପହଞ୍ଚିଥିବା ବିଭାଗ ପକ୍ଷରୁ କୁହା ଯାଇଛି । ରବିବାର ସକାଳେ ଦିଆ ଯାଇଥିବା ସୂଚନା ଅନୁସାରେ ତିନି ଜଣ ଯାକ ସଂକ୍ରମିତ ସୁନ୍ଦରଗଡର । ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବରୁ ୩ ଜଣ ଆକ୍ରାନ୍ତ ଗତକାଲି ସୁଦ୍ଧା ରୋଗମୁକ୍ତ ହୋଇ ସାରିବା ପରେ ପୁର୍ନବାର ଏହି ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ସୂଚନା ଅନୁଯାୟୀ, ଏମାନଙ୍କ ଭିତରେ ଜଣେ ୬୭ ବର୍ଷିୟ ମହିଳା ସାଙ୍ଗକୁ ଜଣେ ୨୩ ବର୍ଷିୟ ଯୁବକ ଓ ଅନ୍ୟଜଣେ ୬୦ ବର୍ଷିୟ ବୟସ୍କ ବ୍ୟକ୍ତି ରହିଛନ୍ତି । ଏମାନଙ୍କ ଭିତରୁ ଏହି ମହିଳା ଓ ଯୁବକଙ୍କୁ ୪ର୍ଥ ଓ ୫ମ ନମ୍ବର ଭାବେ ଗଣା ଯାଉଥିବା ବେଳେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ୬ଷ୍ଠ ବୋଲି ଗଣାଯାଉଛି । ତେବେ ସୂଚନା ମୁତାବକ ୪ର୍ଥ ଓ ୫ମ ଆକ୍ରାନ୍ତ ବିସ୍ରା ସ୍ଥିତ ଗୁଡଗୁଡ ଯୋରରୁ ବାହାରିଥିବା ୩ୟ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ, ୬ଷ୍ଠ ଜଣଙ୍କ ବିଷୟରେ ଯାଞ୍ଚ ଚାଲିଛି । ଏହା ଛଡା ୪ର୍ଥ, ୫ମ ଆକ୍ରାନ୍ତ ହେଉଛନ୍ତି ବିସ୍ରାର ଗୁଡଗୁଡ ଯୋର ଅଞ୍ଚଳର ବାସିନ୍ଦା ଓ୬୦ ବର୍ଷିୟ ପୁରୁଷ ଜଣକ ରାଉରକେଲା ନାଲା ରୋଡ ଅଞ୍ଚଳର ବୋଲି ଜଣାପଡିଛି । ଏହି ଖବର ପାଇ ଆଜି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆରଏମସି କମିଶନର ଓ ରାଉରକେଲା ଏସପି ପ୍ରମୁଖ ଆଜି ରାଉରକେଲା ମହାନଗର ଅଫିସରେ ଏକ ଜରୁରୀ ବୈଠକ କରିବା ପରେ ସେମାନେ ସେହି ଅଞ୍ଚଳକୁ ଗସ୍ତ କରିଥିଲେ । ପରେ ନାଲାରୋଡ ଅଂଚଳକୁ ଲାଗି ରହିଥିବା ଅନେକ ଅଂଚଳକୁ ସିଲ୍‌ କରି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେଗୁଡିକ ହେଲା, ଜନତା ନିବାସ ଲେନ ଠାରୁ ମହତାବ ରୋଡ ଲେନ, ମୁଖ୍ୟରାସ୍ତାର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ ଓ ଅନ୍ୟପଟ ପରିବା ଓ ଅଣ୍ଡା ଲେନକୁ ସ୍ପର୍ଶ କରୁଥିବା ପଏଣ୍ଟ, ଡେଲି ମାର୍କେଟ ପରିବା ବଜାର ଅଞ୍ଚଳରୁ ରେଳବାଇ ଲାଇନ ବାଉଁଣ୍ଡାରୀ, ଆନନ୍ଦଭବନ ଲେନ ଠାରୁ ରିଂ ରୋଡ ସ୍ପର୍ଶ କରୁଥିବା ଅଞ୍ଚଳ, ଆନନ୍ଦଭବନ ଲେନ ଠାରୁ ବିଗବଜାର ସ୍ପର୍ଶ କରୁଥିବା ମଧ୍ୟଭାଗ ନେତାଜୀ ମାର୍ଗ ଦେଇ ରେଳବାଇ ଲାଇନ ଛୁଇଁଥିବା ବିଗବଜାର ପାଖ ଲେନକୁ କଣ୍ଟେନମେଣ୍ଟ ଜୋନ ଭାବେ ଆଜି ଘୋଷଣା କରାଯାଇଛି । ସେହିଭଳି ଏହି ଯୋନ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଯୋନ ଭାବେ ଚିହ୍ନଟ କରାଯାଇଛି । ଏହି ସବୁ ଅଞ୍ଚଳକୁ ନିୟମିତ ଡାକ୍ତର ଟିମ୍‌ ଯିବା ସହ ହୋଲସେଲ୍‌ ଦୋକାନ ଖୋଲା ରହିବ । ଏହି ସବୁ ଅଞ୍ଚଳକୁ କିଭଳି ରାସନ ସାମଗ୍ରୀ ପହଁଚିବ ତା’ର ବ୍ୟବସ୍ଥା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁସ୍ଥ ହେଲେ ଆଉ ଜଣେ

ସୁସ୍ଥ ହେଲେ ଆଉ ଜଣେ

Read More...

ରାଜ୍ୟରେ ପଜିଟିଭ୍‌ ୮୩କୁ ବୃଦ୍ଧି

ରାଜ୍ୟରେ ପଜିଟିଭ୍‌ ୮୩କୁ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page