ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା

April 30, 2020, ଓଡ଼ିଶା, , Anupambharat News Bureau


ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା
Anupambharat News Bureau
April 30, 2020

ଭୁୁବନେଶ୍ୱର, ୩୦ା୪(ଅନୁପମମିଡ଼ିଆ): ଯାଜପୁର ଜିଲ୍ଲାରେ ଗୁରୁବାର ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୭ ଜଣ ପଜିଟିଭ୍‌ ଚିହ୍ନଟ ଜିଲ୍ଲାବାସୀଙ୍କ ଚିନ୍ତା ବଢି ଯାଇଛି । ଅନ୍ୟପକ୍ଷେ ଆଜିର ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରାଇ କୁହାଯାଇଛି ଯେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ପୁତ୍ର , ୩ ବର୍ଷର ଶିଶୁ କନ୍ୟା ସମେତ ୭ ଜଣ ପୁରୁଷ ଏବଂ ୭ ଜଣ ମହିଳା ରହିଛନ୍ତି । ପୁରୁଷ ମାନଙ୍କର ବୟସ ଯଥାକ୍ରମେ ୨୯, ୩୮, ୩୫, ୨୯, ୩, ୩୪ , ୧୨ ଓ ୬୨ ବର୍ଷ । ସେହିପରି ମହିଳାମାନଙ୍କର ବୟସ ଯଥାକ୍ରମେ ୮୫ , ୪୦ , ୨୦ , ୩ , ୩୬ ଓ ୫୨ । ସେହିପରି ସକାଳେ ଚିହ୍ନଟ ତିନି ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୧୮ ବର୍ଷୀୟା ମହିଳା ହୋଇଥିବା ବେଳେ ଜଣେ ୫୬ ବର୍ଷୀୟ ପୁରୁଷ । ଏମାନେ ଜିଲ୍ଲାର କଟିକଟା କଣ୍ଟେନମେଣ୍ଟ ଅଞ୍ଚଳର । ପୂର୍ବ ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସି ଏମାନେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏହା ବାଦ ଆଉ ଜଣେ ୬୫ ବର୍ଷୀୟ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି । ସେ ପଶ୍ଚିମ ବଙ୍ଗ ଫେରନ୍ତା ଓ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବିଭାଗ ପକ୍ଷରୁ କୁହା ଯାଇଛି । ବିଭାଗୀୟ ସଚିବ ସଞ୍ଜୟ ସିଂହଙ୍କ ସୂଚନା ଅନୁଯାୟୀ ସମସ୍ତ ଆକ୍ରାନ୍ତ କଟିକଟା ଅଞ୍ଚଳର । ଉକ୍ତ ଅଞ୍ଚଳରୁ ପୂର୍ବରୁ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଥିଲେ । ପର ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିଲା । କଣ୍ଟେନମେଣ୍ଟ ସମୟରେ ଉକ୍ତ ଅଞ୍ଚଳରୁ ୨୦୦ ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ ୧୪ ଟି ନମୁନା ପଜିଟିଭ୍‌ ରହିଛି । ସେଠାରୁ ଆହୁରି ଅଧିକ ନମୁନା ସଂଗ୍ରହ କରାଯିବ । ଏହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ସେହିପରି ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧,୬୯୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୪୨ଟି ପଜିଟିଭ୍‌ ଚିହ୍ନଟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ଋଷି

ପରଲୋକରେ ଋଷି

Read More...

ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ

ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page