ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା

May 06, 2020, ଓଡ଼ିଶା, , Anupambharat News Bureau


ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା
Anupambharat News Bureau
May 06, 2020

ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ):­ ଓଡିଶା ଫେରିଥିବା ପ୍ରବାସୀଙ୍କ ପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଞ୍ଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ ଦିନରେ ଓଡ଼ିଶା ଫେରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପଞ୍ଜୀକରଣ କରିବାକୁ ହେବ । ଯେଉଁମାନେ ଓଡ଼ିଶା ଫେରିବେ, ସେମାନେ କିଛି ସଂକ୍ରମିତ ରାଜ୍ୟରୁ ମଧ୍ୟ ଫେରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ପଞ୍ଚାୟତଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି ବୋଲି ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଗ୍ରାମାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମସ୍ତ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହେବା ସହ ସଫେଇ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କେନ୍ଦ୍ରଗୁଡ଼ିକରେ ମେନୁ ଚାର୍ଟ ଅନୁସାରେ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯାଉଛି । କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ବ୍ୟବହାର କରୁଛନ୍ତି । ପ୍ରତ୍ୟେକ ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା କରାଯାଇପାରିଛି । ସରପଞ୍ଚଙ୍କ ନେତୃତ୍ୱରେ ପଞ୍ଚାୟତରେ ୫ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ସେହିପରି ବ୍ଲକ ସ୍ତରରେ ବିଡିଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ ବ୍ୟକ୍ତିମାନେ ଗ୍ରାମାଞ୍ଚଳକୁ ଆସିବେ, ସେମାନଙ୍କର ଟେଷ୍ଟିଂ କରାଯିବ । ସେଠାରେ ପଞ୍ଚାୟତର ରେଜିଷ୍ଟରରେ ସେମାନଙ୍କର ନାମ ଆଉ ଥରେ ପଂଜୀକରଣ କରାଯିବ । ଜଣେ ବ୍ୟକ୍ତି ନିଜର ବ୍ୟବହାର ଲାଗି ଜିନିଷ (ବ୍ରଶ, ଟୁଥପେଷ୍ଟ, ସାବୁନ, ତେଲ)କୁ କେବଳ ବ୍ୟବହାର କରିବେ । ପରିବେଶ ସଫାସୁତୁରା କରାଯାଉଛି । ଶୌଚାଳୟ, ପାଣି ଟାଙ୍କିକୁ ବିଭିନ୍ନ ସମୟରେ ପରିଷ୍କାର ରଖାଯାଉଛି । ସାମାଜିକ ଦୂରତା ପାଇଁ ୨ ମିଟର ବ୍ୟବଧାନରେ ଶଯ୍ୟାଗୁଡ଼ିକ ପକାଯାଇଛି । ଟିଏମସି (ଅସ୍ଥାୟୀ ମେଡିକାଲ ଶିବିର) ସୁଚାରୁ ରୂପେ ପରିଚାଳିତ ହେଉଛି । ପ୍ରବାସୀମାନେ ୧୪ ଦିନ ରହିବା ପରେ ନିଜ ଘରକୁ ଯିବେ ବୋଲି ସିଂହ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା

ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା

Read More...

ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା

ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଯୁକ୍ତ ତିନି ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page