ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ

May 10, 2020, ଓଡ଼ିଶା, , Anupambharat News Bureau


ରାଜ୍ୟବାସୀ ଭୟଭୀତ ହୁଅ;ୁ ନାହିଁ : ବାଗଚୀ
Anupambharat News Bureau
May 10, 2020

ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କି;ୁ ଏଥି ପାଇଁ ଜନସାଧାରଣ ବିଶେଷ ଭୟଭୀତ ହେବାର କାରଣ ନାହିଁ । ଏହି ପଜିଟିଭ୍‌ଗୁଡ଼ିକ ବାହାର ରାଜ୍ୟରୁ ଆସି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହିଥିବା କିଛି ଲୋକଙ୍କଠାରେ ହିଁ ଚିହ୍ନଟ ହୋଇଛି । ମାତ୍ର ସଙ୍ଗରୋଧ ଓ ନିର୍ଦ୍ଦେଶାବଳୀ ଅନୁପାଳନ ବଳରେ କରୋନାକୁ ପ୍ରତିହତ କରାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ - ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବାଗଚୀ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ପ୍ରବାସୀଙ୍କ ସଂଖ୍ୟା ୨୦ କୋଟି । ୨୦୧୧ ମସିହାରେ ଏହା ୧୪ କୋଟି ଥିଲା । ଓଡ଼ିଶାର ୧୨ ଲକ୍ଷ ଲୋକ ବାହାର ରାଜ୍ୟରେ ଅଛନ୍ତି । ଓଡିଶାକୁ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର । ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ ଫେରିବାକୁ ଆଇନଗତ ଭାବେ ନିଷେଧ କରାଯାଇପାରିବ ନାହିଁ । ସମସ୍ତଙ୍କର ନିଜ ରାଜ୍ୟକୁ ଫେରିବାର ଅଧିକାର ରହିଛି । ଭାରତର ପ୍ରତି ୧୦୦ଟି ପରିବାର ମଧ୍ୟରୁ ୧୬ଟି ପରିବାର ବାହାରକୁ ଯାଆନ୍ତି । ପ୍ରାୟ ୯୨ ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି । ତେବେ କିଛି ଲୋକ ଅଭିଯୋଗ ଆଣୁଛନ୍ତି ଯେ, ବାହାର ରାଜ୍ୟରୁ ପ୍ରବାସୀଙ୍କୁ ଆଣିବାର ନ ଥିଲା । କି;ୁ ମାନବିକତା, ଆଇନଗତ ଓ ବାସ୍ତବତା ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କୁ ଆଣିବାର ଯଥାର୍ଥତା ରହିଛି ବୋଲି ସେ କହିଛନ୍ତି ।
ଆଇଟି କିମ୍ବା ବ୍ୟାଙ୍କ ସେକଫରରେ କାମ କରୁଥିବା ଲୋକଙ୍କୁ ଯଦି ଘରେ କାମ କରିବାକୁ କୁହାଯିବ ତାହା ଚଳିବ । କି;ୁ ୯୨ ପ୍ରତିଶତ ଯେଉଁମାନେ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି, ତାହା ସମ୍ଭବ ନୁହେଁ । ଭାରତ ସରକାର ମାର୍ଚ୍ଚ ୨୫ରୁ ଲକଡାଉନ ଘୋଷଣା କରିଥିଲେ । ଏହି ସମୟ ମଧ୍ୟରେ ଲକଡାଉନରେ ଥିବା ଲୋକେ ଘରକୁ ଆସିପାରିଲେ ନାହିଁ । ଏଥିରେ କେବଳ ଶ୍ରମିକ ନୁହେଁ, ବରଂ ତୀର୍ଥଯାତ୍ରୀ ଓ ଛାତ୍ରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଛନ୍ତି । କେନ୍ଦ୍ର ସରକାର ଏବେ ବିଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ’ ଓ ‘ସମୁଦ୍ର ସେତୁ ଅଭିଯାନ’ ଆରମ୍ଭ କରିଛନ୍ତି । ପ୍ରକାଶଥାଉକି ରାଜ୍ୟକୁ ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଜିଟିଭ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ରାଜ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଯିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ ଖାତା ଦେଖା ୨୦ରୁ ­

ମାଟ୍ରିକ ଖାତା ଦେଖା ୨୦ରୁ ­

Read More...

ଆଉ ପାଞ୍ଚ ସୁସ୍ଥ ହେଲେ

ଆଉ ପାଞ୍ଚ ସୁସ୍ଥ ହେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page