୧୬ରେ ଅବପାତର ରୂପ ନେବ

May 14, 2020, ଦେଶ, , Anupambharat News Bureau


୧୬ରେ ଅବପାତର ରୂପ ନେବ
Anupambharat News Bureau
May 14, 2020

ଭୁବନେଶ୍ୱର ,୧୪ା୫(ଅନୁପମ ମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ବର୍ତ୍ତମାନ ଘନୀଭୂତ ହୋଇ େୱଲ ମାର୍କଡ୍‌ ଲୋ ପ୍ରେସରର ରୂପ ନେଇଛି । ଏହା ଘନୀଭୂତ ହୋଇ ଆସନ୍ତାକାଲି (୧୫ ତାରିଖ) ବେଳକୁ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ମଇ ତାରିଖ ସନ୍ଧ୍ୟା ବେଳକୁ ସେହି ଅଂଚଳରେ ସାମୁଦ୍ରିକଝଡ ର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮-୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ଓଡିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ

ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ

Read More...

ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page