ରୋଗୀର ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବ

May 16, 2020, ଓଡ଼ିଶା, , Anupambharat News Bureau


ରୋଗୀର ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବ
Anupambharat News Bureau
May 16, 2020

ଭୁବନେଶ୍ୱର,୧୬ା୫(ଅନୁପମମିଡ଼ିଆ): ବିଭିନ୍ନ ଆଳ ଦେଖାଇ ରୋଗୀଙ୍କୁ ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଘରୋଇ ହସ୍ପିଟାଲ ମାନେ ରୋଗୀର ଚିକିତ୍ସା ନକରି ଅନ୍ୟତ୍ର ପଠାଇ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡିଲେ ସମ୍ପୃକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏବେ ଦୈନିକ ୪୭୦୦ ନମୁନା ପରୀକ୍ଷା ହୋଇପାରୁଛି । ୨୦ ତାରିଖ ବେଳକୁ ଏହା ୫୦୦୦ ଅତିକ୍ରମ କରିବ । ପ୍ରଥମେ ଆରଏମଆରସିରେ କେବଳ ପରୀକ୍ଷା ହେଉଥିଲା । ଏବେ ୮ଟି ସ୍ଥାନରେ ପରୀକ୍ଷା ହେଉଛି । ଆସନ୍ତା ୨୩ ତାରିଖରୁ କୋରାପୁଟ ଓ ବଲାଙ୍ଗୀର ମେଡିକାଲ୍‌ କଲେଜ ହସ୍ପିଟାଲରେ କୋଭିଡ ନମୁନା ପରୀକ୍ଷା ହେବ । ସେହିପରି ୩୧ ତାରିଖ ସୁଦ୍ଧା ବାଲେଶ୍ୱର ଓ ବାରିପଦା ମେଡିକାଲ୍‌ କଲେଜ ହସ୍ପିଟାଲରେ ନମୁନା ପରୀକ୍ଷା ହୋଇପାରିବ । ଭୁବନେଶ୍ୱର ଅରଗୁଳ ଠାରେ ଥିବା ପଶୁ ରୋଗ ଗବେଷଣା ପରୀକ୍ଷାଗାରରେ ମଧ୍ୟ ନମୁନା ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୮୬ ହଜାର ୧୪୦ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୭୩୭ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫୩୮ ଜଣ ଚିକିତ୍ସାଧୀନ ଅଛନ୍ତି । ସେଭିଭଳି ­ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ଓଡିଶା ଫେରୁଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟକୁ ଟ୍ରେନ ଓ ବସରେ ୧ ଲକ୍ଷ ୩୩ ହଜାର ୨୪୫ ଜଣ ପ୍ରବାସୀ ଆସିଛନ୍ତି । ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫୫ ହଜାର ୫୬୭, ବାଲେଶ୍ୱର ଜିଲ୍ଲାକୁ ୧୧ ହଜାର ୩୬୮ ଓ କଟକ ଜିଲ୍ଲାକୁ ୮ ହଜାର ୧୯୮ ପ୍ରବାସୀ ଆସିଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ପ୍ରବାସୀ ଓଡ଼ିଆମାନେ ମଧ୍ୟ ଫେରିଛନ୍ତି ବୋଲି ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର

୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର

Read More...

ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

ଆଉ ୬୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page