୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍‌’

May 18, 2020, ଓଡ଼ିଶା, , Anupambharat News Bureau


୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍‌’
Anupambharat News Bureau
May 18, 2020

ଭୁବନେଶ୍ୱର, ୧୮ା୫(ଅନୁପମମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ଅତି ଭୟଙ୍କର ସାମୁଦ୍ରିକ ଝଡ ଅମ୍ଫାନ୍‌ ପାରାଦ୍ୱୀପର ଦକ୍ଷିଣକୁ ୭୩୦ କିମି ଦୂରରେ ରହିଅଛି । ଏହା ଅଧିକ ଘନୀଭୂତ ହୋଇ ସମୁଦ୍ର ମଧ୍ୟରେ ମହାବାତ୍ୟା ରୂପ ନେବ । ଏହା ପରବର୍ତ୍ତୀ ସମୟରେ କିଛି ସମୟ ପାଇଁ ଉତ୍ତର ଦିଗକୁ ଗତିକରିବ । ପରେ ଉତ୍ତର-ଉତ୍ତର ପୂର୍ବକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟଦେଇ ଆସନ୍ତା ୨୦ ଅପରାହ୍ନ / ସନ୍ଧ୍ୟା ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟା ରୂପ ନେଇ ଦୀଘା (ପଶ୍ଚିମବଙ୍ଗ) ଓ ସୁନ୍ଦରବନ ନିକଟବର୍ତ୍ତୀ ହାତିଆ ଦ୍ୱୀପ (ବାଂଲାଦେଶ) ମଧ୍ୟ ଦେଇ ଅତିକ୍ରମ କରିବ । ଏହି ସମୟରେ ଏହାର ବେଗ ଘଣ୍ଟାପ୍ରତି ୧୬୫-୧୭୫ କି.ମି. ରହିବ । ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୮୫ କିମି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ । ବିଶେଷ ଭାବେ ଉପକୂଳ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ଓଡ଼ିଶାର ଉତ୍ତର ଉପକୂଳ ଅଞ୍ଚଳର ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୯ ତାରିଖରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଓ କେଉଁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ମଧ୍ୟ ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫-୬୫ କି.ମି. ପବନ ବହିବ । ସ୍ଥଳବିଶେଷରେ ପବନର ତୀବ୍ରତା ଘଣ୍ଟା ପ୍ରତି ୭୫ କି.ମି. ହୋଇପାରେ । ୨୦ ମଇ ସକାଳ ସୁଦ୍ଧା ପବନର ବେଗ କ୍ରମଶଃ ବୃଦ୍ଧିପାଇ ବତାସ ରୂପ ନେଇ ଉତ୍ତର ଓଡ଼ିଶା ଉପକୂଳର ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୭୫-୮୫ କିମି ରହିବ ଏବଂ ଏହାର କ୍ଷୀପ୍ରତା ଘଣ୍ଟା ପ୍ରତି ୯୫ କିମି ହେବାର ଅନୁମାନ କରାଯାଇଛି । ପରବର୍ତୀ ସମୟରେ ପବନର ବେଗ ବୃଦ୍ଧି ପାଇ ଉତର ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୧୧୦ ରୁ ୧୨୦ କିମି ରହିବା ସହ ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୩୫ କି.ମି. ହୋଇପାରେ ।୨୦ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ପବନର ବେଗ ଘଂଟା ପ୍ରତି ୫୫-୬୫ କିମି ହୋଇ ପରେ ଏହାର ବେଗ ସର୍ବାଧିକ ଘଂଟାପ୍ରତି ୭୫ କି.ମି. ରହିବ ବୋଲି ପୂର୍ବାନୁମାନ କରାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ନିକଟବର୍ତୀ ଅଞ୍ଚଳ ସମୁଦ୍ର ଅଶାନ୍ତ ରହିବ ଏବଂ ଏହା ଆଜି ରାତି ଠାରୁ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣାଞ୍ଚଳ ଅସ୍ୱାଭାବିକ ରହିବ । ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋଳପସାଗରର ଉତ୍ତର ଭାଗ ଓ ନିକଟବର୍ତ୍ତୀ ଉତ୍ତର ପାଶ୍ୱର୍ରେ ଏବଂ ୨୦ ତାରିଖରେ ବଙ୍ଗୋପସାଗରର ଉତ୍ତର ଭାଗରେ ଅସ୍ୱାଭାବିକ ସ୍ଥିତି ଜାରି ରହିବ ।୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମସି୍ୟଜୀବୀମାନଙ୍କୁ ଉତ୍ତର-ଓଡ଼ିଶା ଉପକୂଳ ଅଞ୍ଚଳ, ପଶ୍ଚିମବଙ୍ଗ ଓ ବାଂଲାଦେଶଉପକୂଳ ସମୀବର୍ତ୍ତୀ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ‘ଅମ୍ଫାନ’ ମହାବାତ୍ୟା ୨୦ ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗ ଛୁଇଁବ । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଅତ୍ୟଧିକ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇସାରିଥିବ ଏବଂ ପବନର ବେଗ ଘଂଟାପ୍ରତି ୧୯୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର, ଦକ୍ଷିଣ ଓ ଉତର ୨୪ ପ୍ରଗଣା, ହାଓଡ଼ା, ହୁଗଲି ଓ କୋଲକାତାରେ ଏହାର ଅଧିକ ପ୍ରଭାବ ଅନୁଭୂତ ହେବ । ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଓଡ଼ିଶାର ଉତର ଉପକୂଳବର୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟ ଅନୁଭୂତ ହେବ । ଏହି ଝଡ଼ ପ୍ରଭାବରେ ସମୁଦ୍ରରେ ୪ରୁ ୫ମିଟର ଉଚ୍ଚର ଜୁଆର ଉଠିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ଏହି ବାତ୍ୟା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କଲା ଭାଜପା

ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କଲା ଭାଜପା

Read More...

ଲକ୍‌ ଡାଉନ୍‌ ୪.୦ରେ କୋହଳ ହେବ କଟକଣା ଜୋନ୍‌ ଚିହ୍ନଟ କରିବେ ସ୍ଥାନୀୟ ଅଧିକାରୀ

ଲକ୍‌ ଡାଉନ୍‌ ୪.୦ରେ କୋହଳ ହେବ କଟକଣା ଜୋନ୍‌ ଚିହ୍ନଟ କରିବେ ସ୍ଥାନୀୟ ଅଧିକାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page