ଶ୍ୱାସରୁଦ୍ଧରୁ ତିନି ଭାଇ ମୃତ ଭଉଣୀର ନିର୍ବନ୍ଧ ନୋହିଲା

May 23, 2020, ଓଡ଼ିଶା, , Anupambharat News Bureau


ଶ୍ୱାସରୁଦ୍ଧରୁ ତିନି ଭାଇ ମୃତ ଭଉଣୀର ନିର୍ବନ୍ଧ ନୋହିଲା
Anupambharat News Bureau
May 23, 2020


ମୋହନା, ୨୩ ।୫(ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମେ ଘରେ ଥିବା ସୁଡ଼ଙ୍ଗରେ ଶ୍ୱାସରୁଦ୍ଧରୁ ତିନି ଭାଇଙ୍କ ମୃତୁ୍ୟ ଘଟିଛି । ଏହି ଘଟଣା ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳାଇ ଦେଇଛି । ଘଟଣାରୁ ସୂଚନାନୁଯାୟୀ ବିରିକୋଟ ଗାଁର ଜୁଆନ ମାଝୀଙ୍କ ଝିଅଙ୍କ ଶନିବାର ନିର୍ବନ୍ଧ ହେବାର ଥିଲା । ଏଥି ପାଇଁ ପରିବାର ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଫଳରେ ଶୁକ୍ରବାର ରାତିରେ ଘର ଚଳଚଞ୍ଚଳ ରହିଥିଲା । ରାତି ପ୍ରାୟ ନ’ଟାରେ ପୁଅ ବିକ୍ରମ (୩୫) କୌଣସି ଏକ କାର୍ଯ୍ୟ ପାଇଁ ଅଣ୍ଡରଗ୍ରାଉଣ୍ଡ ଘରକୁ ନିଶୁଣିରେ ଯାଇଥିଲେ । କିନ୍ତୁ ସେ ଫେରିନଥିଲେ । ଏହାର କିଛି ସମୟ ବ୍ୟବଧାନରେ ଅନ୍ୟ ଦୁଇ ଭାଇ ଶିବ (୨୭) ଓ ଜିତୁ (୨୫) ମଧ୍ୟ ଉକ୍ତ ସ୍ଥାନକୁ ଯାଇଥିଲେ । ତେବେ କେହି ମଧ୍ୟ ପଦାକୁ ଆସିନଥିଲେ । ଏହାଦେଖି ଭଉଣୀ ସଙ୍ଗୀତା ପରିବାରର ଅନ୍ୟ ସଦସ୍ୟଙ୍କୁ ଜଣାଇଥିଲେ । ଏହାପରେ ପରିବାର ସଦସ୍ୟ ଏବଂ ପଡୋଶୀ ମିଶି ଉକ୍ତ ଘର ମଧ୍ୟରୁ ବେହସ ଅବସ୍ଥାରେ ପଡ଼ିଥିବା ତିନି ଭାଇଙ୍କୁ ଉଦ୍ଧାର କରି ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ପ୍ରଶାନ୍ତ କୁମାର ସାହୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତ୍ର ୧୧ଟା ରେ ଆଣି ପହଞ୍ଚିଥିଲେ । ସେଠୀ ୩ ଜଣିଆ ଡାକ୍ତର ଟିମ୍‌ ଅମୃତ ରାଜ ଜେନା, ସୌମ୍ୟରଞ୍ଜନ ଜେନା, ଶରତ ପରିଡା ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଶୁଣିବା ପରେ ପରିବାର ସଦସ୍ୟଙ୍କ କାନ୍ଦ ବୋବାଳିରେ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟି ପଡ଼ିଥିଲା । ଖବର ପ୍ରଚାରିତ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଘଟଣା ସ୍ଥଳରେ ଅଡବା ଓ ମୋହନା ପୋଲିସ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ଆଲୋକ ରଞ୍ଜନ ଜଗଦଲା, ହେମନ୍ତ ସେଠୀ, ଚନ୍ଦନ ଦାସ ଓ ଟିମ ପହଞ୍ଚି ଶବକୁ ଜବତ ସହ ଉକ୍ତ ଘଟଣା ତନଘନା ଆରମ୍ଭ କରିଥିଲେ । ତେବେ ନିମିଷକ ମଧ୍ୟରେ ତିନି ଭାଇର ପ୍ରାଣ ଯିବା ଘଟଣା ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳାଇ ଦେଇଛି । ଆଜି ଭଉଣୀଙ୍କୁ ନିର୍ବନ୍ଧ ରିହଥିଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରୁ ପୁଅ ଘର ଆସିବାର ଥିଲା । ତେବେ ଖୁସିର ମୁହୂର୍ତ୍ତରେ ଏତେ ବଡ଼ ଭଟ୍ଟା ପଡ଼ିଗଲା ବୋଲି ବଡ଼ଭାଇ କିଶୋର ପ୍ରକାଶ କରିଛନ୍ତି । ତେବେ ତିନି ଭାଇଙ୍କ ଏଭଳି ଅକାଳ ବିୟୋଗ ଯୋଗୁ ଭଉଣୀର ନିର୍ବନ୍ଧ ବନ୍ଧ ହୋଇଯାଇଥିବା ବେଳେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଳୁଛି ପଶ୍ଚିମ ଓଡ଼ିଶା

ଜଳୁଛି ପଶ୍ଚିମ ଓଡ଼ିଶା

Read More...

ଦେଶରେ ୨୪ ଘଣ୍ଟାରେ ଛ’ହଜାରୁ ଉର୍ଦ୍ଧ୍ୱ ନୂଆ ପଜିଟିଭ୍‌,  ପୁଣି ୨୬୦୦ ଶ୍ରମିକ ଟ୍ରେନ ଚାଲିବ

ଦେଶରେ ୨୪ ଘଣ୍ଟାରେ ଛ’ହଜାରୁ ଉର୍ଦ୍ଧ୍ୱ ନୂଆ ପଜିଟିଭ୍‌, ପୁଣି ୨୬୦୦ ଶ୍ରମିକ ଟ୍ରେନ ଚାଲିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page