ଆଜିଠୁ ବିମାନ ସେବା, ଗଡ଼ିବ ବସ୍‌ ଓ ଟ୍ୟାକ୍ସି

May 24, 2020, ଦେଶ, , Anupambharat News Bureau


ଆଜିଠୁ ବିମାନ ସେବା, ଗଡ଼ିବ ବସ୍‌ ଓ ଟ୍ୟାକ୍ସି
Anupambharat News Bureau
May 24, 2020

ନୂଆଦିଲ୍ଲୀ: କରୋନାରୁ ମୁକ୍ତି ପାଇଁ ଦେଶରେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଆସନ୍ତା ୩୧ ପର୍ଯ୍ୟନ୍ତ ରହିଛି । ତେବେ ଆର୍ଥିକ ସ୍ଥିତିକୁ ଦେଖି ବିମାନ ଓ ରେଳ ଚଳାଚଳକୁ ଅନୁମତି ମିଳିଛି । ଏହିକ୍ରମରେ ଦେଶରେ ଆସନ୍ତାକାଲିଠାରୁ ଘରୋଇ ବିମାନସେବା ଆରମ୍ଭ ହେବ । ଏଥିଲାଗି ବିମାନ ଏବଂ ବନ୍ଦର ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ତେବେ ଏଥିସକାଶେ ଗାଇଡଲାଇନ ଜାରି କରାଯାଇଛି । ଏହାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଅନ୍ୟପକ୍ଷେ ରାଜ୍ୟରେ ମଧ୍ୟ ଆସନ୍ତାକାଲିଠାରୁ ରେଳ ଓ ବିମାନ ସେବା ସହ ବସ୍‌ ଏବଂ ଟ୍ୟାକ୍ସି ଗଡ଼ିବାକୁ ଅନୁମତି ମିଳିଛି । ରାଜ୍ୟ ସରକାର ଆସନ୍ତାକାଲିଠାରୁ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଘରୋଇ ବସ ଓ ଟ୍ୟାକ୍ସି ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସରକାର ସହମତି ଭିତିରେ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ଅନୁରୂପ ଭାବେ ସିଟି ବସ ଚଳାଚଳକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଆସନ୍ତା କାଲିଠାରୁ ବସ ସହ ଅଟୋ ରିକ୍ସା, ଓଲା ଉବେର ଗାଡି ମଧ୍ୟ ଚାଲିବ । ସେହିପରି ଚାରି ଚକିଆ ଗାଡି ତଥା ଅଟୋରେ ୨ ଜଣ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ବସରେ ଯେତିକି ସଂଖ୍ୟକ ସିଟ ରହିଛି ସେତିକି ଯାତ୍ରୀ ହିଁ ଯାତ୍ରା କରି ପାରିବେ । କୌଣସି ଯାତ୍ରୀ ଛିଡା ହୋଇ ଯାଇ ପାରିବେ ନାହିାଁ ଜେନା କହିଛନ୍ତି ଯେ ବସରେ ଯାତ୍ରୀ ମାନଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ନ ପିନ୍ଧିଲେ ତାଙ୍କୁ ଦଣ୍ଡିତ କରାଯିବ । ଯଦି କୌଣସି ଯାତ୍ରୀଙ୍କୁ କରୋନା ଲକ୍ଷଣ ଥିବ ସେ ଯାତ୍ରୀ ବସରେ ଯାତ୍ରା କରି ପାରିବେ ନାହିଁ । ଯାତ୍ରୀ ମାନଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ମଧ୍ୟ ପରାମର୍ଶ ପ୍ରଦାନ କରାଯାଇଛି । ବିମାନ ବନ୍ଦର, ରେଳ ଷ୍ଟେସନ୍‌ ଏବଂ ବସ୍‌ ଷ୍ଟାଣ୍ଡ ବା ବସ୍‌ ଷ୍ଟପ୍‌କୁ ଯାତ୍ରୀ ନେବା ଅଣା କରିବା ପାଇଁ ବ୍ୟବହୃତ ଯାତ୍ରୀବାହୀ ଗାଡ଼ି, ଘରୋଇ ଗାଡ଼ି, ଓଲା, ଓବେର ସମେତ ଟାକ୍ସି ଗାଡ଼ିକୁ ଦିନରାତି ୨୪ ଘଣ୍ଟା ଚଳପ୍ରଚଳ କରିବାକୁ ଅନୁମତି ଦିଆଯିବ । ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଗାଇଡଲାଇନ ଅନୁସାରେ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟପକ୍ଷେ ବିମାନ ସେବାକୁ ସ୍ପର୍ଶ ବିହିନ ନୀତି ଉପରେ ପ୍ରାଧାନ୍ୟତା ଦେଇ ଏହାକୁ ବିଭିନ୍ନ ବର୍ଗ ମାଧ୍ୟମରେ ଉଡ଼ାଣ ସେବା ସ୍ୱାଭାବିକ କରିବା ପାଇଁ ସ୍ଥିର କରାଯାଇଛି ବୋଲି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂ ଗଣମାଧ୍ୟମକୁ କହିଛନ୍ତି । ଦିଲ୍ଲୀ ବିମାନ ବନ୍ଦରରୁ ୩ ନମ୍ବର ଟର୍ମିନାଲ୍‌ରୁ କର୍ମସିଆଲ୍‌ ଯାତ୍ରୀ ବିମାନ ଆରମ୍ଭ ହେବ । ଅନ୍ୟ ପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଅମ୍ପନ ବାତ୍ୟାରେ ପ୍ରଭାବିତ ହୋଇଥିବା ଯୋଗୁଁ ସୋମବାର ଠାରୁ କୋଲକାତା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହେବ ନାହିଁ ବୋଲି କୁହାଯାଇଛି । ମହାରାଷ୍ଟ୍ର ବିମାନ ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ସମଗ୍ର ଦେଶରେ ଦୀର୍ଘ ୬୦ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବିମାନ ସେବା ବନ୍ଦ ରହିବା ପରେ ଦେଶରେ ବିମାନ ସେବା ଆରମ୍ଭ ହେବ ତେବେ ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିୟମାବଳୀ ମଧ୍ୟ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ଘରୋଇ ବିମାନ ସେବା ଆରମ୍ଭ ହେଉଥିବା ଯୋଗୁଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ପର୍କରେ ନୂତନ ଗାଇଡ଼ଲାଇନ୍‌ ଜାରି କରାଯାଇଛି । ପ୍ରଥମତଃ ବିମାନରେ ଯାତ୍ରା କରିବାକୁ ଆସୁଥିବା ଲୋକମାନେ ନିଜ ନିଜ ମୋବାଇଲ ଫୋନ୍‌ରେ ଆରୋଗ୍ୟ ସେତୁ ଆପ୍‌କୁ ଡ଼ାଉନ୍‌ଲୋଡ଼ କରିବାକୁ ହେବ । ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବିମାନ ବନ୍ଦର ଛାଡ଼ିବା ସ୍ଥାନରୁ ଯାତ୍ରୀମାନଙ୍କୁ ଥର୍ମାଲ୍‌ ସ୍କ୍ରିନିଂ ବାଧ୍ୟତାମୂଳକ ହେବ । କ’ଣ କରିବାକୁ ହେବ ଏବଂ କ’ଣ ନକରିବାକୁ ହେବ ଏ ସମ୍ପର୍କରେ ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ୍‌ରେ ଦର୍ଶାଯିବ ବୋଲି ସ୍ପଷ୍ଟ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରାଦ୍ୱୀପ-କେନ୍ଦୁଝର ଟ୍ରକ ପରିବହନ ବିବାଦ: ରାସ୍ତାକଡରେ ଛିଡା ହୋଇଛି ଶହଶହ ଟ୍ରକ

ପାରାଦ୍ୱୀପ-କେନ୍ଦୁଝର ଟ୍ରକ ପରିବହନ ବିବାଦ: ରାସ୍ତାକଡରେ ଛିଡା ହୋଇଛି ଶହଶହ ଟ୍ରକ

Read More...

ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page