କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ

May 28, 2020, ବିଦେଶ, , Anupambharat News Bureau


କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ
Anupambharat News Bureau
May 28, 2020

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କହିଛନ୍ତି ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବାର ସମୟ ଆସିଛି । କି;ୁ ଯଦି କିଛି ଭୁଲ ହୁଏ ତେବେ ଏପରି ଆକ୍ରମଣ ହେବ ଯାହା ପୂର୍ବରୁ କେବେ ହୋଇ ନ ଥିଲା । ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ପୂର୍ବରୁ ଆଫଗାନିସ୍ତାନରେ ଆମର ଭୂମିକା ଲଢୁଆ ସେନାର ଥିଲା । କି;ୁ ବର୍ତ୍ତମାନ ଏହା ବଦଳିଛି ଏବଂ ଆମେ ସର୍ଭିଲାନ୍ସ ଅର୍ଥାି ପୋଲିସର ଭୂମିକାରେ ଅଛୁ । ଆମର ସୈନିକମାନେ ବର୍ତ୍ତମାନ ଦେଶ ଆବଶ୍ୟକ କରନ୍ତି ଏବଂ ଆମର ଉଦ୍ଦେଶ୍ୟ ହେଉଛି ଆମର ସୈନିକମାନଙ୍କୁ ଫେରାଇ ଆଣିବା । କି;ୁ ସେଠାରେ କ’ଣ ଘଟୁଛି ତାହା ଉପରେ ମଧ୍ୟ ତୀå ନଜର ରଖିଛୁ ଏବଂ ଯଦି ଆମର ସୈନିକମାନଙ୍କ ସହିତ କିଛି ଘଟେ ତେବେ ଏପରି ଆକ୍ରମଣ କରାଯିବ । ଯାହା ପୂର୍ବରୁ କେବେ କରାଯାଇ ନଥିଲା ।
ସୈନ୍ୟ ପ୍ରତ୍ୟାହାର ପରେ ଯଦି ସେଠାରେ ସେମାନଙ୍କର ଆବଶ୍ୟକତା ଥାଏ ତେବେ ସେମାନଙ୍କୁ ପୁନର୍ବାର ପଠାଯାଇପାରିବ । ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ବିଷୟରେ ଉଲ୍ଲେଖ ନକରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନ ୮୦୦୦ ରୁ କମ୍‌ ସୈନିକ ଅଛନ୍ତି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୯ ରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା ଯେଉଁଥିରେ ତାଲିବାନ ଏବଂ ଆଫଗାନିସ୍ତାନ ସରକାର ହିଂସା ହ୍ରାସ କରିବାକୁ ରାଜି ହୋଇଥିଲେ । ଏଥିରେ ଆଫଗାନିସ୍ତାନର ବିଭିନ୍ନ ଦଳ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପାଇଁ ପୂର୍ବ ସୈନ୍ୟବାହିନୀ ପ୍ରତ୍ୟାହାର ଏବଂ ତାଲିବାନର କୌଣସି ସମର୍ଥନ ନହେବାକୁ ଆତଙ୍କବାଦୀ ଗୋଷ୍ଠୀକୁ ନିଶ୍ଚିତ କରାଯାଇଥିଲା ।
କରୋନା ସଙ୍କଟ ସମୟରେ ସାରା ବିଶ୍ୱରେ ଏବେ ଯୁଦ୍ଧ ନେଇ ଭୟର ବାତାବରଣ ଦେଖାଦେଇଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ଏବେ ଯୁଦ୍ଧର ଧମକ ଦେବାରେ ଲାଗିଛନ୍ତି । ଚୀନ୍‌ ମଧ୍ୟ ଯୁଦ୍ଧ ଧମକ ଦେଉଥିବା ବେଳେ ଅମେରିକା ମଧ୍ୟ ସେହି ରାସ୍ତାରେ ଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Read More...

ସମ୍ବିତଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ

ସମ୍ବିତଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page